November 13, 2025
Home » ତୃତୀୟ ଦିନରେ ବିଶ୍ୱ ସମୃଦ୍ଧି ଯଜୁର୍ବେଦ ମହାଯଜ୍ଞ

ତୃତୀୟ ଦିନରେ ବିଶ୍ୱ ସମୃଦ୍ଧି ଯଜୁର୍ବେଦ ମହାଯଜ୍ଞ

0
WhatsApp Image 2025-11-04 at 5.32.09 PM (1)

ସୁବର୍ଣ୍ଣପୁର: ବୌଦ୍ଧ ଜିଲ୍ଲା ତlଳସରଡ଼ା ପଂଚାୟତ ଡମ୍ବରୁଗଡ଼ କଂକଲା ଶ୍ରୀ ସିଦ୍ଧଗୁରୁ ବାବା ମଠ ଠାରେ ମଠର ମହନ୍ତ ସର୍ବେଶ୍ୱର ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଶ୍ୱ ସମୃଦ୍ଧି ଯଜୁର୍ବେଦ ମହାଯଜ୍ଞ ଗତ ଦୁଇ ତାରିଖରୁ ଆରମ୍ଭ ହୋଇ ଆଜି ସକାଳରୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ସୂର୍ଯ୍ୟପୂଜା, ଗୋ ପୂଜନ ଓ ଘୃତ ଯଜ୍ଞ, ପ୍ରବଚନ, ଅନ୍ନ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି l ଯଜ୍ଞର ମୁଖ୍ୟ ମାର୍ଗଦର୍ଶକ ଭାବେ ଚେନାଇ ସତ୍ୟ ଚେତନା ଆଶ୍ରମର ସଦଗୁରୁ ସ୍ୱାମୀ ଆତ୍ମନନ୍ଦଜୀ ମହାରାଜଙ୍କ ମାର୍ଗଦର୍ଶନରେ ଉଦ୍ୟକ୍ତା ମାନସ ସୁନ୍ଦର ଶତପଥି ଯଜ୍ଞର ମୁଖ୍ୟ କର୍ତ୍ତା ଭାବେ କାର୍ଯ୍ୟ ତୁଲାଇ ଥିବା ସହିତ ଅଂଚଳର 40 ଯୋଡି ଯଜ୍ଞ କର୍ତ୍ତା ଅଂଶ ଗ୍ରହଣ କରିଥିଲେ l ମୁଖ୍ୟ ଯଜ୍ଞ ଆଚାର୍ଯ୍ୟ ଭାବେ ବାମନ ଦାଶ, ଯଜ୍ଞ ପରିଚାଳକ ସର୍ବେଶ୍ୱର ମହାପାତ୍ରଙ୍କ ସମେତ 18 ଜଣ ଚତୁର୍ବେଦୀ କର୍ମକାଣ୍ଡୀ ଆଚାର୍ଯ୍ୟ ଯଜ୍ଞ କାର୍ଯ୍ୟ ତୁଲେଇ ଥିଲେ l ସୁଦୂର ଆମେରିକା ମୂଳ ନିବାସୀ ତଥା ବର୍ତ୍ତମାନ ଚେନାଇ ସତ୍ୟ ଚେତନା ଆଶ୍ରମର ଦାୟିତ୍ୱରେ ଥିବା ବିଷୁ ଦାସ, ବିଶୁପ୍ରିୟା ଓ ତୁଳସୀ ଦାସ ଅଂଶ ଗ୍ରହଣ କରିଥିଲେ l ଏହି ଅବସରରେ ବେଦ ମାହାତ୍ମ୍ୟ ଉପରେ ପ୍ରବଚନ କାର୍ଯ୍ୟକ୍ରମରେ ସ୍ୱାମୀ ଆତ୍ମନନ୍ଦଜୀ ମହାରାଜ,ଅବସରପ୍ରାପ୍ତ ନିର୍ଦ୍ଦେଶକ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ତଥା କୁଳପତି ବେଦ ବିଜ୍ଞାନ ବିଶ୍ଵବିଦ୍ୟାଳୟ ତିରୁବନ୍ତମଲାଇ ଚେନାଇର ଡ଼ ହରିହାର କାନୁନଗୋ,ଭୁବନେଶ୍ୱରର ଅଧିବକ୍ତା, ଲେଖକ ତଥା ସାହିତ୍ୟିକ ଡ଼ ଲଳିତ ନାରାୟଣ ରଥ,ରାଧା ମାଧବ ଆଶ୍ରମର ମୁଖ୍ୟ ଆଚାର୍ଯ୍ୟ ଆଦିତ୍ୟ ଦାସ,ପୂର୍ବ ଯଜ୍ଞ କମିଟି ସଭାପତି ତଥା ପ୍ରବକ୍ତା ଗୌରୀ ପ୍ରସାଦ ସାହୁ ବକ୍ତବ୍ୟ ରଖିଥିଲେ l ଯଜ୍ଞ ପରିଚାଳନା କମିଟି ସଭାପତି ପୟୋଧର ମହାକୁଳ, ଉପ ସଭାପତି ପ୍ରଶାନ୍ତ କୁମାର ସେଠି ଓ ଧନମାଳୀ ଦେହୁରୀ, ସମ୍ପାଦକ ମୟସେନ ରଣା, ସହ ସମ୍ପାଦକ ଶ୍ରୀପତି ମହାକୁଡ଼, କୋଷାଧକ୍ଷ ମନୋଜ କୁମାର ମହାକୁଡ଼, ସହ କୋଷାଧକ୍ଷ ଶିବ କର୍ମୀ,ରମେଶ ପ୍ରସାଦ ସାହୁ,ରାଜୁ ମେହେର, ଦିଲ୍ଲୀପ କୁମାର ସାହୁ, ଶ୍ରୀକ୍ଷେତ୍ର ମହାକୁଡ଼, ଦୁଷ୍ମନ୍ତ କୁମାର ପୃଷ୍ଟି , ପିଣ୍ଟୁ ମହାକୁଡ଼, ଗଜାନନ ଗାଈଗୋୖରିଆ, ଦୁର୍ଭାସା ମହାକୁଡ଼, ପୂର୍ଣ୍ଣ ଚନ୍ଦ୍ର ଭୋଇ,ଶଶୀ ମହାକୁଡ଼,ବସନ୍ତ ଭୋଇ, ପ୍ରଦୀପ ଦେହୁରୀ, ବିରେନ ମହାକୁଡ଼, ସୁବାସ ଚନ୍ଦ୍ର ଗୁରୁ, ଗଙ୍ଗାଧର ମହାକୁଡ଼, ଶମ୍ଭୁ ଗିରି,କୃତ୍ତିବାସ ପଲିଆ ସାମ୍ବାଦିକ ମହେଶ ପ୍ରସାଦ ଅଗ୍ରୱାଲ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *