ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି ବିଦ୍ୟୁତ ଖୁଣ୍ଟ

ସୁବର୍ଣ୍ଣପୁର– ସୋନପୁର ସହରର ଗୁଣ୍ଡିଚା ମନ୍ଦିର ନିକଟବର୍ତ୍ତୀ ୱାର୍ଡ ନମ୍ବର ୬ ତେନ୍ତୁଳିଘାଟ ଛକଠାରେ ରାସ୍ତା ମଝିରେ ବିଦ୍ୟୁତ୍ ଖୁଣ୍ଟ ରହିଛି। ଉକ୍ତ ରାସ୍ତାଟି ପ୍ରଶସ୍ତିକରଣ କାମ ସରିଥିବା ବେଳେ ମଝିରେ ଥିବା ବିଦ୍ୟୁତ ଖୁଣ୍ଟ ନ ହଟାଇ ଡ୍ରେନ ନିର୍ମାଣ ସରିଛି। ଫଳରେ ରାସ୍ତା ମଝିରେ ବିଦ୍ୟୁତ୍ ଖୁଣ୍ଟ ଥିବା ଯୋଗୁଁ ଯେକୌଣସି ସମୟରେ ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇ ଦୁର୍ଘଟଣାର ସମ୍ମୁଖୀନ ହେବାର ଆଶଙ୍କା ରହିଛି।ଏହା ସୋନପୁର ପୈାର ପରିଷଦ ପକ୍ଷରୁ ରାସ୍ତା ନିର୍ମାଣ କାର୍ଯ୍ୟ ଚାଳିଛି। ତୁରନ୍ତ ଏହି ରାସ୍ତା ଉପରୁ ବିଦ୍ୟୁତ୍ ଖୁଣ୍ଟ ହଟାଇବା ପାଇଁ ଜନସାଧାରଣ ରେ ଦାବି ହେଉଛି l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର