ଦୁର୍ଦ୍ଦାନ୍ତ ଅପରାଧୀ ପପୁ ବରାଳ ଗିରଫ
ଦାଦାବଟି ଆଦାୟକୁ କେନ୍ଦ୍ର କରି ପୁରୀର ଏକ ହୋଟେଲକୁ ବୋମାମାଡ କରି ଫେରାର ଥିବା ଚାରିଜଣ ଦୁର୍ବୃତ୍ତଙ୍କୁ ଗୁରୁବାର ପୁରୀ ପୋଲିସ ଗିରଫ କରିଥିବା ବେଳେ ଆଉ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି l ଗିରଫ ଦୁଇଜଣ ଅଭିଯୁକ୍ତ ହେଉଛନ୍ତି ପପୁ ବରାଳ ଓ ଶଙ୍କର ସାହୁ। ଗତ ୧୦ ତାରିଖ ରାତିରେ ପୁରୀ ବଳିଆପଣ୍ଡା ଥାନା ଅନ୍ତର୍ଗତ ଲାଇଟ୍ ହାଉସ୍ ନିକଟରେ ଥିବା ହୋଟେଲ୍ ସ୍ୱପ୍ନା ଇନ ଉପରକୁ ଦୁର୍ବୃତ୍ତ ମାନେ ବୋମାମାଡ଼ କରି ଫେରାର ହୋଇଯାଇଥିଲେ l ବ୍ୟବସାୟିକ ଶତ୍ରୁତା ଏବଂ ଦାଦାବଟି ଆଦାୟକୁ ନେଇ ଦୁର୍ବୁତ୍ତ ମାନେ ଏହି ବୋମାମାଡ କରିଥିବା ପୁରୀ ଏସପି କହିଛନ୍ତି। ତେବେ ଗିରଫ ହୋଇଥିବା ପପୁ ବରାଳ ପୁରୀର ଜଣେ ମୋଷ୍ଟ ୱଣ୍ଟେଣ୍ଡ ଅପରାଧୀ ଏବଂ ତା ନାମରେ ବିଭିନ୍ନ ଥାନାରେ ହତ୍ୟା ସମେତ ଅନେକ ଅପରାଧୀକ ମାମଲା ରହିଥିବା ଏସପି ପ୍ରତୀକ୍ ସିଂ କହିଛନ୍ତି। ତେବେ ବଳିଆପଣ୍ଡା ଥାନା ଅନ୍ତର୍ଗତ ଲାଇଟ୍ ହାଉସ୍ ନିକଟରେ ଥିବା ହୋଟେଲ୍ ସ୍ୱପ୍ନା ଇନ ଉପରକୁ ଗତ ଫେବୃଆରୀ 10 ତାରିଖରେ ବୋମାମାଡ ଘଟଣାରେ ଗିରଫ ସମସ୍ତ 6 ଜଣ ଅଭିଯୁକ୍ତଙ୍କୁ ଇତିମଧ୍ୟରେ ଗିରଫ କରାଯାଇଛି ବୋଲି ଏସପି ସୂଚନା ଦେଇଛନ୍ତି |
