ଟ୍ରକ ଧକ୍କା ରେ ୨ ବାଇକ ଆରୋହି ମୃତ, ପୋଲିସ ର ତଦନ୍ତ ଜାରି
କଳାହାଣ୍ଡି ଜିଲ୍ଲା କୋକସରା ଥାନା ବିଜୁ ଏକ୍ସପ୍ରେସ ୱେ ବେହେରା ନିକଟରେ ଟାଟା ଆଇଚର କୁକୁଡ଼ା ବୋଝେଇ ଟ୍ରକ ଏକ ବାଇକ କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ବାଇକ ଚାଳକ ର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଧର୍ମଗଡ଼ ମେଡ଼ିକାଲ ନେବା ବାଟରେ ମୃତ୍ୟୁ ହୋଇଥିବା ଜଣାପଡିଛି।ସୂଚନା ମତେ ମୃତକ ମାନେ ହେଲେ ଛତିଶଗଡ଼ ଟିକିରା ଓ ସାବୁନଭାଡି ଗ୍ରାମର ରମେଶ କାଶ୍ୟପ ,ଜ୍ୟୋତିସ କାଶ୍ୟପ ବୋଲି ଜଣାପଡିଛି।

କୋକସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଗାଡି କୁ ଜବତ କରିବା ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କୋକସରା ମେଡ଼ିକାଲ କୁ ପଠାଇଛି। ତେବେ ମୃତକ ଙ୍କ ପରିଚୟ ନ ମିଳିବା ଆଗରୁ ତରବରିଆ ଭାବେ ମୃତ ଦେହ ଉଠାଇ ନିଜ ଗାଡ଼ିରେ କୋକସରା ନେଇଥିବା ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଗାଡି ଚାଳକ ଙ୍କୁ ସ୍ଥାନୀୟ ଲୋକ ଅଟକ ରଖି ଏକ ଘରେ ତାଲା ମାରି ରଖିଥିବା ବେଳେ ପୋଲିସ ଉଦ୍ଧାର ପାଇଁ ଚେଷ୍ଟା କରି ବିଫଳ ହୋଇଛି। ବର୍ତ୍ତମାନ ଧର୍ମଗଡ ପୋଲିସ କୋକସରା ପୋଲିସ ସମେତ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
