August 20, 2026
Home » ଦୁଇ ଦିବସୀୟ ‘ମୋଟାପା’ ନିବାରଣ ଶିବିର ଅନୁଷ୍ଠିତ 

ଦୁଇ ଦିବସୀୟ ‘ମୋଟାପା’ ନିବାରଣ ଶିବିର ଅନୁଷ୍ଠିତ 

0
WhatsApp Image 2026-05-29 at 4.45.16 PM (2)
ଭୁବନେଶ୍ୱର:ମୋଟାପା ବା ମୋଟାପଣ ଅବସ୍ଥା ଯୋଗୁଁ ବହୁ ଲୋକ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥା’ନ୍ତି l ଏହାର ସମାଧାନ ଓ ନିବାରଣ ପାଇଁ ଖାଦ୍ୟପେୟ ଓ ଦିନଚର୍ଯ୍ୟାରେ ଶୃଙ୍ଖଳା ସହିତ  ନିୟମିତ ଯୋଗାଭ୍ୟାସ ଓ ସଚେତନତା ଜରୁରୀ l “ଭାରତୀୟ ଯୋଗ ସଂସ୍ଥାନ, ଓଡ଼ିଶା ପ୍ରାନ୍ତ ” ଅଧିନସ୍ଥ ଭୁବନେଶ୍ୱର  ନୟାପଲ୍ଲୀ ଯୋଗ ଜିଲ୍ଲା ଏବଂ ବରମୁଣ୍ଡା ଯୋଗ ଜିଲ୍ଲାର ମିଳିତ ଆନୁକୂଲ୍ୟରେ ମଇ ୨୭ ଓ ୨୮ ତାରିଖରେ ଅନୁଷ୍ଠିତ ଦ୍ଵିଦିବସୀୟ “ମୋଟାପା ରୋଗ ନିବାରଣ ଶିବିର”ରେ ଏ ସଂପର୍କରେ ଯୋଗାଭ୍ୟାସ ଓ  ସଚେତନ କରାଯାଇଛି ।
ଆଜି ମଇ ୨୮ ତାରିଖ ସକାଳେ ସ୍ଥାନୀୟ  ଭି.ଆଇ.ପି ପାର୍କ ପରିସରରେ ଅନୁଷ୍ଠିତ ହୋଇଯାଇଥିବା ଯୋଗ ଶିବିରରେ ଏକ ଶୃଙ୍ଖଳିତ ପରିବେଶ ମଧ୍ୟରେ ଦୁଇ ଯୋଗ ଜିଲ୍ଲାର ପ୍ରତ୍ୟେକ ସଦସ୍ୟ ସଦସ୍ୟା ଯୋଗ ଦେଇ ଯୋଗ ମାଧ୍ୟମରେ ସୁସ୍ଥ ଏବଂ ସୁନ୍ଦର ସ୍ୱାସ୍ଥ୍ୟ  ପ୍ରତି ଜନ ସମାଜକୁ ଜାଗୃତ କରାଇବାର  ଏକ ସୁନ୍ଦର ପ୍ରଚେଷ୍ଟା କରିଥିଲେ l
ମଇ ୨୭ ତାରିଖରେ ଅନୁଷ୍ଠିତ ପ୍ରଥମ ଦିନ ଯୋଗ ଶିବିର ସ୍ଥାନୀୟ ରେଣ୍ଟାଲ ପାର୍କରେ ଶୁଭାରମ୍ଭ କରାଯାଇଥିଲା । ଏଥିରେ  ମୁଖ୍ୟ ଅତିଥି ଭାବେ  ଓଡ଼ିଶା ପ୍ରାନ୍ତ ପ୍ରଧାନ ଶ୍ରୀ ସୁରେଶ କୁମାର ମହାପାତ୍ର ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଏଠାରେ ଭାରତୀୟ ଯୋଗ ସଂସ୍ଥାନ ଦ୍ୱାରା ‘ମୋଟାପା’ ନିବାରଣ  ଉପରେ ଏକ ଯୋଗ ପୁସ୍ତକ ଉନ୍ମୋଚନ କରାଯାଇଥିଲା ।
ଦୁଇ ଦିନ ବ୍ୟାପି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ  ପ୍ରାନ୍ତ ସଦସ୍ୟା ଶ୍ରୀମତୀ ମଞ୍ଜୁଳା ମିଶ୍ର , ବରମୁଣ୍ଡା ଯୋଗ ଜିଲ୍ଲା ପ୍ରଧାନ ଶ୍ରୀ ପ୍ରଦୀପ୍ତ କୁମାର ମହାନ୍ତି ଏବଂ  ନୟାପଲ୍ଲୀ ଯୋଗ ଜିଲ୍ଲା ପ୍ରଧାନ ଶ୍ରୀ ଜ୍ୟୋତିର୍ମୟ ରଥ ପ୍ରମୁଖ ଯୋଗ ଦେଇ ‘ମୋଟାପା’ ରୋଗ ନିବାରଣ ଉପରେ ବିଶେଷ ଆଲୋକପାତ କରିବା ସହ ନିଜ ନିଜର ଖାଦ୍ୟପେୟ, ଦିନଚର୍ଯ୍ୟା, ଶୃଙ୍ଖଳିତ ଜୀବନ  ଏବଂ ଯୋଗ ମାଧ୍ୟମରେ କିପରି ଏହାକୁ ନିବାରଣ ଏବଂ ନିୟନ୍ତ୍ରଣ କରିହେବ, ସେ ସମ୍ପର୍କରେ ନିଜର ବାର୍ତ୍ତା  ସୁନ୍ଦର  ଭାବେ ଉପସ୍ଥାପନା କରି ମୂଲ୍ୟବାନ ପରାମର୍ଶ ଦେଇଥିଲ । ଶିବିରରେ ପ୍ରାନ୍ତ ସଦସ୍ୟା ଶ୍ରୀମତୀ ମିଶ୍ର ଙ୍କ ସମେତ ଯୋଗ ସଂସ୍ଥାନର ଅଧିକାରୀମାନେ ସମସ୍ତଙ୍କୁ ଏହି ‘ମୋଟାପା’ ରୋଗ ସମ୍ବନ୍ଧୀୟ ବିଭିନ୍ନ ଯୋଗାଭ୍ୟାସ କରାଇଥିଲେ । କାର୍ଯ୍ୟକ୍ରମରେ ଦୁଇ ଯୋଗ ଜିଲ୍ଲାର  ଅଧିକାରୀ ଜୟଶ୍ରୀ ପଣ୍ଡା , ଶ୍ରୀମତୀ ଜ୍ୟୋତିର୍ମୟୀ ମହାପାତ୍ର ଏବଂ ଶ୍ରୀମତୀ ମମତା ଦାଶ ଙ୍କ ସମେତ  କ୍ଷେତ୍ର, କେନ୍ଦ୍ର ଅଧିକାରୀ  ଏବଂ ସାଧକ, ସାଧିକା ଙ୍କ ସହ ମୋଟ ୧୫୦ ଜଣ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ । ପ୍ରଥମ ଦିନ କାର୍ଯ୍ୟକ୍ରମକୁ  ଶ୍ରୀମତୀ ଶୁଭ୍ରସିମା ମହାନ୍ତି ଏବଂ ଦ୍ଵିତୀୟ ଦିବସକୁ ଡକ୍ଟର ଜ୍ୟୋତିର୍ମୟୀ ଦାସ  ସଞ୍ଚାଳକ ଦାୟିତ୍ୱ  ନିର୍ବାହ କରିଥିଲେ l

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed