July 5, 2025
Home » ଦୁଇ ଦିନିଆ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଆନୁଷ୍ଠାନିକ ଭାବେ ଉଦଯାପିତ

ଦୁଇ ଦିନିଆ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଆନୁଷ୍ଠାନିକ ଭାବେ ଉଦଯାପିତ

0
WhatsApp Image 2024-11-20 at 10.09.10 PM

ଦୁଇ ଦିନିଆ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଆନୁଷ୍ଠାନିକ ଭାବେ ଉଦଯାପିତ ହୋଇଯାଇଛି। ରାୟଗଡ଼ ସହରରେ ଥିବା ରେଳବାଇ ପଡ଼ିଆରେ ଚାଲିଥିବା ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଭାସ୍କର ରଇତ, ଅତିରିକ୍ତ ଜିଲ୍ଲାପାଳ,(ସାଧାରଣ) ରାୟଗଡ଼ ଯୋଗ ଦାନ କରିଥିଲେ। ମୁଖ୍ୟ ବକ୍ତା ଭାବେ ଶ୍ରୀଯୁକ୍ତ ନିହାର ରଞ୍ଜନ କହଁର, ମୁଖ୍ୟ ଉନ୍ନୟନ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ରାୟଗଡ଼ ଯୋଗଦାନ କରିଥିଲେ ।ସମ୍ମାନିତ ଅତିଥି ଭାବେ ଡକ୍ଟର ଦୟାନିଧି ବାଗ ପ୍ରକଳ୍ପ ନିର୍ଦ୍ଦେଶକ,ଜଳଛାୟା, ରାୟଗଡ଼,ଶ୍ରୀଯୁକ୍ତ ଦୟାନିଧି ରାଉତ ଉପନିର୍ଦେଶକ ଉଦ୍ୟାନ ବିଭାଗ , ରାୟଗଡ଼ ଶ୍ରୀଯୁକ୍ତ ମନୋଜ କୁମାର ପାତ୍ର ଡେପୁଟି ସି ଇ ଓ ଓର୍ମସ ରାୟଗଡ଼ ଓ ଶ୍ରୀମତୀ ମଣିମାଳା ଶବର ଅଧ୍ୟକ୍ଷା ପଂଚାୟତ ସମିତି ପଦ୍ମପୁର ଯୋଗ ଦାନ କରିଥିଲେ । ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଆଲୋକ କୁମାର ଆଚାର୍ଯ୍ୟ ତାଙ୍କର ସ୍ବାଗତ ଭାଷଣରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ରାଜ୍ୟ ସରକାରଙ୍କର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ସମସ୍ତ ଯୋଜନା ଉପରେ ଅବଗତ କରାଇଥିଲେ ।

ଜିଲ୍ଲାର ୧୧ ଗୋଟି ବ୍ଲକରୁ ୭୦୦ ରୁ ଉର୍ଦ୍ଧ ଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ।ଚାଷୀ ବୈଜ୍ଞାନିକ ବାର୍ତ୍ତା ବିନିମୟ କାର୍ଯ୍ୟକ୍ରମ ରେ ଡାକ୍ତର ରବୀନ୍ଦ୍ର ମୋହନ ମହlରଥା ସହକାରୀ ପ୍ରାଧ୍ୟାପକ ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟ ଭୁବନେଶ୍ଵର, ଶ୍ରୀଯୁକ୍ତ ଅରୁଣ ବେହେରା , ଉପନିର୍ଦେଶକ ମତ୍ସ୍ୟ ବିଭାଗ ଡାକ୍ତର ଦୀନବନ୍ଧୁ ମିଶ୍ର ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ସମ୍ବଲପୁର ଓ ଶ୍ରୀଯୁକ୍ତ ପ୍ରସନ୍ନ କୁମର ପଟ୍ଟନାୟକ, ଉପନିର୍ଦେଶକ ମତ୍ସ୍ୟ ବିଭାଗ ଚାଷୀ ମାନଙ୍କର ବିଭିନ୍ନ ପ୍ରଶ୍ନ ର ଉତ୍ତର ରଖିଥିଲେ।
ଏହି ଅବସରରେ ସଫଳ ମାଛ ଚାଷ କରୁଥିବା ଶ୍ରୀଯୁକ୍ତ ହରେକୃଷ୍ଣ କହଁର ମୁନିଗୁଡା ଓ ଗୋଷ୍ଠି ମାଧ୍ୟମ ରେ ମାଛ ଚାଷ କରିଥିବା ମା ମାଣିକେଶ୍ଵରୀ ସ୍ଵୟଂ ସହାୟକ ଗୋଷ୍ଠୀ,ପଦ୍ମପୁର ,ସଫଳ କୁକୁଡ଼ା ଚାଷୀ ଶ୍ରୀ ସିଦ୍ଧାର୍ଥ ଚୌଧୁରୀ,ମୁନିଗୁଡାଏବଂ ସଫଳ ବ୍ରୋଇଲର୍ କୁକୁଡ଼ା ପାଳନ ପାଇଁ ମା ଗ୍ରାମଦେବୀ ସ୍ୱୟଂ ସହାୟକ ଦଳ ଗୁଣୁପୁର ଙ୍କୁ ଉପଢୌକନ ସହ ପାଞ୍ଚ ହଜାର ଟଙ୍କା ପ୍ରଦାନ କରାଯାଇଥିଲା।ଏଥିସହିତ ବ୍ଲକ ସ୍ତରରେ ମତ୍ସ୍ୟ ଚାଷ ପାଇଁ ଶ୍ରୀ ବାଲେଶ୍ଵର ଶବର ଗୁଡ଼ାରୀ ଓ ଗୋ ପାଳକ ଚାଷୀ ହିସାବ ରେ ଶ୍ରୀ ଗଣେଶ ସାହୁ ,ରlମନlଗୁଡାଙ୍କୁ ସମ୍ମାନିତ କରାଯାଇଥିଲା । ପରିଶେଷରେ ସରକାରଙ୍କର ବିଭିନ୍ନ ଯୋଜନାକୁ ଲୋକାଭିମୁଖୀ କରିବା ପାଇଁ ଲୋକ ନୃତ୍ୟ ଦଳ ଲୋକନୃତ୍ୟ ପ୍ରଦର୍ଶନ କରିଥିଲେ।
ସର୍ବଶେଷରେ ଶ୍ରୀଯୁକ୍ତ ଜ୍ଞାନ ରଞ୍ଜନ ସେଠୀ ଜିଲ୍ଲା ମତ୍ସ୍ୟ ଅଧିକାରୀ ରାୟଗଡ଼ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ:ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *