ଡକାୟତି ଅଭିଯୋଗ ରେ 5 ଅଭିଯୁକ୍ତ କୋର୍ଟ ଚାଲାଣ

ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ମେଣ୍ଡା ଦେଉଳପଦର ରାସ୍ତା ରେ ଡକାୟତି ଅଭିଯୋଗ ରେ 5 ଜଣ ପୋଲିସ ହାତରେ ଧରାପଡ଼ି ଥିବା ଜଣାପଡିଛି l ଗୁରୁବାର 5 ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ତରଭା ପୋଲିସ ପକ୍ଷରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀ ରେ ସୋନପୁର ଏସ ଡି ପି ଓ ସୂଚନା ଦେଇଛନ୍ତି I ସୂଚନା ଅନୁଯାୟୀ ଗତ 27 ତାରିଖ ଦିନ ମେଣ୍ଡା, ଖଗସାକନା ରାସ୍ତା ଦେଇ ନିଜ ଗାଁ ମାଟିକୋଡ଼ ଗ୍ରାମକୁ ବାଇକ ରେ ଆସୁଥିଲେ I ମେଣ୍ଡା ଗ୍ରାମ ରେ ଥିବା ମଦ ଭାଟି ନିକଟରେ ପୃଥ୍ୱୀରାଜ ବାଗ ଏବଂ ଜଣେ ବ୍ୟକ୍ତି ଆସୁଥିବା ବେଳେ 5 ଜଣ ଦୁର୍ବୃତ୍ତ ଅତର୍କିତ ଭାବରେ ଆକ୍ରମଣ କରିବା ସହ ଛୁରୀ ଦେଖାଇ ତାଙ୍କଠାରୁ 11 ହଜାର ଟଙ୍କା, ରୁପା ବ୍ରାସଲେଟ ଓ ମୋବାଇଲ ଫୋନ ଛଡାଇ ନେଇଥିଲେ l ଏହି ଘଟଣା ପରେ ପୃଥ୍ୱୀରାଜ ବାଗ ମେଣ୍ଡା ଆଉଟ ପୋଷ୍ଟ ରେ ଡକାୟତ ହୋଇ ଥିବା ନେଇ ଲିଖିତ ଅଭିଯୋଗ କରିଥିଲେ I ଅଭିଯୋଗ କୁ ଭିତ୍ତିକରି ତରଭା ଥାନା ଆଇ ଆଇ ସି ଅନିତା କିଡୋ ଙ୍କ ନିର୍ଦ୍ଧେଶ କ୍ରମେ ଏସ ଆଇ ରବୀନ୍ଦ୍ର ସାହୁ ଓ ତାଙ୍କ ଦଳ ଉକ୍ତ ଅଞ୍ଚଳ ରେ ଚଢ଼ାଉ ଜାରି ରଖିଥିଲେ I ଡକାୟତ ଅଭିଯୋଗ ରେ ତରଭା ଥାନା ଅନ୍ତର୍ଗତ ମେଣ୍ଡା ଗ୍ରାମ ର କରଣ ହାତୀ, (19) ମହେନ୍ଦ୍ର ସୁନା (25),ରକି ହାତୀ (19), ରାହୁଲ ନନ୍ଦ (22)ଙ୍କ ସହ ବିନିକା ବ୍ଲକ କଉଡିଆମୁଣ୍ଡା ଜଣେ ନାବାଳକ ଙ୍କୁ ଗିରଫ କରିବା ସହ ମୋବାଇଲ, ରୁପା ବ୍ରାସଲେଟ, ନଗଦ 6500 ଟଙ୍କା, ଓ ଛୁରୀ ଜବତ କରାଯାଇଛି l ଜଣେ ନାବାଳକ ଓ ଅନ୍ୟ 4ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ସୋନପୁର ଏସ ଡି ପିଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ l ଏ ସମ୍ପର୍କ ରେ ତରଭା ଥାନା କେଶ ନମ୍ବର 21/28/1/25ରେ ଏକ ମାମଲା ରୁଜୁ ହୋଇ ଥିବାର ସୂଚନା ମିଳିଛି I ଏହି ସାମ୍ବାଦିକ ସମ୍ମିଳନୀ ରେ ଆଇ ଆଇ.ସି ଅନିତା କିଡୋ, ଏସ ଆଇ ରବୀନ୍ଦ୍ର ସାହୁ ଙ୍କ ସହ ତରଭା ପୋଲିସ ର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ I
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର