June 29, 2026
Home » ତରଳ ଝାଡ଼ା ର ଉପଚାର ସମ୍ବନ୍ଧରେ ସଚେତନତା ଶିବିର

ତରଳ ଝାଡ଼ା ର ଉପଚାର ସମ୍ବନ୍ଧରେ ସଚେତନତା ଶିବିର

0
WhatsApp Image 2026-06-29 at 2.12.25 PM

 

ଭବାନୀପାଟଣା : ଏସବି ଆଇ ଓ ରାମକୀ ଫାଉଣ୍ଡେସନ ପକ୍ଷରୁ ସୋମବାର ଦିନ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ର ଉତ୍କେଲା ରେ ଥିବା ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ତରଳ ଝାଡ଼ା ର ଉପଚାର ସମ୍ବନ୍ଧୀୟ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା।ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସସ୍ମିତା ଦାସ ଙ୍କ ଅଧ୍ୟକ୍ଷତାରେ ଉକ୍ତ ଶିବିର ଅନୁଷ୍ଠିତ ହୋଇ ପ୍ରାୟ ୧୩୫ ଜଣ ମାଁ ଭଉଣୀ ମାନକୁ ଉକ୍ତ ଶିବିରରେ ଚିକିତ୍ସା କରାଯିବା ସହିତ ମାଗଣା ଔଷଧ ସାଙ୍ଗକୁ ବହୁମୂଲ୍ୟ ଡାକ୍ତରୀ ଉପଦେଶ ପ୍ରଦାନ କରାଯାଇଥିଲା।

ଏଥିରେ ରାମକୀ ଫାଉଣ୍ଡେସନ ର ଡାକ୍ତର ବିମଳ ଚରଣ ଷଡଙ୍ଗୀ,ପି ସି ଷ୍ଟାଫ ପଙ୍କଜିନି ରଣା, ଏଲ ଟି ନୀତୁ ନାଏକ, ନିରଞ୍ଜନ ହାତି, ବିଦ୍ୟାଳୟର ସହ ଶିକ୍ଷୟତ୍ରୀ ଶ୍ରୀୟା ପ୍ରସାଦିନି କର, ଶହ ଶିକ୍ଷକ କୁମୁଦ ଦୋରା ପ୍ରମୁଖ ଉପସ୍ଥିତ ଥିବା ବେଳେ ଶେଷରେ ଶିକ୍ଷୟିତ୍ରୀ ଶ୍ରୀୟା ପ୍ରସାଦିନି କର ଧନ୍ୟବାଦ୍ ଅର୍ପଣ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *