February 28, 2026
Home » ତେଲେଙ୍ଗାନା ରାଜ୍ୟ ରୁ 15 ଜଣ ଦାଦନ ଶ୍ରମିକ ଉଦ୍ଧାର

ତେଲେଙ୍ଗାନା ରାଜ୍ୟ ରୁ 15 ଜଣ ଦାଦନ ଶ୍ରମିକ ଉଦ୍ଧାର

0
WhatsApp Image 2026-02-28 at 2.08.14 PM

 

ସୁବର୍ଣ୍ଣପୁର: 2025 ମସିହା ନଭେମ୍ବର ମାସରେ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ଥାନା ଅନ୍ତର୍ଗତ ନାଗପାଲି ଗ୍ରାମ ର ଦେବାର୍ଚ୍ଚନ ମେଘାନି ଓ 6 ଜଣ ବ୍ୟକ୍ତି ଓ ବଲାଙ୍ଗିର ଜିଲ୍ଲାର ଲୋଇସିଂହା ଥାନା ର ଫାସେଡ ଗ୍ରାମର ସୁଦାମ ଦାସ ଓ ଅନ୍ୟ 7 ଜଣ ବ୍ୟକ୍ତି ଗୋଟିଏ ଇଟା ଭାଟି କୁ କାମ କରିବା ପାଇଁ ତେଲେଙ୍ଗାନା ରାଜ୍ୟର ମଞ୍ଚେରିଆଲ ଅଞ୍ଚଳକୁ ଯାଇଥିଲେ । ସେଠାରେ ଇଟା ଭାଟିରେ କାମ କରିବା ସମୟରେ ତାଙ୍କୁ ଉପଯୁକ୍ତ ପାରିଶ୍ରମିକ ନ ମିଳିବା ଓ ବିଭିନ୍ନ ଅତ୍ୟାଚାର ପାଉଥିବା ଦର୍ଶାଇ ଉକ୍ତ ବ୍ୟକ୍ତି ମାନେ କୁଞ୍ଜ ଭାରତୀଙ୍କ ତରଫରୁ ମାନ୍ୟବର ହାଇକୋର୍ଟ ଓଡିଶା ଙ୍କ ଦ୍ଵାରସ୍ଥ ହୋଇଥିଲେ । ମାନ୍ୟବର ଓଡିଶା ହାଇକୋର୍ଟ WP(C) No.3538/2026 ଅନୁସାରେ ସେମାନଙ୍କୁ ଉଦ୍ଧାର ଓ ଉପଯୁକ୍ତ ପଦକ୍ଷେପ ନେବାକୁ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଜିଲ୍ଲା ପୋଲିସର IAHTU Cell ତୁରନ୍ତ ଜିଲ୍ଲା ଶ୍ରମ ଅଧିକାରୀ ଙ୍କ ସହ ଯୋଗାଯୋଗ କରି ସେଠାରେ ଫସି ରହିଥିବା ଦାଦନ ଶ୍ରମିକ ମାନଙ୍କ ସହ ଯୋଗାଯୋଗ କରିଥିଲେ । ତେଲେଙ୍ଗାନା ରାଜ୍ୟରେ ଅବସ୍ଥିତ ଓଡିଶା ସରକାରଙ୍କ ଯୋଗାଯୋଗ ଅଫିସରଙ୍କ ସହାୟତାରେ ଫସିରହିଥିବା ଦାଦନ ଶ୍ରମିକ ମାନେ କାମ କରୁଥିବା ସ୍ଥାନକୁ ଠାବ କରି ତାଙ୍କୁ ସେହି ଇଟା ଭାଟି ରୁ ଉଦ୍ଧାର କରଯାଇଥିଲା ।

ଗତକାଲି ତା. 27/02/2026 ରେ ସମସ୍ତ 15 ଜଣ (07 ଜଣ ସୁବର୍ଣ୍ଣପୁର ଓ 08 ଜଣ ବଲାଙ୍ଗିର ଜିଲ୍ଲାର ) ଙ୍କୁ ଉଦ୍ଧାର କରାଯାଇ ରେଳ ଯୋଗେ ସୁବର୍ଣ୍ଣପୁର କୁ ଆଜି ଅଣାଯାଇଛି । ସମସ୍ତ ଦାଦନ ଶ୍ରମିକ ମାନଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ଶ୍ରମ ଅଧିକାରୀ ଓ ବଲାଙ୍ଗିର ଜିଲ୍ଲା ଶ୍ରମ ଅଧିକାରୀ ଏବଂ ପୋଲିସ ବିଭାଗର ଅଧିକାରୀ ଙ୍କ ଉପସ୍ଥିତି ରେ ସେମାନଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ସେମାନେ ଯେଉଁ ଅଭିଯୋଗ କରିବେ ଏହାର ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି l ଏ ନେଇ ଆଜି ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ମୁଖ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ବିଳନୀ ରେ ସୂଚନା ଦେଇଛନ୍ତି ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ l ଏହି ସାମ୍ବାଦିକ ସମ୍ବିଳନୀ ରେ ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲା ଶ୍ରମ ଅଧିକାରୀ ଉପସ୍ଥିତ ଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *