February 22, 2026
Home » ଡାହାଣୀ ନାମରେ ନିର୍ଯାତନା ଉପରେ ସଚେତନଧର୍ମୀ ବ୍ୟଙ୍ଗ ଚିତ୍ର ପ୍ରଦର୍ଶିତ

ଡାହାଣୀ ନାମରେ ନିର୍ଯାତନା ଉପରେ ସଚେତନଧର୍ମୀ ବ୍ୟଙ୍ଗ ଚିତ୍ର ପ୍ରଦର୍ଶିତ

0
WhatsApp Image 2026-02-22 at 2.58.19 PM

ବ୍ୟଙ୍ଗ ଚିତ୍ରକାର ସାମ୍ବାଦିକ ଦିଲୀପ ସାହୁଙ୍କ ଚିତ୍ର ଡିସପ୍ଲେ ହେଲା। କେନ୍ଦୁଝର, ତା ୨୦/୨- ଆଜି ଜିଲ୍ଲା ମୁଖ୍ୟାଳୟର ଦରବାର ହଲରେ ଡାହାଣୀ କୁପ୍ରଥା ନିର୍ଯ୍ୟାତନା ବିରୁଦ୍ଧରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ପରି ଜିଲ୍ଲାରେ ଗୁଣୀ ସନ୍ଦେହରେ ହତ୍ୟା ନିର୍ଯ୍ୟାତନା ଏକ ସାଧାରଣ କଥା। ଏଠାରେ ମଦ ପିଇଲେ ଏପରି ହତ୍ୟାକାଣ୍ଡ ଏବେବି ହେଉଛି ହତ୍ୟାକାରୀ କଟା ମୁଣ୍ଡ ଧରି ଥାନା ଫାଣ୍ଡିରେ ଆତ୍ମସମର୍ପଣ କରିବାର ଅନେକ ନଜିର ରହିଛି। ସାଦରଣତଃ ଗୁଣୀ ଗାରେଡି ସନ୍ଦେହରେ ଏହି ନିର୍ଯ୍ୟାତନା ହତ୍ୟାକାଣ୍ଡ ହୁଏ। ବିଶେଷ କରି ଏକୁଟିଆ ଥିବା ମହିଳା ବିଧବା ଓ ବୃଦ୍ଧା ମାନେ ଏହାର ଶିକାର ହୁଅନ୍ତି। ବେଳେ ବେଳେ ମହିଳାଙ୍କୁ ରକ୍ଷା କରିବାକୁ ଯାଇ ପୁରୁଷ ମଧ୍ୟ ହତ୍ୟାର ଶିକାର ହୁଏ। ଏହି କୁପ୍ରଥା ବିରୁଦ୍ଧରେ କେନ୍ଦୁଝର ଏସପି ଅଫିସ ପରିସରରେ ଏକ ଡାହାଣୀ ମୂର୍ତ୍ତି ସ୍ଥାପନ କରାଯାଇଥିଲା ଯାହା ଏବେ ସେଠାରୁ ହଟେଇ ରିଜର୍ଭ ଗ୍ରାଉଣ୍ଡ ଗ୍ୟାରେଜ ଘରେ ପଡ଼ିଛି, ସେହିପରି ଡାହାଣୀ ପ୍ରଥା ବିରୁଦ୍ଧରେ ଆଉ ସଚେତନତା ରଥ ବୁଲୁନାହିଁ। ତେବେ ଗାଁ ଗଣ୍ଡାରେ ନିର୍ଯାତନା ହେଉଥିଲେ ମଧ୍ୟ ରିପୋର୍ଟ ହେଉନି ବୋଲି ଆଜି ଆଲୋଚନା ହୋଇଥିଲା। ଏଥିଲାଗି ନିରୀହ ମହିଳାଙ୍କ ଜମି ଘରଦ୍ୱାର ହଡପ ଲାଗି ଏହା ଷଡଯନ୍ତ୍ର ସ୍ଥାନୀୟ ଲୋକ ପ୍ରତିନିଧି ଓ ସରକାରୀ କର୍ମଚାରୀ ଏହାର ଉତ୍ତର ଦାୟିତ୍ୱ ନେବାକୁ ସାମ୍ବାଦିକ ଦିଲୀପ କୁମାର ସାହୁ କହିଥିଲେ। ଆଜି ଏହି ଆଲୋଚନା ଚାଲିଥିଲା ବେଳେ ଶ୍ରୀ ସାହୁଙ୍କ ଏକ ବ୍ୟଙ୍ଗ ଚିତ୍ର ପ୍ରଦର୍ଶନ ହୋଇ ଥିଲା ସେଥିରେ ସେ କିପରି ଡାହାଣୀ ଭାବି ମହିଳାଙ୍କୁ ନିର୍ଯାତନା ଦେଇ ହତ୍ୟା କରାଯାଉଛି ଦର୍ଶାଇ ଥିଲେ। ଏହି କାର୍ଟୁନ ଚିତ୍ର ଡିସପ୍ଲେ ଲାଗି ସେ ଆୟୋଜକ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସାର୍ଥକ ରାୟଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଛନ୍ତି।

କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *