February 10, 2026
Home » ଡିସେମ୍ବର ୧୦ ରୁ ଅରିଗାଁ – ବିନିକା ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବ

ଡିସେମ୍ବର ୧୦ ରୁ ଅରିଗାଁ – ବିନିକା ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବ

0
WhatsApp Image 2025-10-24 at 12.09.53 PM

ସୁବର୍ଣ୍ଣପୁର: ୨୧ତମ ଅରିଗାଁ – ବିନିକା ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ପାଇଁ ଆଜି ଶୁଭସ୍ତମ୍ଭ ସ୍ଥାପନ ଓ କଂସ ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ୧୦ ଡିସେମ୍ବର ୨୦୨୫ ରୁ ୨୦ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ୧୧ ଦିନ ଧରି ଏହି ମହୋତ୍ସବ ଅନୁଷ୍ଠିତ ହେବ। ମହୋତ୍ସବ କମିଟୀ ସଭାପତି ବିଶ୍ୱମ୍ଭର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗ୍ରାମ ଗୌନ୍ତିଆ ସୁଘୋଷ ମିଶ୍ର କର୍ତ୍ତା ଏବଂ ଉମାକାନ୍ତ ପୁରୋହିତ ଓ ଚିତ୍ତରଂଜନ ଦାଶ ପୂଜକ ଦାୟିତ୍ୱ ତୁଲାଇଥିଲେ । ଇଷ୍ଟଦେବୀ ମା’ ମାହେଶ୍ଵରୀଙ୍କ ମନ୍ଦିରରେ ବିଧି ଅନୁଯାୟୀ ପୂଜାର୍ଚ୍ଚନା ପରେ ମା’ଙ୍କ ଠାରୁ ଆଜ୍ଞାମାଳ ନେଇ ସଂପାଦକ ସୌମ୍ୟରଞ୍ଜନ ନାଏକ ଏବଂ ଅନ୍ୟ କାର୍ଯ୍ୟକର୍ତ୍ତାଙ୍କ ନେତୃତ୍ଵରେ ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବାପରେ ବିଧି ପୂର୍ବକ ଧନୁଯାତ୍ରା ପଡ଼ିଆରେ ଶୁଭସ୍ତମ ସ୍ଥାପନ କରାଯାଇଥିଲା। ପରେ ମା’ ମାହେଶ୍ଵରୀ ମନ୍ଦିରରେ ବିଶିଷ୍ଟ ଅଭିନେତା ରବୀନ୍ଦ୍ର ସାହୁଙ୍କୁ ଚଳିତବର୍ଷ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବାପାଇଁ ବିଧିବଦ୍ଧ ଭାବେ ବରଣ କରାଯାଇଥିଲା।ଏହି କାର୍ଯ୍ୟକୁମରେ ଗ୍ରାମ ଓ ଅଂଚଳବାସୀଙ୍କ ସମେତ କମିଟିର ବରିଷ୍ଠ ପଦାଧିକାରୀ ପ୍ରତାପ ମିଶ୍ର, ମୁକେଶ କର୍ମୀ, ସୁବଳ କଲିତା, ରଶ୍ମୀରଂଜନ ଦାଶ, ହିମାଂଶୁ ପଣ୍ଡା, ରଂଜନ ପଧାନ, ମନବୋଧ ପ୍ରଧାନ, ସୁଦାମ ମାଝୀ, ହୀରାଲାଲ କଲତା, ପ୍ରତାପ କର୍ମୀ, ଚୈତନ୍ୟ ପୁଟେଲ, ଅରବିନ୍ଦ ଡାଙ୍ଗ, ଶିବବରଣ କମ୍ପ, ସର୍ଜନ ବିଶି, ଅଂକିତ ଭୁଏ, ରାମଭଞ୍ଜନ ଦାଶ, ରାଜୀବ ଆଚାର୍ଯ୍ୟ ପ୍ରମୁଖ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *