August 27, 2025
Home » ତାଳୁକ ଆଇନ ସେବା ସମିତି ପକ୍ଷରୁ ବେହେରା ଠାରେ ଆଇନ ସଚେତନତା କାର୍ଯ୍ୟକ୍ରମ।

ତାଳୁକ ଆଇନ ସେବା ସମିତି ପକ୍ଷରୁ ବେହେରା ଠାରେ ଆଇନ ସଚେତନତା କାର୍ଯ୍ୟକ୍ରମ।

0
WhatsApp Image 2025-08-18 at 10.47.43 AM

ଧର୍ମଗଡ ବ୍ଲକ ବେହେରା କଲ୍ୟାଣ ମଣ୍ଡପ ଠାରେ ତାଳୁକ ଆଇନ ସେବା ସମିତି ପକ୍ଷରୁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ତରଫରୁ ଦିଆଯାଉଥିବା ବିଭିନ୍ନ ଜଣକଲ୍ୟାଣକାରୀ ଯୋଜନା ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।


କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲା ଜଜ୍ ତଥା ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଶ୍ରୀଚନ୍ଦନ ସେଠି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଦାଶିବ ନାୟକ, ତହସିଲଦାର କୀର୍ତ୍ତିଚନ୍ଦ୍ର ପ୍ରଧାନ, ଭାରପ୍ରାପ୍ତ ଗୋଷ୍ଠୀ କୃଷି ଅଧିକାରୀ ହେମାନନ୍ଦ ମାଝୀ, ପଶୁ ଚିକିତ୍ସକ ସାହାୟକ ଡ଼ା. ନିହାର ରଞ୍ଜନ ଦେବତା , ସରକାରୀ ଓକିଲ ଧୀରେନ୍ଦ୍ରନାଥ ପାତ୍ର, ବରିଷ୍ଠ ଆଇନଜୀବୀ ତଥା ସଦସ୍ୟ ତାଳୁକ ଆଇନ ସେବା ସମିତି, ମିହିର ରଞ୍ଜନ ପଟ୍ଟଯୋଶୀ, ପାନେଲ ଓକିଲ ସଂଯୁକ୍ତା ପଣ୍ଡା, ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରାଙ୍ଗ ନାଗ , ସରପଞ୍ଚ ବେହେରା ପଂଚାୟତ କୁମୁଦିନୀ ଗନ୍ତିଆ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।

ଏହି ପରିପେକ୍ଷୀରେ ମାନ୍ୟବର ଅଧ୍ୟକ୍ଷ୍ୟ ଶ୍ରୀ ପ୍ରଧାନ ରାଷ୍ଟ୍ରୀୟ ଆଇନ ସେବା ପ୍ରାଧିକରଣ ତରଫରୁ ଦିଆଯାଉଥିବା ବିଭିନ୍ନ ସୁବିଧା ଓ କାର୍ଯ୍ୟକାରୀତା ଉପରେ ସାମ୍ୟକ ଧାରଣା ଦେଇଥିଲେ। ଅନ୍ୟ ବକ୍ତା ମାନେ ମଧ୍ୟ ନିଜ ନିଜ ବିଭାଗ ତରଫରୁ ଦିଆ ଯାଉଥିବା ବିଭିନ୍ନ ସରକାରୀ ଜନକଲ୍ୟାଣକାରୀ ଯୋଜନା ଉପରେ ଆଲୋଚନା କରିଥିଲେ।

କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *