June 8, 2026
Home » ଦକ୍ଷତା ବିକାଶ ଏବଂ ଭବିଷ୍ୟତର ପ୍ରସ୍ତୁତିକୁ ପ୍ରୋତ୍ସାହିତ କରିବ ଏଏମ୍/ଏନଏସ୍ ଇଣ୍ଡିଆ ନୂତନ ଅଧ୍ୟୟନ ଏବଂ ବିକାଶ କେନ୍ଦ୍ର

ଦକ୍ଷତା ବିକାଶ ଏବଂ ଭବିଷ୍ୟତର ପ୍ରସ୍ତୁତିକୁ ପ୍ରୋତ୍ସାହିତ କରିବ ଏଏମ୍/ଏନଏସ୍ ଇଣ୍ଡିଆ ନୂତନ ଅଧ୍ୟୟନ ଏବଂ ବିକାଶ କେନ୍ଦ୍ର

0
WhatsApp Image 2026-06-08 at 2.04.37 PM

ପାରାଦ୍ୱୀପ, : ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ ଏହାର କର୍ମଚାରୀ ଏବଂ ସହଯୋଗୀଙ୍କ ଦକ୍ଷତା ବିକାଶ ଲକ୍ଷ୍ୟରେ ଏକ ପଦକ୍ଷେପ ସ୍ଵରୂପ ପାରାଦ୍ୱୀପ ପେଲେଟ୍ ପ୍ଲାଣ୍ଟ କମ୍ପ୍ଲେକ୍ସରେ ନୂତନ ଅଧ୍ୟୟନ ଏବଂ ବିକାଶ କେନ୍ଦ୍ର ତଥା ଲର୍ଣ୍ଣିଂ ଆଣ୍ଡ ଡେଭଲପମେଣ୍ଟ ସେଣ୍ଟର ଉଦଘାଟନ କରିଛି। । ଏହି କେନ୍ଦ୍ର ଏହାର କର୍ମଚାରୀ ମାନଙ୍କର ଦକ୍ଷତା ବିକାଶ ଏବଂ ବୃତ୍ତିଗତ ଅଭିବୃଦ୍ଧି ପାଇଁ କାର୍ଯ୍ୟ କରିବା ସହିତ ଏଏମ୍ /ଏନଏସ୍ ଇଣ୍ଡିଆର ବିକାଶର ଯାତ୍ରାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବ।
ଏହି କେନ୍ଦ୍ର ନିରନ୍ତର ପ୍ରଶିକ୍ଷଣକୁ ପ୍ରୋତ୍ସାହିତ କରିବା ପାଇଁ ଡିଜାଇନ୍ କରାଯାଇଛି, ଯେଉଁଠାରେ ୧୨୦ ଜଣଙ୍କ ପାଇଁ ବସିବା କ୍ଷମତା ରହିଛି। ତାଲିମ ଅଧିବେଶନଗୁଡ଼ିକର ସହଜ ଓ ନିରବଚ୍ଛିନ୍ନ ପରିଚାଳନା ପାଇଁ ଏହା ଉଚ୍ଚ-ଗୁଣବତ୍ତା ସମ୍ପନ୍ନ ଅଡିଓ-ଭିଜୁଆଲ୍ ସିଷ୍ଟମ୍ ଏବଂ ଏକ ଡିଜିଟାଇଜ୍ଡ ପୋଡିୟମ୍ ଦ୍ୱାରା ସୁସଜ୍ଜିତ। ଏହି କେନ୍ଦ୍ରରେ ଏଲ୍ ଆଣ୍ଡ୍ ଡି ଟିମ୍ ପାଇଁ ସ୍ୱତନ୍ତ୍ର ୱର୍କଷ୍ଟେସନ୍ ମଧ୍ୟ ରହିଛି। ଶିକ୍ଷଣ ପରିବେଶକୁ ଆହୁରି ସମୃଦ୍ଧ କରିବା ପାଇଁ ଖୁବ୍ ଶୀଘ୍ର ଏଥିରେ ଲାଉଞ୍ଜ୍ ଏବଂ ଲାଇବ୍ରେରୀ ସୁବିଧା ଯୋଡ଼ିବାକୁ ମଧ୍ୟ ଯୋଜନା କରାଯାଉଛି।
ଏହି କେନ୍ଦ୍ରକୁ ଏଏମ୍/ଏନ୍‌ଏସ୍ ଇଣ୍ଡିଆ ଅର୍ଥ ବିଭାଗ ନିର୍ଦ୍ଦେଶକ ଏବଂ ଭାଇସ୍ ପ୍ରେସିଡେଣ୍ଟ ଶ୍ରୀ ଅମିତ ହରଲାଲକା ଏବଂ ମାନବ ସମ୍ବଳ ଏବଂ ପ୍ରଶାସନ ବିଭାଗ ନିର୍ଦ୍ଦେଶକ ଏବଂ ଭାଇସ୍ ପ୍ରେସିଡେଣ୍ଟ ଶ୍ରୀ ଆଶୁତୋଷ ତେଲାଙ୍ଗ ମିଳିତ ଭାବେ ଉଦଘାଟନ କରିଥିଲେ। ଏହି ଅବସରରେ ଖଣି ଏବଂ ଷ୍ଟ୍ରାଟେଜିକ୍ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଆଲୋକ କୁମାର ମେହେଟ୍ଟା, ପ୍ରକଳ୍ପ (ପୂର୍ବ ) ବିଭାଗ ମୁଖ୍ୟ ଶ୍ରୀ କେ.ଏ. ଚୌଧୁରୀ, ମାନବ ସମ୍ବଳ (ପୂର୍ବ) ବିଭାଗ ମୁଖ୍ୟ ଡକ୍ଟର ଦେବବ୍ରତ ଦାଶ, ଓଡ଼ିଶା ଅପରେସନ୍ସର ମୁଖ୍ୟ ଶ୍ରୀ ୟୁ.ଏସ୍.ଆର୍. ରାଜୁ, ପ୍ରକଳ୍ପ (ଓଡ଼ିଶା) ବିଭାଗ ମୁଖ୍ୟ ଘନଶ୍ୟାମ ପରିଡ଼ା ଏବଂ ମାଇନିଂ ଅପରେସନ୍ସ ଆଣ୍ଡ ଡେଭଲପମେଣ୍ଟ ବିଭାଗ ମୁଖ୍ୟ ଲକ୍ଷ୍ମଣ ଶେଖାୱତ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ବିଭାଗୀୟ ମୁଖ୍ୟ ଏବଂ ବିଭିନ୍ନ ବିଭାଗର କର୍ମଚାରୀମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ।
ଉଦ୍‌ଘାଟନ ପରେ ଆୟୋଜିତ ଏକ ପୁରସ୍କାର ଓ ସ୍ୱୀକୃତି ସମାରୋହରେ କାର୍ଯ୍ୟକ୍ଷେତ୍ରରେ ଉତ୍କର୍ଷତା ପ୍ରଦର୍ଶନ କରିଥିବା କର୍ମଚାରୀମାନଙ୍କୁ ସେମାନଙ୍କର ଅବଦାନ ପାଇଁ ଏଏମ୍/ଏନ୍‌ଏସ୍ ଇଣ୍ଡିଆର ନେତୃତ୍ୱମଣ୍ଡଳୀ ଦଳ ଦ୍ୱାରା ସମ୍ମାନିତ କରାଯାଇଥିଲା। ସୁରକ୍ଷାରେ ଅଗ୍ରଣୀ ଭୂମିକା ପ୍ରତି ପ୍ରତିବଦ୍ଧତା, ସୁରକ୍ଷା ସଂସ୍କୃତି ଗଠନ, ପ୍ରକ୍ରିୟା ଏବଂ ପ୍ରକଳ୍ପର ଉନ୍ନତିକରଣ, ନବସୃଜନ, ଉଚ୍ଚ ପ୍ରଦର୍ଶନ ଏବଂ ମୂଲ୍ୟବର୍ଦ୍ଧନ, ସହଭାଗିତା ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ, ସମସ୍ୟା ଓ ଦ୍ୱନ୍ଦ୍ୱର ସମାଧାନ ଏବଂ ପରିସ୍ଥିତି ଅନୁଯାୟୀ ସମସ୍ୟାର ସମାଧାନ ଭଳି ବିଭିନ୍ନ ବିଭାଗରେ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ନେତୃତ୍ୱମଣ୍ଡଳୀ ସୁରକ୍ଷା, ଏଏମ୍/ଏନ୍‌ଏସ୍ ଇଣ୍ଡିଆର ମୂଲ୍ୟବୋଧର ଏକ ପ୍ରମୁଖ ଅଂଶ, ଏବଂ ସମସ୍ତେ ମିଳିତ ଭାବେ ସୁରକ୍ଷିତ ରହି ମାନଦଣ୍ଡ ବୃଦ୍ଧି କରିବା ଏବଂ ପରସ୍ପରକୁ ସୁରକ୍ଷିତ ରଖିବାରେ ସାମୂହିକ ଦାୟିତ୍ୱ ଗ୍ରହଣ ଉପରେ ଗୁରୁତ୍ୱାରୋପ କରିଥିଲେ।
ଏହି ଅବସରରେ ଶ୍ରୀ ଆଶୁତୋଷ ତେଲାଙ୍ଗ କହିଛନ୍ତି ଯେ, “ଅଧ୍ୟୟନ, ସହଭାଗୀତା ଏବଂ ଉତ୍କର୍ଷତା ବିକାଶକୁ ପ୍ରୋତ୍ସାହିତ କରିଥାଏ। କମ୍ପାନୀ ଅଧ୍ୟୟନ ପାଇଁ ଏକ ମଞ୍ଚ ପ୍ରଦାନ କରୁଥିବାବେଳେ, ଏଥରୁ ଜ୍ଞାନ ଆହରଣ କାରିବଅ ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ଦାୟିତ୍ୱ। ଏହି ଲର୍ଣ୍ଣିଂ ଆଣ୍ଡ ଡେଭେଲପମେଣ୍ଟ ସେଣ୍ଟର କର୍ମଚାରୀମାନଙ୍କ ବିକାଶ ଏବଂ ନିରନ୍ତର ସୁଧାର ଦିଗରେ ନିବେଶ କରିବା ପାଇଁ ଏଏମ/ଏନଏସ ଇଣ୍ଡିଆର ପ୍ରତିବଦ୍ଧତାକୁ ଦର୍ଶାଉଛି।
ଡଃ ଦେବବ୍ରତ ଦାଶ କହିଛନ୍ତି ଯେ, “ଅଧ୍ୟୟନ ହେଉଛି ପ୍ରଗତିର ଭିତ୍ତିଭୂମି। ଆମେ ପ୍ରଶିକ୍ଷଣର ଆବଶ୍ୟକତାକୁ ଚିହ୍ନଟ କରିଛୁ, ନେତୃତ୍ୱର ସହଭାଗିତାକୁ ମଜବୁତ କରିଛୁ, ସମନ୍ୱୟ ବୈଠକ ଆୟୋଜନ କରିଛୁ ଏବଂ ଟ୍ରେନ୍-ଦି-ଟ୍ରେନର୍ କାର୍ଯ୍ୟକ୍ରମ ମାଧ୍ୟମରେ ସଂଗଠନ ମଧ୍ୟରେ ବିଭିନ୍ନ ବିଷୟବସ୍ତୁ ସମ୍ପର୍କିତ ବିଶେଷଜ୍ଞଙ୍କୁ ବିକଶିତ କରିଛୁ। ଅଧ୍ୟୟନ କ୍ଷେତ୍ରରେ କ୍ରମାଗତ ପୁରସ୍କାର ସହିତ, ଓଡ଼ିଶା ଆସେଟ୍ ମିଳିତ ଅଧ୍ୟୟନ ଏବଂ ସାଂଗଠନିକ ପ୍ରଗତି ଦିଗରେ ଉଦାହରଣ ସୃଷ୍ଟି କରିଛି।ନିରନ୍ତର ବିକାଶ ଏବଂ ଦକ୍ଷତା ବୃଦ୍ଧିକୁ ପ୍ରୋତ୍ସାହନ ଦେଇ, ଏଏମ୍/ଏନ୍‌ଏସ୍ ଇଣ୍ଡିଆ ନିଜର କର୍ମଚାରୀ ଓ ସହଭାଗୀମାନଙ୍କୁ ସଶକ୍ତ କରିବା ପାଇଁ ସମର୍ପିତ, ଯାହା ଭବିଷ୍ୟତର ଅଭିବୃଦ୍ଧି, ସ୍ଥିରତା ଏବଂ ଶ୍ରେଷ୍ଠତାକୁ ସକ୍ଷମ କରିବ।

 

prasanta dash nka report

Leave a Reply

Your email address will not be published. Required fields are marked *

You may have missed