March 13, 2025
Home » ତାରକା ହୋଟେଲ୍ ରେ ବିବାହ ଉତ୍ସବ ରୁ ବରକନ୍ୟା ଙ୍କ ମୂଲ୍ୟବାନ ଅଳଂକାର ଓ ଟଙ୍କା ଲୁଟ ଘଟଣା

ତାରକା ହୋଟେଲ୍ ରେ ବିବାହ ଉତ୍ସବ ରୁ ବରକନ୍ୟା ଙ୍କ ମୂଲ୍ୟବାନ ଅଳଂକାର ଓ ଟଙ୍କା ଲୁଟ ଘଟଣା

0

ଭୁବନେଶ୍ୱର ରେ ଏକ ତାରକା ହୋଟେଲ୍ ରେ ଆୟୋଜିତ ବିବାହ ଉତ୍ସବ ରୁ ବରକନ୍ୟା ଙ୍କ ମୂଲ୍ୟବାନ ଅଳଂକାର ଓ ଟଙ୍କା ଲୁଟ ଘଟଣା ରେ ସଂପୃକ୍ତ ଥିବା ଅଭିଯୁକ୍ତ କୁ ପୁରୀ ପୋଲିସ୍ ଧରିବାରେ ସଫଳ ହେଇଚି। ପୁରୀ ରେ ଏକ ହୋଟେଲ୍ ରେ ଏକ ବିବାହ ଉତ୍ସବରେ ଅଭିଯୁକ୍ତ ଜଣଙ୍କ ସମାନ ଢଙ୍ଗ ରେ ବରକନ୍ୟା ଙ୍କ ଅଳଂକାର ଲୁଟ କରି ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ଅଭିଯୁକ୍ତ କୁ ହୋଟେଲ୍ କର୍ମଚାରୀ ଧରିଥିଲେ। ପରେ ବଳିଆପଣ୍ଡା ଥାନା ପୋଲିସ୍ ଘଟଣା ସ୍ଥଳ ରେ ପହଞ୍ଚି ଅଭିଯୁକ୍ତ କୁ ଗିରଫ କରିଚି। ଗିରଫ ଅଭିଯୁକ୍ତ ହେଲା ମଧ୍ୟ ପ୍ରଦେଶ ରାଜଗଡ ଜିଲା ପିପିଲିଆ କଡିଆ ଅଞ୍ଚଳ ର ରିତେଶ ସିଶୋଦିଆ (୨୦)। ଅଭିଯୁକ୍ତ କୁ ପୁରୀ ବଳିଆ ପଣ୍ଡା ଥାନା ପୋଲିସ୍ ଗିରଫ କରିବା ପରେ ଭୁବନେଶ୍ବର ମୈତ୍ରୀ ବିହାର ପୋଲିସ୍ କୁ ସୁଚନା ଦିଆଯାଇଛି। ତେବେ ଭୁବନେଶ୍ଵର ଲୁଟ ଘଟଣାରେ ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଆଉ ଜଣେ ଫେରାର ହୋଇ ଯାଇଛି।

ଗତ 2 ତାରିଖ ରାତିରେ ପୁରୀ ବଳିଆପଣ୍ଡା ଥାନା ଅଞ୍ଚଳ ରେ ଥିବା ଏକ ହୋଟେଲ୍ ରେ ଏକ ବିବାହ ଉତ୍ସବ ଚାଲିଥିବା ବେଳେ ଅତିଥି ବେଶରେ ଅଭିଯୁକ୍ତ ଲୁଟେରା ପ୍ରବେଶ କରିଥିଲା। ତେବେ ବିବାହ ଉତ୍ସବ ରେ ଚାଲିଥିବା ନାଚ ଗୀତ ରେ ସମସ୍ତେ ମସଗୁଲ ଥିବା ବେଳେ ଅନ୍ୟମନସ୍କତା ର ସୁଯୋଗ ନେଇ ଲୁଟେରା ଜଣଙ୍କ ସେଠାରେ ଥିବା ଏକ ଟ୍ରଲି ବ୍ୟାଗ୍ କୁ ଧରି ଚମ୍ପଟ୍ ମାରିଥିଲା ଅଭିଯୁକ୍ତ। ତେବେ ହୋଟେଲ୍ ବାହାରେ ଥିବା ସିକୁରିଟି ଗାର୍ଡ ତାକୁ ସଂଦେହ ପଚରା ଉଚରା କରିବାରୁ ସେ କିଛି ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିଲା। ପରେ ସ୍ଥାନୀୟ ବଳିଆପଣ୍ଡା ଥାନା କୁ ଖବର ଦିଆଯାଇଥିଲା। ପରେ ପୋଲିସ୍ ପହଂଚି ଲୁଟେରା କୁ ଗିରଫ କରିଥିଲା। ତେବେ ହୋଟେଲ ର ପି ଆର୍ ଓ ଙ୍କ ଅଭିଯୋଗ କୁ ଭିତ୍ତିକରି ବଳିଆପଣ୍ଡା ଥାନା ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ରିତେଶ କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଅଭିଯୁକ୍ତ ରିତେଶ ଭୁବନେଶ୍ଵର ମୈତ୍ରୀ ବିହାର ଥାନା ଅଞ୍ଚଳ ରେ ଏକ ବିବାହ ଉତ୍ସବ ରୁ ସୁନା ଅଳଂକାର ଲୁଟ ଘଟଣାରେ ରେ ସଂପୃକ୍ତ ବୋଲି ପୋଲିସ୍ ପକ୍ଷରୁ ସୁଚନା ଦିଆଯାଇଛି।

ପୁରୀ ଅତିରିକ୍ତ ଏସପି ସୁଶିଲ ମିଶ୍ର କହିଛନ୍ତି, ପୁରୀ ବଳିଆପଣ୍ଡା ଥାନା ଅଞ୍ଚଳ ରେ ଥିବା ଏକ ହୋଟେଲ୍ ରେ ଚାଲିଥିବା ବିବାହ ଉତ୍ସବ ରୁ ଚୋରି କରିବା ପାଇଁ ରାଜ୍ୟ ବାହାର୍ ର ଜଣେ ଯୁବକ ପ୍ରବେଶ କରିଥିଲେ। ତେବେ ଉକ୍ତ ଯୁବକ ଜଣଙ୍କ ହୋଟେଲ୍ ରେ ସନ୍ଦେହ ଜନକ ଭାବେ ସେଠାରେ ବୁଲାବୁଲି କରୁଥିବା ବେଳେ ହୋଟେଲ୍ ର ସିକୁରିଟି ଗାର୍ଡ ତାକୁ ଧରିଥିଲେ। ତେବେ ପଚରା ଉଚରା ପରେ ଜଣା ପଡିଲା ସେହି ଯୁବକ ଜଣଙ୍କ ଉକ୍ତ ବିବାହ ଉତ୍ସବ ରେ ଯୋଗ ଦେବା ପାଇଁ ଅତିଥି ନ ଥିଲେ। ତେବେ ହୋଟେଲ୍ କର୍ତ୍ତୃପକ୍ଷ ତା ନାମରେ ଆଟାଚ ଚୋରି ଅଭିଯୋଗ ବଳିଆପଣ୍ଡା ଥାନା ରେ ଅଭିଯୋଗ ଦେଇଥିଲେ। ସେହି ଅନୁଯାୟୀ ଚୋରି ମାମଲା କରାଯାଇ ତାକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ର ଘର ମଧ୍ୟ ପ୍ରଦେଶ ରାଜଗଡ ଜିଲା କାଦିଆ ଗ୍ରାମ ର ବୋଲି ଜଣାପଡିଛି। ତେବେ ଭୁବନେଶ୍ବର ମୈତ୍ରୀ ବିହାର ରେ ବିବାହ ଉତ୍ସବ ରୁ ଲୁଟ ହୋଇଥିବା ଘଟଣା ରେ ତାର ସଂପୃକ୍ତି ଥିବା ସିସିଟିଭି ଫୁଟେଜ ରୁ ଜଣାପଡୁଛି। ତେବେ ମୈତ୍ରୀ ବିହାର ପୋଲିସ୍ ଏ ନେଇ ଅଧିକ ତଦନ୍ତ କରିବ। ତେବେ ସିସିଟିଭି ଆଧାର ରେ ତଦନ୍ତ ଚାଲିଚି। ଆଉ କିଏ ସଂପୃକ୍ତି ଥିଲେ ତାକୁ ପୋଲିସ୍ ଧରିବ।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *