December 22, 2024
Home » ଦୀର୍ଘ ଦିନର ଅସୁସ୍ଥତା ପରେ ଭୁବନେଶ୍ୱରରେ ବିଶିଷ୍ଟ ସମ୍ପାଦକ ଅନିଲ ପ୍ରସାଦ ମିଶ୍ରଙ୍କ ଦେହାନ୍ତ ..

ଦୀର୍ଘ ଦିନର ଅସୁସ୍ଥତା ପରେ ଭୁବନେଶ୍ୱରରେ ବିଶିଷ୍ଟ ସମ୍ପାଦକ ଅନିଲ ପ୍ରସାଦ ମିଶ୍ରଙ୍କ ଦେହାନ୍ତ ..

0

..

ଦୀର୍ଘ ଦିନର ଅସୁସ୍ଥତା ପରେ ମଙ୍ଗଳବାର ଦିନ ରାତି ୧୧ ଟା ସମୟରେ ଭୁବନେଶ୍ୱରର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ “ଈଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି”ର ପ୍ରତିଷ୍ଠାତା ତଥା ସାପ୍ତାହିକ ପତ୍ରିକା “ଇପିଏ”ର ମୁଖ୍ୟ ସମ୍ପାଦକ ଅନିଲ ପ୍ରସାଦ ମିଶ୍ରଙ୍କର ୬୩ ବର୍ଷରେ ମୃତ୍ୟୁ ଘଟିଛି। ସେ ତାଙ୍କର ପତ୍ନୀ, ଝିଅ ଓ ପୁଅକୁ ଛାଡି ଚାଲଯାଇଛନ୍ତି । ମରଶରୀରକୁ ତାଙ୍କ ଘରକୁ ଆଣିବା ପରେ ଉକ୍ତ ଶୋକସନ୍ତପ୍ତ ସମୟରେ ତାଙ୍କ ଶେଷ ଦର୍ଶନ ସକାଶେ ସାମ୍ବାଦିକଗଣ, କାର୍ଯ୍ୟକର୍ତ୍ତା, ରାଜନେତା ଏବଂ ଅନ୍ୟମାନେ ସାମିଲ ହୋଇଥିଲେ।
ସେ ଜଣେ ଭଦ୍ର,ଗୁଣି, ସୁଜ୍ଞାନସମ୍ପର୍ନ ତଥା ଏକ ଉଚ୍ଚକଟିର ବ୍ୟକ୍ତିତ୍ୱ ଥିଲେ ।ଓଡିଶାର ଜଣେ ସୁନାମଧନ୍ୟ ସମ୍ପାଦକ ରୂପେ କ୍ଷ୍ୟତି ଅର୍ଜନ କରିଥିଲେ ।ତାଙ୍କ ମରଶରୀରକୁ ଘରୁ ଅଫିସକୁ ଆଣିବା ପରେ ସେଠୁ ନେଇ ପୁରୀ ସ୍ୱର୍ଗ ଧାମରେ ​ତାଙ୍କ ଶେଷକୃତ୍ୟ ରୀତିନୀତି ଅନୁସାରେ କରାଯାଇଥିଲା। ଏହି ଦୁଃଖଦ ସମୟରେ ସ୍ୱର୍ଗତଃ ମିଶ୍ରଙ୍କ ବିୟୋଗରେ ଓଡ଼ିଶା ବିଜେପି ତରଫରୁ ଶୋକ ପ୍ରକାଶ କରାଯାଇଅଛି । ସ୍ୱର୍ଗତଃ ମିଶ୍ରଙ୍କ ମୃତ୍ୟୁ ଓଡ଼ିଶାରେ ଫଟୋ ସାମ୍ବାଦିକ କ୍ଷେତ୍ରରେ ଏକ ଅପୂରଣୀୟକ୍ଷତି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି । ସ୍ୱର୍ଗତଃ ମିଶ୍ରଙ୍କ ଦିବଂଗତ ଆତ୍ମାର ସଦ୍‌ଗତି କାମନା କରିବା ସହ ଏଭଳି ଦୁଖଦଃ ସମୟରେ ଶୋକସନ୍ତପ୍ତ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧର୍ଯ୍ୟ ପ୍ରଦାନ କରନ୍ତୁ ବୋଲି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ସାମଲ ପ୍ରାର୍ଥନା କରିଥିଲେ। ତାଙ୍କର ସମ୍ପାଦକୀୟ କାର୍ଯ୍ୟ ପୂର୍ବରୁ ସ୍ୱର୍ଗତ ଅନିଲ ମିଶ୍ର ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୁ ପଟ୍ଟନାୟକଙ୍କ ଫଟୋଗ୍ରାଫର ଥିଲେ। ଏହା ପରେ ଏଜେନ୍ସି ଆରମ୍ଭ କରିଥିଲେ ଏବଂ ବିଭିନ୍ନ ପ୍ରକାର ପ୍ରସଙ୍ଗରେ ନିରପେକ୍ଷ, ନ୍ୟାୟପୂର୍ଣ୍ଣ, ବାସ୍ତବ,ନିର୍ଭିକ ଭାବେ ସତ୍ୟତା ନେଇ ସମ୍ପାଦନ କରି ସାରା ସଂପାଦକୀୟ ତଥା ରାଜ୍ୟର ବେଶ୍ ଭାବେ ସୁନାମ ଅର୍ଜନ କରିଥିଲେ। ଇପିଏ କାର୍ଯ୍ୟାଳୟ ପାର୍ଶ୍ଵରେ୨୦୧୯ରେ ସେ ବିଜୁ ପଟ୍ଟନାୟକଙ୍କ ସ୍ମୃତିରେ ଏକ ଫଟୋ ଗ୍ୟାଲେରୀ ଆରମ୍ଭ କରିଥିଲେ |
ସେ ଭୁବନେଶ୍ୱରରୁ ପ୍ରକାଶିତ ଓଡିଆ ବିଶିଷ୍ଟ୍ୟ ସାପ୍ତାହିକ ପତ୍ରିକା ଇପିଏ ସାପ୍ତାହିକ ର ମୁଖ୍ୟ ସମ୍ପାଦକ ଥିଲେ | ତାଙ୍କର ଦେହାନ୍ତରେ ରାଜ୍ୟର ବିଶିଷ୍ଟ ବ୍ୟକ୍ତିତ୍ୱମାନେ ଦୁଃଖ ପ୍ରକାଶ କରିଥିଲେ।

ରାୟଗଡା ଜିଲ୍ଲା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *

You may have missed