ଦାଦନ ଶ୍ରମିକ ଟୁନା ମହାନନ୍ଦିଆ ଙ୍କ ମର ଶରୀରକୁ ଜନ୍ମ ମାଟିକୁ ଆଣିବା ସହିତ ଆର୍ଥିକ କ୍ଷତିପୂରଣ ପ୍ରଦାନ ପାଇଁ ଦାବି l
ସୁବର୍ଣ୍ଣପୁର —ବୌଦ୍ଧ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀପାଲି ଗ୍ରାମ ପଞ୍ଚାୟତ ଅଧୀନସ୍ଥ ବିଜାପଦର ଗ୍ରାମର ଅତି ଗରିବ ନିରୀହ ଅସହାୟ ଟୁନା ମହାନନ୍ଦିଆ (୫୬) , ପିତା – ସ୍ବର୍ଗତ ସଭା ମହାନନ୍ଦିଆ ଦାଦନ ଶ୍ରମିକ ଭାବରେ ଗତ ମାର୍ଚ୍ଚ ମାସରେ ତାମିଲନାଡୁ ରାଜ୍ୟର ଟିର୍ଚି ଜିଲ୍ଲା ଅଧୀନସ୍ଥ ଟା ପେଟି ଥାନା ର Mangatapa , ବାଇ ପାସ ରୋଡ ର ଏକ ଘରୋଇ କମ୍ପାନୀ S J L T Textiles , Unit – 2 , କପଡା ମିଲ୍ ରେ କାର୍ଯ୍ୟ କରୁଥିଲେ । ଆଜି ଅର୍ଥାତ୍ ତା . ୧୨ – ୦୭ – ୨୦୨୬ ରିଖ ରବିବାର ସକାଳ ପ୍ରାୟ ସାତ ଘଣ୍ଟା ସମୟ ରେ କମ୍ପାନୀ ଭିତରେ କାର୍ଯ୍ୟରତ ଥିବା ସମୟରେ ଅଚେତ ହୋଇ ତଳେ ପଡ଼ିଯାଇଥିଲେ ।

ଚେତା ଶୂନ୍ୟ ଅବସ୍ଥାରେ ଦାଦନ ଶ୍ରମିକ ଙ୍କ ସହଯୋଗୀ ମାନେ ତାଙ୍କୁ ତୁରନ୍ତ Thurajyur ସରକାରୀ ଡାକ୍ତରଖାନା , Taa Petty କୁ ନେଇଥିଲେ , ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତ ଦାଦନ ଶ୍ରମିକ ଙ୍କ ଦୁଇଟି ପୁତ୍ର ନଗେନ ମହାନନ୍ଦିଆ , ବୃନ୍ଦାବନ ମହାନନ୍ଦିଆ ଏବଂ ଏକ ମାତ୍ର କନ୍ୟା ଲିପସା ମହାନନ୍ଦିଆ ଅତି ଦୁଃଖ କଷ୍ଟରେ ଜୀବନ ଯାପନ କରିବା ସହିତ ଅପେକ୍ଷାରେ ରହିଛନ୍ତି । ଉପରୋକ୍ତ ଗୁରୁତ୍ୱପୂର୍ଣ୍ଣ ଅତି ସମ୍ବେଦନଶୀଳ ଘଟଣା କୁ ବୌଦ୍ଧ ଜିଲ୍ଲା ପ୍ରଶାସନ ସୁବିଚାର କରି ଦାଦନ ଶ୍ରମିକ ଙ୍କ ମର ଶରୀର କୁ ନିଜ ଜନ୍ମ ମାଟିକୁ ଆଣିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କୁ ସରକାରୀ ଆର୍ଥିକ କ୍ଷତିପୂରଣ ସହାୟତା ଯୋଗାଇ ଦେବାକୁ ଅଗ୍ରଣୀ ସାମାଜିକ ସଂଗଠନ ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ଅନୁରୋଧ କରାଯାଇଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
