December 3, 2025
Home » ଡୁଙ୍ଗୁରିପାଲି ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ପାଳନ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଡୁଙ୍ଗୁରିପାଲି ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ପାଳନ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0
WhatsApp Image 2025-10-13 at 12.44.14 PM

 

 

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସାମ୍ବାଦିକ ସଂଘ ର ବାର୍ଷିକ ଉତ୍ସବ ପାଳନ କୁ ନେଇ ଆରଏମସି ସଭାଗୃହରେ ସଂଘର ସଭାପତି ପଦ୍ମବାଗ ଯାଦବ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି |ସଂଘର ସମ୍ପାଦକ ମୁକେଶ ଭୋଇ ପୂର୍ଵ ବୈଠକର ଓ ସଭାର ବିବରଣୀ ପାଠ କରିଥିଲେ l ବୈଠକରେ ନୂତନ ଭାବେ ସଂଘରେ ଯୋଗଦେଇ ଥିବା ଦୁଇ ସାମ୍ବାଦିକ ସୁଦାମ ଦୀପ ଓ ସୁରେନ୍ଦ୍ର ମଟାରୀଙ୍କୁ ଓ ସଂଘର ଉପଦେଷ୍ଟା କମିଟିରେ ଯୋଗ ଦେଇଥିବା ଯଦୁମଣି କୁଦେଇ ଓ ସରୋଜ ପଧାନଙ୍କୁ ସଭାପତି ଯାଦବଙ୍କ ଅନୁମୋଦନ କ୍ରମେ ସଂଘରେ ସାମିଲ କରି ସ୍ୱାଗତ କରାଯାଇଥିଲା | ଡୁଙ୍ଗୁରିପାଲି ସାମ୍ବାଦିକ ସଂଘର ସଶକ୍ତିକରଣ ଉପରେ ପ୍ରସ୍ତାବ ଗୁଡିକ ଆଗତ କରି ସେସବୁକୁ ଚୂଡାନ୍ତ କରାଯାଇଥିଲା |ଆସନ୍ତା ଜାନୁୟାରୀ ୨୦୨୬ ରେ ଡୁଙ୍ଗୁରିପାଲି ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ପାଳନ କରିବା ନେଇ ସବିଶେଷ ବିଷୟ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇ ପ୍ରସ୍ତାବ ଆଗତ କରି ଏହାକୁ ଚୂଡାନ୍ତ କରାଯାଇଥିଲା |ବରିଷ୍ଠ ସାମ୍ବାଦିକ ଦୀନବନ୍ଧୁ ସୁନା ସଭାର ଉଦ୍ଧେଶ୍ୟ ଜ୍ଞାପନ କରିବା ସହ ବାର୍ଷିକ ଉତ୍ସବ ପାଳନ କୁ ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା କରି ଉପସ୍ଥିତ ସଦସ୍ୟ ବୃନ୍ଦଙ୍କୁ ଅବଗତ କରାଇ ଅଞ୍ଚଳର ଜନସାଧାରଣଙ୍କ ବିକାଶ ଯେପରି ହୋଇପାରିବ ସେଥିପ୍ରତି ପ୍ରତ୍ୟେକ ସାମ୍ବାଦିକଙ୍କ ଭୂମିକା ନିତାନ୍ତ ରହିବା ଜରୁରୀ ବୋଲି କହିଥିଲେ | ସଂଘର କୋଷାଧ୍ୟକ୍ଷ ସୁଦାମ ସାହୁ ବିଭିନ୍ନ ରାସ୍ତା, ସ୍କୁଲ,କଲେଜ,ଖେଳ ପଡ଼ିଆରେ ବୃକ୍ଷ ରୋପଣ କଲେ ପରିବେଷ ସୁରକ୍ଷା ହେବା ସହ ସବୁଜ ଜଙ୍ଗଲ ସୃଷ୍ଟି କଲେ ମଣିଷ ଓ ଜୀବଜନ୍ତୁଙ୍କ ଉପକାର ରେ ଲାଗିବ ବୋଲି ପ୍ରସ୍ତାବ ଆଗତ କରିଥିଲେ |ଶେଷରେ ସଂଘର ଉମାକାନ୍ତ ବାଘ ଧନ୍ୟବାଦ ଅର୍ପଣ କରିଥିଲେ |ଉପସଭାପତି ଚଉବର୍ଗ ଭୋଇ, ସହସଂପାଦକ ଗୋପାଳ ମାଝୀ, ସଭ୍ୟ ପ୍ରକାଶ ହାତୀ,କିଶୋର ସାହୁ,ରବୀନ୍ଦ୍ର ତ୍ରିପାଠୀ, କୃଷ୍ଣ ବାଗ,ସୁଦାମ ଦୀପ,ସୁରେନ୍ଦ୍ର ମଟାରୀ, ବିନୟ ଦଣ୍ଡସେନା ଓ ଉପଦେଷ୍ଟା ଯଦୁମଣି କୁଦେଇ, ସରୋଜ ପଧାନ ଉପସ୍ଥିତ ଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *