July 5, 2025
Home » ଟିକାବାଲି ସ୍ବରସ୍ବତୀ ଶିଶୁ ମନ୍ଦିର ରେ ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳିତ

ଟିକାବାଲି ସ୍ବରସ୍ବତୀ ଶିଶୁ ମନ୍ଦିର ରେ ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳିତ

0
WhatsApp Image 2025-02-22 at 1.35.10 PM (1)

ଫୁଲବାଣୀ ଇ ପି ଏ – କନ୍ଧମାଳ ଜିଲ୍ଲା ଟିକାବାଲି ସ୍ବରସ୍ବତୀ ଶିଶୁ ମନ୍ଦିର ରେ ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମୂଖ୍ୟ ଅତିଥି ଭାବେ ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ଦଳବେହେରା, ଯୁଗ୍ମ ସମ୍ପାଦକ ଶ୍ରୀ ପଦ୍ମ ଚରଣ ହୋତା ଯୋଗ ଦେଇଥିଲେ ।

ସ୍ବରସ୍ବତୀ ଶିଶୁ ମନ୍ଦିର ରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସନ୍ତୋଷ କୁମାର ବିଷୋୟୀ ଅତିଥି ମାନଙ୍କ ର ପରିଚୟ ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା। ଶେଷରେ ସ୍ବରସ୍ବତୀ ଶିଶୁ ମନ୍ଦିର ରେ ଛାତ୍ରଛାତ୍ରୀ ମାନେ ହାତରେ ଫ୍ଲାକ୍ କାଡ,ବେଳର ଧରି ସାଥିରେ ଗୁରୁଜୀ ମାନେ ଟିକାବାଲି ବଜାର ପରିକ୍ରମା କରିଥିଲେ, ଶେଷ ପର୍ଯ୍ୟନ୍ତ ଅତିସୁନ୍ଦର ଭାବରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସନ୍ତୋଷ କୁମାର ବିଷୋୟୀ ଏବଂ ଅନ୍ୟାନ୍ୟ ଗୁରୁଜୀ ମାନେ ଶୋଭାଯାତ୍ରା କୁ ସୁନ୍ଦର ଭାବରେ ପରିଚାଳନା କରିଥିଲେ।

କନ୍ଧମାଳ ଜିଲ୍ଲା ଇ ପି ଏ ରୁ ପ୍ରମୋଦ କୁମାର ନାୟକ ଙ୍କ ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି ରିପୋର୍ଟ ଫୁଲବାଣୀ

Leave a Reply

Your email address will not be published. Required fields are marked *