ଦଳିତ ଆଦିବାସୀ ଜନସମୁଦାୟଙ୍କ ଉପରେ ହେଉଥିବା ଦମନ ଓ ଅତ୍ୟାଚାର ପ୍ରତି ଦୃଷ୍ଟି ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ମିଳିତମଞ୍ଚ ରାୟଗଡ଼ା ତରଫରୁ ତାରିଖ: ୦୩-୦୩-୨୦୨୫ ଆଜି ସକାଳ ୧୦ ଘଣ୍ଟା ସମୟରେ ରାଜ୍ୟରେ ସଂରକ୍ଷଣ ବିରୋଧୀ ନୀତି ଏବଂ ଅନୁସୂଚିତ ଜାତି ଓ ଜନଜାତି ପଛୁଆବର୍ଗ ସଂଖ୍ୟାଲଘୁଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାର ତଥା ବରିଷ୍ଠ ଆଇଏଏସ ଅଧିକାରୀ ଆବାହକ ଶ୍ରୀ ବିଷ୍ଣୁପଦ ସେଠିଙ୍କ ପ୍ରତି ନିର୍ଯ୍ୟାତନା ବିରୋଧରେ ପ୍ରତିବାଦରେ ରାୟଗଡ଼ା ବସଷ୍ଟାଣ୍ଡ ନିକଟସ୍ଥ ଭାରତ ସମ୍ବିଧାନର ପ୍ରଣେତା ଡଃ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମୁଖ୍ୟ ଅତିଥି ରାୟଗଡ଼ା ବିଧାୟକ ଶ୍ରୀ କାଡ୍ରାକା ଆପଲ ସ୍ବାମୀଙ୍କ ଦ୍ଵାରା ମାଲ୍ୟାର୍ପଣ କରିବା ପରେ ଜୟ ଭୀମ ଜୟ ଭୀମ ନାରା ଦେଇ ଏକ ବିଶାଳ ସଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏକ ଦାବି ପତ୍ର ପ୍ରଦାନ କରାଯାଉଛି। ଉକ୍ତ ଦାବି ପତ୍ର ଦଳିତ ଆଦିବାସୀ ଜନସମୁଦାୟଙ୍କ ଉପରେ ହେଉଥିବା ଦମନ ଓ ଅତ୍ୟାଚାର ପ୍ରତି ଦୃଷ୍ଟି ଦେବା ନିମନ୍ତେ ଶ୍ରୀ ମୋହନ ଚରଣ ମାଝି,ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡିଶାଙ୍କୁ ଜିଲ୍ଲା ପ୍ରଶାସନ ଜରିଆରେ ଦିଆଯାଇଛି । ଉକ୍ତ ଦାବି ପତ୍ରରେ ଉଲ୍ଲେଖ ରହିଛି ଯେ ଓଡିଶାର ବର୍ତମାନ ଭାରତୀୟ ଜନତା ପାର୍ଟି ସରକାର ଗତ ୨୦୨୪ ର ନିର୍ବାଚନରେ ୪୫.୩୪ %ଭୋଟ ପାଇଥିବା ମଧ୍ୟରୁ ଓଡ଼ିଶାରେ ଦଳିତ ଆଦିବାସୀଙ୍କ ସମର୍ଥନ ୩୫ %ରୁ ଅଧିକ ରହିଥିବା ବେଳେ ଗାଁରେ ସହରରେ ଚାକିରି ଯୋଗାଇବା କ୍ଷେତ୍ରରେ ବିଫଳ, ଶିକ୍ଷାନୁଷ୍ଠାନର ଛାତ୍ରୀ ନିବାସରେ ଏହି ବର୍ଗର ଲୋକେ କେବଳ ବହୁଭାବରେ ଅବହେଲିତ, ଅତ୍ୟାଚାରିତ,ଆକ୍ରୋଶର ଶିକାର ହେବା ସହ ମୃତ୍ୟୁବରଣ କରୁଛନ୍ତି । ଏପରିକି ସରକାର ତଦନ୍ତ କରି ଦୋଷୀକୁ ଚିହ୍ନଟ କରାଯାଇ ଦଣ୍ଡବିଧାନ କରିପାରୁନାହିଁ । ଗତ ତା ୧୮/୦୨/୨୦୨୫ ରିଖରେ ବୀନା କାରଣରେ ଜଣେ ବରିଷ୍ଠ ପ୍ରଶାସନିକ ଅଧ୍ବକାରୀ ଶ୍ରୀ ବିଷ୍ଣୁପଦ ସେଠୀ , ଆଇ.ଏ.ଏସଙ୍କୁ ସିବିଆଇ ତାଙ୍କ ଘରେ ପଶି ଖାନତଲାସ ନାରେ ସାରା ପରିବାରକୁ ଅତ୍ୟାଚାର କରି ମାନସିକ ଆଘାତ ଦେଇ ତାଙ୍କ ପଦବୀରୁ ହଟେଇ ଦିଆଯାଇଛି । ଶ୍ରୀ ସେଠୀ ଚିତ୍କାର କରି କହୁଥିଲେ ଯେ ତାଙ୍କ ନାରେ କିଛି ଏଫଆଇଆର ନାହିଁ,ସିଏ ନିଦୋଷ ସେ ଅସହାୟ ଜଣେ ଦଳିତ ବର୍ଗର ଅଧିକାରୀ ବୋଲି ତାଙ୍କ କଥା କେହି ନ ଶୁଣି ହଇରାଣ କରୁଛନ୍ତି । ଏପରିକି ଆତ୍ମହତ୍ୟା କରିବା କଥା ବି କହୁଥିଲେ ।
ଲୋକଙ୍କ ସମର୍ଥନରେ ଓଡିଶାର ବର୍ତମାନ ଭାରତୀୟ ଜନତା ପାର୍ଟି ସରକାର ଶାସନ କରୁଛି । ଉକ୍ତ ମିଳିତ ମଞ୍ଚରେ ଏସଟି,ଏସସି, ଓବିସି/ମାଇନରିଟୀ ସମ୍ପ୍ରଦାୟର ମିଳିତ ଭାବେ ଯୋଗ ଦେଇଥିଲେ ।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ