ଦୁର୍ଦ୍ଦାନ୍ତ ମାଓନେତା ପ୍ରଭାକର ଗିରଫ

ସରକାରଙ୍କ ୨୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିବା ହାର୍ଡକୋର୍ ମାଓବାଦୀ ପ୍ରଭାକର ଓରଫ ବାଲମୁରି ନାରାୟଣ ରାଓକୁ ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁରରୁ ପୋଲିସ ଗିରଫ କରି ବଡ଼ ସଫଳତା ପାଇଛି । ପ୍ରଭାକର ହେଉଛନ୍ତି କେନ୍ଦ୍ରୀୟ କମିଟିର ସଚିବ ଗଣପତିଙ୍କର ଦାଦା ପୁଅ ଭାଇ ଓ ତାଙ୍କ ସ୍ତ୍ରୀ ରାଜେ କାଙ୍ଗେ ମାଓ ସଙ୍ଗଠନର ଡିଭିଜିଓନାଲ କମିଟି ମେମ୍ବର ଭାବେ କାର୍ଯ୍ୟରତ। ଦୁର୍ଦ୍ଦାନ୍ତ ମାଓନେତା ପ୍ରଭାକର ୧୯୮୪ ମସିହାରେ ମାଓ ସଙ୍ଗଠନ ସହ ଜଡିତ ହୋଇ କାମ କରି ଆସୁଥିଲେ । ମାଓନେତା ପ୍ରଭାକର ପ୍ରଥମେ ଅବିଭକ୍ତ ଆନ୍ଧ୍ରପ୍ରଦେଶରୁ କାମ ଆରମ୍ଭ କରି ଡିକେଏସଜେଡଏସର ମୁଖ୍ୟ ସହ ମୋବାଇଲ ପୋଲିଟିକାଲ ସ୍କୁଲର ପରିଶେଷରେ ସେ ପ୍ରଭାରୀ ଭାବେ କାମ କରିବା ସହ ସହରାଞ୍ଚଳରେ( ଅର୍ବାନ )ନେଟଵର୍କ ପରିଚାଳନା କରିଆସୁଥିଲେ । ସଙ୍ଗଠନର ବିଷୟରେ ବୁଲି ବୁଲି କଙ୍ଗେର ଅଞ୍ଚଳରେ ଶିକ୍ଷା ପ୍ରଦାନ କରି ଆସିବା ସହ ଆଖପାଖ ଅଞ୍ଚଳରେ ବିଭିନ୍ନ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖୁଥିବା ନେଇ ପୋଲିସ ଖବର ପାଇ ଅନ୍ତଗଡ ଅଞ୍ଚଳରେ ପୋଲିସ ଘେରାଉ କରି ପ୍ରଭାକରକୁ ଗିରଫ କରି ବଡ଼ ସଫଳତା ପାଇଛି । ପୋଲିସ ମାଓନେତା ପ୍ରଭାକକୁ ପଚାରଉଚ୍ଚର କରି ଆଗକୁ ଅନେକ ନକ୍ସଲ କାର୍ଯ୍ୟକଳାପର ଗୁମର ଖଳିବା ସହ ଅନେକ ନକ୍ସଲ ଗିରଫ ହେବେ ବୋଲି ପୋଲିସ ଆଶା ରଖିଚି । ବସ୍ତର ଆଇଜି ପି.ସୁନ୍ଦରରାଜଙ୍କ ସୂଚନା ଅନୁଯାୟୀ ୮୮୪ ମାଓବାଦୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଆଗକୁ ଅନେକ ମାରିବେ ନଚେତ୍ ଗିରଫ ହେବା ନେଇ ସୂଚନା ଦେଇଛନ୍ତି ।
ରିପୋର୍ଟ:ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ