April 11, 2026
Home » ଦୁର୍ଘଟଣାରେ ଗାଡ଼ି ଚାଳକଙ୍କର ଶରୀରରୁ ମୁଣ୍ଡ ଛିଣ୍ଡି ପଡ଼ିଲା

ଦୁର୍ଘଟଣାରେ ଗାଡ଼ି ଚାଳକଙ୍କର ଶରୀରରୁ ମୁଣ୍ଡ ଛିଣ୍ଡି ପଡ଼ିଲା

0
WhatsApp Image 2026-04-11 at 4.03.20 PM

 

ଆଠଗଡ଼ ବ୍ଲକ ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ୫୫ନଂ ଜାତୀୟ ରାଜପଥ ଓରନ୍ଦା ଓଭର ବ୍ରିଜ ଉପରେ ଆଜି ଭୋର୍ ୪:୩୦ ମିନିଟରେ ଏକ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା ଘଟିଯାଇଛି।ଏକ ରଡ଼ ବୋଝେଇ ଟ୍ରକ(ଓଡ଼ି୦୭ଏଫ4647)ପଛ ପଟୁ ଏକ ଚିପ୍ସ ବୋଝେଇହାଇୱା(ଓଡ଼ି୦୫ବିୱାଇ୪୭୯୭)ଧକା ଦେବା ଫଳରେ ହାଇୱା ଡ୍ରାଇଭରଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଡ୍ରାଇଭର ର ଦେହ ଗାଡ଼ି ଭିତରେ ଥିବା ବେଳେ ମୁଣ୍ଡଟି ରାସ୍ତା ଉପରେ ପଡ଼ିଥିଲା।ଘଟଣା ସ୍ଥଳରେ ଆଠଗଡ଼ ଅଗ୍ନିଶମ ବିଭାଗ ଗାଡ଼ି ଭିତରୁ ମୃତ ଦେହକୁ ଉଦ୍ଧାର କରିଛି।ଘଟଣା ସ୍ଥଳରେ ଗୁରୁଡ଼ିଝାଟିଆ ପୁଲିସ ପହଞ୍ଚି ଶବ ବ୍ୟବଛେଦ ପାଇଁ ଆଠଗଡ଼ ଡାକ୍ତରଖାନା କୁ ପଠାଇଥିବା ବେଳେ ଗାଡିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *