April 18, 2026
Home » ଡେଲାଙ୍ଗ ଉନ୍ନୀତ ଉପ୍ରା ବିଦ୍ୟାଳୟର ବାର୍ଷିକ ଉତ୍ସବ

ଡେଲାଙ୍ଗ ଉନ୍ନୀତ ଉପ୍ରା ବିଦ୍ୟାଳୟର ବାର୍ଷିକ ଉତ୍ସବ

0
WhatsApp Image 2026-04-17 at 1.47.38 PM (1)

 

ନୈତିକ ଶିକ୍ଷା ହିଁ ଶିଶୁର ମୂଳ ଆଧାର

ଡେଲାଙ୍ଗ: ନୈତିକ ଶିକ୍ଷା ହିଁ ଶିଶୁର ମୂଳ ଆଧାର ବୋଲି ଡେଲାଙ୍ଗ ବ୍ଲକର ହାଟ ବଜାର ସର୍ନିକଟ ଡେଲାଙ୍ଗ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ସମାବେଶରେ ମାନ୍ୟଗଣ୍ୟ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି । ପ୍ରଧାନ ଶିକ୍ଷକ ଅଭୟ ଚରଣ ସାହୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାବେଶରେ ମୂଖ୍ୟ ଅତିଥି ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ସତ୍ୟ ନାରାୟଣ ଆଚାର୍ଯ୍ୟ, ମୁଖ୍ୟ ବକ୍ତା ଉତ୍ତର ପୂର୍ବାଞ୍ଚଳର ପ୍ରାକ୍ତନ ସଂସ୍କୃତି ନିର୍ଦ୍ଦେଶକ ମାନସ ରଞ୍ଜନ ମହାପାତ୍ର, ଶିକ୍ଷାବିତ୍ ସୁସାହିତ୍ଯିକା ଶୈଳବାଳା ମହାପାତ୍ର ପିଲାମାନଙ୍କ ଉତ୍ତମ ଚରିତ୍ର, ଶୃଙ୍ଖଳା, ମୂଲ୍ୟବୋଧ , ପିଲାମାନଙ୍କ ପ୍ରତିଭା ବିକାଶ ଉପଯୁକ୍ତ ପରିବେଶ ଉପରେ ଗୁରୁତ୍ୱାରୋପ କରିଥିଲେ ।ପିଲାମାନଙ୍କ ସୃଜନୀ ପ୍ରତିଭାର ବିକାଶ ଦିଗରେ ଉଭୟ ଅଭିଭାବକ ଓ ଶିକ୍ଷକ ଦାୟିତ୍ବଶୀଳ ହେବା ଉଚିତ ବୋଲି ଅତିଥିମାନେ ମତବ୍ଯକ୍ତ କରିଥିଲେ।

ପଞ୍ଚାୟତ ସମିତି ଅଧ୍ୟକ୍ଷା ରମାଦେବୀ ରାଉତରାୟ, ପ୍ରାକ୍ତନ ମଣ୍ଡଳ ଶିକ୍ଷାଧିକାରୀ ସଚ୍ଚିଦାନନ୍ଦ ପ୍ରଧାନ, ବର୍ଷିୟାନ୍ ସାମ୍ୱାଦିକ ପ୍ରସନ୍ନ ତ୍ରିପାଠୀ, ଶିକ୍ଷକ ସଂଘ ସଂପାଦକ ପ୍ରଶାନ୍ତ ଦାସ, ଶିକ୍ଷାବିତ ରାମଚନ୍ଦ୍ର ଦାଶ,,ବସନ୍ତ ଦାସ ନିରଞ୍ଜନ ସାହୁ,ଶ୍ରୀଧର ପ୍ରଧାନ ପ୍ରାକ୍ତନ ଏବିଇଓ ଶ୍ୟାମସୁନ୍ଦର ଦାସ, ପୁର୍ବତନ ସରପଞ୍ଚ ଦୁର୍ଗାଚରଣ ରାଉତରାୟ, ସିଆରସିସି କ୍ଷେତ୍ରବାସୀ ଆଲୁକ , ଭୁବନେଶ୍ୱରର କୃତି ଶିକ୍ଷକ ଶୈଳେନ୍ଦ୍ର କୁମାର ସାବତ ପ୍ରମୁଖ ଯୋଗଦେଇ ବିଦ୍ୟାର୍ଥି ମାନଙ୍କ ପ୍ରତିଭା ଓ ବିଦ୍ୟାଳୟର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଶିକ୍ଷାୟତନର ବିକାଶ ଏବଂ ପିଲାମାନଙ୍କର ଶୃଙ୍ଖଳା,ଉତ୍ତମ ଚରିତ୍ର , ସଂସ୍କୃତି ରକ୍ଷା ଦିଗରେ ଗୁରୁତ୍ୱାରୋପ କରିଥିଲେ ।ଏହି ଅବସରରେ ୫ମ ବୃତ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ମେଧାବୀ ଛାତ୍ର ଆତ୍ମଜିତ ବେହେରା, ଆଦର୍ଶ ପ୍ରବେଶିକା ପରୀକ୍ଷାର କୃତି ଛାତ୍ର ଛାତ୍ରୀ ଆଶୁତୋଷ ସମାନ୍ତରାୟ, ସୋନିଆ ଅନସାରୀ, ସମାଜସେବୀ କୃଷ୍ଣଚନ୍ଦ୍ର ସାମନ୍ତରାୟ,ପରିଚାଳନା କମିଟି ଅଧ୍ୟକ୍ଷ ପ୍ରମୋଦ କୁମାର ସେଠୀଙ୍କ ସହ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା କମିଟିର ସଦସ୍ୟ ଓ ଅନ୍ୟ ଶିକ୍ଷକମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।ଅପରାହ୍ନରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କୁ ମୁଗ୍ଧ କରିଥିଲା । ପଣସପଦା ଅଞ୍ଚଳର ଆଧ୍ୟାତ୍ମିକ ଶିକ୍ଷକ ଆଶୀଷ କୁମାର ସ୍ଵାଇଁ ମଞ୍ଚ ପରିଚାଳନା କରିଥିଲେ ।ଶିକ୍ଷକ ଟିକେଇ ଦଳାଇ, ଅଜୟ ପ୍ରଧାନ, ମାନସ ସ୍ଵାଇଁ, ପାପଲିନ୍ ପ୍ରଧାନ, ସତ୍ୟଭମା ବେହେରା, ଜିତେନ୍ଦ୍ର ସେଠୀ, ଦିଲୀପ ସମାନ୍ତରାୟ, ଦୁର୍ଯ୍ୟୋଧନ ସାମନ୍ତରାୟ, ସୁଧୀର ଜେନା,ଶକ୍ତିମୟୀ ପରିଡା, ଗୀତାରାଣୀ ନାୟକ ପ୍ରମୁଖ କାର୍ଯ୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଉତ୍ସବର ସଫଳତା ପାଇଁ କମିଟି ଅଧ୍ୟକ୍ଷ ପ୍ରମୋଦ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *