November 28, 2025
Home » ଟିଲୋ କପ୍ ବନ୍ତ ସ୍ଥିତ ଟିଲୋ ହନୁମାନଜିୟୁ ମିନିଷ୍ଟାଡିୟମରେ ଅନୁଷ୍ଠିତ

ଟିଲୋ କପ୍ ବନ୍ତ ସ୍ଥିତ ଟିଲୋ ହନୁମାନଜିୟୁ ମିନିଷ୍ଟାଡିୟମରେ ଅନୁଷ୍ଠିତ

0
vlcsnap-2025-02-04-18h48m30s250

୭ ତାରିଖରୁ ଆନ୍ତର୍ଜାତିକ ଟିଲୋ କପ୍ ବନ୍ତ ସ୍ଥିତ ଟିଲୋ ହନୁମାନଜିୟୁ ମିନିଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏଥିରେ ଦେଶର ବିଭିନ୍ନ ରାଜ୍ୟର ବଛା ବଛା ଖେଳାଳୀମାନେ ଅଂଶଗ୍ରହଣ କରିବେ। ୨୯ ବର୍ଷରେ ପଦାର୍ପଣ କରିଥିବା ଟିଲୋ କପ୍ ଓଡିଶାର କ୍ରିଡା କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏ ନେଇ ଭଦ୍ରକ ଜିଲ୍ଳା ଟିଲୋ ଆସୋସିଏନ୍‌ର ସଭାପତି ଇଂ ଲକି ମାଷ୍ଟର ସ୍ୱାଇଁ, ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଆସୋସିଏନର ଉପଦେଷ୍ଟା ସଂଜୟ କୁମାର ମଜୁମ୍‌ଦାର, ଡ. ମନ୍ମଥ କୁମାର ରାଉଳ, ଅଭିମନ୍ୟୁ ଲେଙ୍କା, ପ୍ରଶାନ୍ତ ପୃଷ୍ଟି, କ୍ରୀଡାବିତ୍ ପ୍ରବୀଣ ଚୌଧୁରୀ, ଧରଣୀଧର ବିଶ୍ୱାଳ, ସରପଂଚ ସଂଗ୍ରାମ ଜେନା, ଇଂ ଏଲ୍ ଅମରଜିତ୍ ସ୍ୱାଇଁ, ସଂପାଦକ ଅଜିତ କର, ସମିତିସଭ୍ୟ ପରମେଶ୍ୱର ବାରିକ, ଖବରଦାତା ପ୍ରମୋଦ ଗୋଚ୍ଛାୟତ ଶଙ୍କର୍ଷଣ ଧଳ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଟିଲେକପ୍ ଉନ୍ମୋଚନ କରାଯାଇଥିଲା। ସୂଚନାଯୋଗ୍ୟ ଯେ ଗତ ୨୦୦୦ ମସିହାରେ ସେର୍‌ସା ଖଡକପୁର ଦଳ ପକ୍ଷରୁ ମହେନ୍ଦ୍ର ଧୋନି ଅଂଶ ଗ୍ରହଣ କରିଥିଲେ। ୨୦୧୬ମସିହା ଆନ୍ତର୍ଜାତୀୟ କ୍ରିକେଟ୍ ଟିମ୍ ମଧ୍ୟରେ ବାଂଲାଦେଶ, ଆଫଗାନିସ୍ଥାନ, ନେପାଳ, ମାଲେସିଆ ଆଦି ଦେଶ ଅଂଶ ଗ୍ରହଣ କରିଥିବାବେଳେ ଚଳିତ ବର୍ଷ ଟୁଂଣାମେଂଟରେ ଇଂଣ୍ଡିଆ ଟିମ୍ ର ନବଦୀପ ସାଇନ୍‌, ଶିବମ୍ ମାଭି, ଆଇପିଏଲ୍ ଖେଳାଳୀ ପୁଷ୍ପେନ୍ଦ୍ର ସିଂ, ରାଜୁ ଭଟକଲ, ଭରତ ଚିପ୍‌ଲ, ଅନମୋଲ ପ୍ରତି ସିଂ, ଆଶୁତୋଷ ଶର୍ମା, ଆଦିତ୍ୟ ଟାରେ, ପିନାଲ ଶାହା ପ୍ରମୁଖ ଖେଳିବେ। ଏହି ଟୁଂନାମେଂଟର ଗ୍ରାଣ୍ଡ ଫାଇନାଲ ମ୍ୟାଚ୍ ଚଳିତ ମାସ ୧୬ରେ ହେବାକୁ ନିଷ୍ପତି ହୋଇଚି। ଅନ୍ୟମାନଙ୍କ ମଧ୍ୟରେ ପ୍ରକାଶ ସ୍ୱାଇଁ, ପ୍ରସନଜିତ ରାଜ, ଗୋବିନ୍ଦ ଜ୍ୟୋତି ଧଳ, ପ୍ରକାଶ ଜେନା, ସୁବ୍ରତ ପୃଷ୍ଟି, ଧନେଶ୍ୱର ଧଳ, ଚିରଜିଂବୀ ସ୍ୱାଇଁ ପ୍ରମୁଖ ଟୁଣାଂମେଂଟକୁ ସଫଳ କରିବାକୁ ନିବେଦନ କରିଥିଲେ।

Leave a Reply

Your email address will not be published. Required fields are marked *