March 12, 2025
Home » ତନ ବର୍ଷ ୨୦୨୫ ର ଅଭିନନ୍ଦନ ଜଣାଇଛନ୍ତି ନିରଞ୍ଜନ ପଟ୍ଟନାୟକ

ତନ ବର୍ଷ ୨୦୨୫ ର ଅଭିନନ୍ଦନ ଜଣାଇଛନ୍ତି ନିରଞ୍ଜନ ପଟ୍ଟନାୟକ

0

ଭୁବନେଶ୍ୱର ତା୨୯/୧୨ ରିଖ :- ଆଉ କିଛି ଦିନ ପରେ ନୂତନ ବର୍ଷ ୨୦୨୫ ଆସୁଛି।ଏହି ଅବସରରେ ରାଜ୍ୟବାସୀଙ୍କୁ ନୂତନ ବର୍ଷ ୨୦୨୫ ର ଅଭିନନ୍ଦନ ସହ ଶୁଭେଛା ଜଣାଇଛନ୍ତି ପୂର୍ବତନ ପିସିସି ସଭାପତି ଶ୍ରୀ ଯୁକ୍ତ ନିରଞ୍ଜନ ପଟ୍ଟନାୟକ। ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ରାଜ୍ୟବାସୀଙ୍କ ମଙ୍ଗଳ କାମନା କରିବା ସହ ସେମାନଙ୍କ ସୁଖ ସମୃଦ୍ଧି ଏବଂ ସୁସ୍ଥ ଜୀବନଯାପନ ପାଇଁ ପ୍ରାର୍ଥନା କରିଛନ୍ତି ।
ଏହି ଅବସରରେ ସେ କହିଛନ୍ତି କି ବହୁ ବନ୍ଧୁ,କଂଗ୍ରେସ କର୍ମକର୍ତ୍ତା ଓ ଶୁଭେଚ୍ଛୁ ମାନେ ମୋତେ ନୂତନ ବର୍ଷର ଅଭିନନ୍ଦନ ଜଣାଇବାକୁ ଫୁଲତୋଡ଼ା ଧରି ଆସନ୍ତି। ଆସନ୍ତା ନୂତନ ବର୍ଷର ଶୁଭେଛା ଜଣାଇପାରିବେ କିନ୍ତୁ ସାଙ୍ଗରେ କୌଣସି ଫୁଲତୋଡ଼ା ଧରି ନ ଆସିବାକୁ ଅନୁରୋଧ କରିଛନ୍ତି ଶ୍ରୀଯୁକ୍ତ ପଟ୍ଟନାୟକ।କାରଣ ପ୍ରଖ୍ୟାତ ଅର୍ଥନୀତିଜ୍ଞ,ବିଶିଷ୍ଟ ଶିକ୍ଷାବିତ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନୋମୋହନ ସିଂ ଙ୍କ ଗତ ୩ ଦିନ ତଳେ ବିୟୋଗ ଘଟିଛି।ତାଙ୍କ ବିୟୋଗରେ ସାରା ବିଶ୍ବ ଶୋକ ପାଳନ କରୁଥିବା ବେଳେ ଆମ ଦେଶରେ ମଧ୍ୟ ସାତ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି।ସେହି ସମୟ ମଧ୍ୟରେ ନୂତନ ବର୍ଷ ୨୦୨୫ ପଡୁଥିବାରୁ ଡକ୍ଟର ମନୋମୋହନ ସିଂ ଙ୍କ ସମ୍ମାନାର୍ଥେ ନୂତନ ବର୍ଷ ଅଭିନନ୍ଦନ ର କୌଣସି ଫୁଲତୋଡ଼ା ଶ୍ରୀ ପଟ୍ଟନାୟକ ଗ୍ରହଣ କରିବେ ନାହିଁ।ତେଣୁ କୌଣସି ବନ୍ଧୁ ଏବଂ ଶୁଭେଚ୍ଛୁ ଫୁଲତୋଡ଼ା ନ ଧରି ଆସିବାକୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି ବୋଲି ପୂର୍ବତନ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଏକ ପ୍ରେସ ଇସ୍ତାହାର ରେ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *