September 20, 2026
Home » ଟିକାବାଲି ବ୍ଲକ ମିଡାବାଲି ମାଁ ବସୁମାତା କଳାସାସ୍କୃତି ଦଳର ନୂଆଁଖାଇ ପରବ ଧୁମଧାମରେ ପାଳିତ

ଟିକାବାଲି ବ୍ଲକ ମିଡାବାଲି ମାଁ ବସୁମାତା କଳାସାସ୍କୃତି ଦଳର ନୂଆଁଖାଇ ପରବ ଧୁମଧାମରେ ପାଳିତ

0
WhatsApp Image 2026-09-20 at 4.34.43 PM (1)

ବାଲିଗୁଡା -ଇ ପି ଏ -କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ, ଘୁଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟିକାବାଲି ବ୍ଲକ ବୁର୍ବିନାଜୁ ଗ୍ରାମ ପଞ୍ଚାୟତ ଅଧୀନ ” ମିଡାବାଲି”ଠାରେ ମାଁ ବସୁମାତା କଳାସାସ୍କୃତି ଦଳର ନୂଆଁଖାଇ ପରବ ପାଳନ ଅବସରରେ ପ୍ରାୟତଃ ୩୦ ଗୋଟି କଳାସାସ୍କୃତିକ ଦଳରୁ ଉର୍ଦ୍ଧ ଦଳର ଉପସ୍ଥିତି ରେ କନ୍ଧମାଳ ଜିଲ୍ଲା କଳାସାସ୍କୃତିକ ସଂଘ ର ଜିଲ୍ଲା ସଭାପତି ଶ୍ରୀ ଅକ୍ଷୟ କୁମାର କର୍ଣ୍ଣ ମୂଖ୍ୟ ଅତିଥି ଭାବେ ଯୋଗଦେଇ ନୂଆଁଖାଇ ପରବ ପାଳନ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ,

ସମ୍ମାନୀତ ଅତିଥି ଭାବେ Ex.ARMY ପୂର୍ଣ୍ଣଚନ୍ଦ୍ର ଦିଗାଳ, ଜିଲ୍ଲା କଳାସାସ୍କୃତିକ ସଂଘ ର ଜିଲ୍ଲା ସଭାନେତ୍ରୀ ବିଷୃପ୍ରିୟା ପ୍ରଧାନ,ବୁର୍ବିନାଜୁ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସଲିମା ପ୍ରଧାନ,ବୁର୍ବିନାଜୁ ଗ୍ରାମ ପଞ୍ଚାୟତ ସମିତି ସଭ୍ୟ କାଳିଦାସ ପ୍ରଧାନ ,ପାବୁରିଆ ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ଲଳିତ ପ୍ରଧାନ,କଇଝର ଗ୍ରାମ ପଞ୍ଚାୟତ ସରପଞ୍ଚ ରୁନୀମା କହଁର,ପାବୁରିଆ ଗ୍ରାମ ପଞ୍ଚାୟତ ପୂର୍ବତନ ସମିତି ସଭ୍ୟା ଚାନ୍ଦିନୀ ପ୍ରଧାନ,ବୁର୍ବିନାଜୁ ଗ୍ରାମ ପଞ୍ଚାୟତ ନାଏବ ସରପଞ୍ଚ ପୂର୍ଣ୍ଣିମା କହଁର, ଅଙ୍ଗନୱାଡି କର୍ମୀ ଦମନ୍ତି ନାୟକ, ମନରମା ପ୍ରଧାନ ସମେତ ଅନେକ ଆକର୍ଷଣ କଳା ପରିବେଷଣ କରିବା ଅନେକ ଦଳ ମାନଙ୍କ ମଧ୍ୟରୁ ମାଁ ବନଦେବୀ କଳାସାସ୍କୃତିକ ଦଳ ଟିକାବାଲି “ତେଙ୍ଗେଡାପଥର” , ମାଁ କୁରୁମୁଣୀ କଳାସାସ୍କୃତିକ ଦଳ “ବିଲାବାଡା”ଗ୍ରାମ ପଞ୍ଚାୟତ ବେହେରା ଗାଁ, ବ୍ଲକ ଚକାପାଦ, ମାଁ ତାରିଣୀ ସିଂଙ୍ଗନାଚ ପାବୁରିଆ, ମହିଳା ସିଂଙ୍ଗନାଚ ସାରାଡାମାହା, ମାଁ ବସୁମାତା କଳାସାସ୍କୃତିକ ଦଳ ବସ୍ତିଙ୍ଗିଆ , ବ୍ଲକ ଚକାପାଦ, ମହିଳା ସିଂଙ୍ଗନାଚ ଦଳ ତିଲାବାଙ୍ଗି, ସିଂଙ୍ଗନାଚ ମଣ୍ଡା ଗୁଡା, ଗ୍ରାମ ପଞ୍ଚାୟତ ଗାଡିଙ୍ଗିଆ, ବ୍ଲକ ଟିକାବାଲି,ଖଞ୍ଜୁଣୀ ନାଚ ଦଳ ପେନାଲା, ସମେତ ୧୦୦୦ ରୁ ଉର୍ଦ୍ଧ ଲୋକଙ୍କ ସମାଗମ ମଧ୍ୟରେ ଟିକାବାଲି ବ୍ଲକ କଳାସାସ୍କୃତିକ ସଂଘ ର ବ୍ଲକ ସଭାପତି ଅପସରି ଦିଗାଳଙ୍କୁ ସମସ୍ତଙ୍କର ପ୍ରଶଂସା ଟିକାବାଲି ବ୍ଲକ କଳାସାସ୍କୃତିକ ସଂଘ ପାଇଁ ଜିଲ୍ଲା ରେ ବ୍ୟାପକ ଗୋୖରବ ଆଣିଥିବା ନୂଆଁଖାଇ ପରବ ଧୁମଧାମରେ ପାଳିତ ହୋଇଯାଇଛି।

ଇ ପି ଏ ରୁ ବାଲିଗୁଡା ସବଡିଭିଜନ ପ୍ରତିନିଧି ମଧୁସ୍ମିତା ନାୟକ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *