July 1, 2025
Home » “ଦାନା” ବାତ୍ୟାରେ କ୍ଷତିଗ୍ରସ୍ତ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଅଞ୍ଚଳର ଲୋକମାନଙ୍କୁ ଭେଟି ତାଙ୍କ ସମସ୍ୟା ବାବଦରେ ଆଲୋଚନା

“ଦାନା” ବାତ୍ୟାରେ କ୍ଷତିଗ୍ରସ୍ତ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଅଞ୍ଚଳର ଲୋକମାନଙ୍କୁ ଭେଟି ତାଙ୍କ ସମସ୍ୟା ବାବଦରେ ଆଲୋଚନା

0
WhatsApp Image 2024-10-30 at 11.31.54 PM

ଆଜି ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ସ୍ଥାନୀୟ କଂଗ୍ରେସ ନେତୃବୃନ୍ଦଙ୍କ ସହ “ଦାନା” ବାତ୍ୟାରେ କ୍ଷତିଗ୍ରସ୍ତ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଅଞ୍ଚଳର ଲୋକମାନଙ୍କୁ ଭେଟି ତାଙ୍କ ସମସ୍ୟା ବାବଦରେ ଆଲୋଚନା କରିଛନ୍ତି।ଏହି ଅବସରରେ ସେ ବାତ୍ୟା ପରବର୍ତ୍ତୀ କାର୍ଯ୍ୟ ନେଇ ଏବଂ ପ୍ରପୀଡ଼ିତ ଲୋକମାନଙ୍କ ଅବସ୍ଥା ଦେଖି ଦୁଃଖ ପ୍ରକାଶ କରିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ସେ କହିଛନ୍ତି କି ଦାନା ବାତ୍ୟା ଉପକୂଳ ଓଡ଼ିଶାରେ ବିନାଶ କରିଛି। ଆମ ଲୋକଙ୍କ କଷ୍ଟ ଦେଖି ମୁଁ ଅତି ଦୁଃଖିତ। ଯେତେବେଳେ ସାରା ବିଶ୍ୱ ଦୀପାବଳି ପାଳନ କରିବ,ସେତେବେଳେ ସେମାନଙ୍କର ଜୀବନ ଅନ୍ଧକାରମୟ ହୋଇଛି। ମୋର ଓଡ଼ିଶା ସରକାରଙ୍କୁ ଅନୁରୋଧ, ପ୍ରପୀଡ଼ିତ ଲୋକମାନଙ୍କୁ ତୁରନ୍ତ ଆର୍ଥିକ ସାହାଯ୍ୟ ଦେଇ ସେମାନଙ୍କ ମୁହଁରେ ହସ ଫେରାନ୍ତୁ।

ଇପିଏ ରୁ ବିରଞ୍ଚି ନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *