March 14, 2025
Home » ଟ୍ରେନ ରୁ ପଡ଼ି ଜଣେ ମୃତ

ଟ୍ରେନ ରୁ ପଡ଼ି ଜଣେ ମୃତ

0

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ପଥରଖଣ୍ଡି ଗ୍ରାମ ନିକଟରେ ଜୁନାଗଡ଼ – ସମ୍ବଲପୁର ପେସେଞ୍ଜର ଟ୍ରେନ ନମ୍ବର 58304 ରୁ ପଡ଼ି ଜଣେ ଯୁବକ ଙ୍କ ମୃତ୍ୟୁ ଘଟିଛି l ମୃତକ ଜଣକ ଙ୍କ ପରିଚୟ ମିଳିନଥିବା ବେଳେ ଆନୁମାନିକ ୩୦ ବର୍ଷ ବୟସ ହୋଇଥିବା ଜଣlପଡିଛି l ସୂଚନା ଅନୁସାରେ ୨ ଜଣ ରାଜସ୍ଥାନୀ ଯୁବକ ଜୁନାଗଡ଼ – ସମ୍ବଲପୁର ଟ୍ରେନ ରେ ଅନୁଗୋଳ ଅଭିମୁଖେ ଯାଉଥିବା ବେଳେ ହଠାତ ଏହି ବ୍ୟକ୍ତି ଜଣକ ପଡ଼ିଯାଇଥିଲେ l ସେଠାରେ କାର୍ଯ୍ୟରତ ରେଳ କର୍ମଚାରୀ ଜଣକ ବରଗଡ ରେଳବାଇ ପୋଲିସ କୁ ଖବର ଦେଇଥିଲେ l ପରେ ଅନ୍ୟ ରାଜସ୍ଥାନୀ ବ୍ୟକ୍ତି ବରପାଲି ରୁ ଓହ୍ଲlଇ ବରଗଡ ରେଳବାଇ ପୋଲିସ କୁ ଖବର ଦେଇଥିଲେ l ବରଗଡ ରେଳବାଇ ପୋଲିସ ଏଏସଆଇ ଏସ ହୁସେନ ଜି ଆର ପି ପୋଲିସ ସlମତ ମାଡ଼ମ , କନେଷ୍ଟ୍ବବଲ ଅମିତ ଭୂମିଜି ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବୁର୍ଲା ଡ଼ାକ୍ତରଖାନାକୁ ପଠାଇ ବ୍ୟବଛେଦ ପରେ ତାଙ୍କ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରିଛି l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *