October 16, 2024
Home » ଦିବ୍ୟଊର୍ଜା ଯୋଗ ସମିତି ପକ୍ଷରୁ ସ୍ୱତନ୍ତ୍ର ଯୋଗ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ l

ଦିବ୍ୟଊର୍ଜା ଯୋଗ ସମିତି ପକ୍ଷରୁ ସ୍ୱତନ୍ତ୍ର ଯୋଗ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ l

0

ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସ୍ମାର୍ଟ ପାର୍କ ର ଯୋଗ ମଣ୍ଡପ ରେ ଦିବ୍ୟଊର୍ଜା ଯୋଗ ସମିତି ପକ୍ଷରୁ ସ୍ୱତନ୍ତ୍ର ଯୋଗ ଶିବିର କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରେ ବଲାଙ୍ଗିର ଭାରତ ସ୍ବାଭିମାନ ପ୍ରଭାରୀ ରଘୁ ଷଡ଼ଙ୍ଗୀ ଯୋଗ ଶିବିର ରେ ଯୋଗ ଦେଇ ଯୋଗ ଓ ପ୍ରାଣାୟାମ ର ଅଭ୍ୟାସ ଓ ବିଧି ତଥା ରୋଗର କାରଣ, ନିବାରଣ ନିମନ୍ତେ ଉଦବୋଧନ ଦେଇଥିଲେ। ସୂର୍ଯ୍ୟ ନମସ୍କାର ଓ ଅନ୍ୟାନ୍ୟ ଜୀବନ ଶୈଳୀ ବିଷୟର ବିସ୍ତୃତ ଆଲୋଚନା କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଯୋଗ ଶିକ୍ଷକ ରଘୁ ଷଡ଼ଙ୍ଗୀ ଙ୍କୁ ଦିବ୍ୟ ଊର୍ଜା ଯୋଗ ସମିତି ସଭାପତି ଗୋପାଳ ନେଗୀ ଓ ଶ୍ରୀବନ୍ତ ମିଶ୍ର ପୁଷ୍ପ ଗୁଚ୍ଛ ପ୍ରଦାନ କରି ସମ୍ମାନୀତ କରିଥିଲେ । ଜିଲ୍ଲା ଯୋଗ ସମିତିର ଯୋଗ ଗୁରୁ ମନୋଜ୍ ପଣ୍ଡା ତଥା ଶେଷରେ ମନୋରଞ୍ଜନ ତ୍ରିପାଠୀ, ଶ୍ରୀଯୁକ୍ତ ରଘୁ ଷଡ଼ଙ୍ଗୀ ଓ ଉପସ୍ଥିତ ଯୋଗୀ ଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ l

ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *