ଡ଼ୁମେରଗୁଡାର ପୂର୍ବତନ ସରପଞ୍ଚ ପିତାମ୍ବର ପୁଝାରୀଙ୍କ ପରଲୋକ
ଧର୍ମଗଡ଼:କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ଡ଼ୁମେରଗୁଡା ଗ୍ରାମ ପଂଚାୟତ ଅନ୍ତର୍ଗତ ମୂଖିଗୁଡା ଗାଁ ର ପୂର୍ବତନ ସରପଂଚ ପିତାମ୍ବର ପୁଝାରି ଙ୍କ ଆଜି ୧୧ ଟା ସମୟ ରେ ପରଲୋକ ହୋଇଛି l ସେ ଦୀର୍ଘ ଦିନରୁ ପାରାଲିସିସ୍ ରୋଗରେ ପୀଡିତ ଥିଲେ।ସେ ୨୦୦୭ ରୁ ୨୦୧୨ ମସିହା ୫ ବର୍ଷ ପର୍ଯ୍ୟନ୍ତ ଡ଼ୁମେରଗୁଡା ସରପଞ୍ଚ ଭାବେ ନିର୍ବାଚିତ ହେଇ କାର୍ଯ୍ୟ ତୁଲାଇ ଥିଲେ l ତାଙ୍କର ମୃତ୍ୟୁ ରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ପୂର୍ବତନ ସରପଞ୍ଚ ସୁରେଶ ଭଇଁସାଲ,ସମାଜସେବୀ ଶ୍ୟାମ ସୁନ୍ଦର ମାଝୀ,ଦୟାନିଧି ମାଝୀ ସମେତ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ସ୍ଵର୍ଗତ ପୁଝାରୀଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
