February 21, 2026
Home » ଦୁର୍ନୀତି ନିବାରଣ ସପ୍ତାହ ପାଳନ ନେଇ ମହାବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା

ଦୁର୍ନୀତି ନିବାରଣ ସପ୍ତାହ ପାଳନ ନେଇ ମହାବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା

0
WhatsApp Image 2024-10-30 at 1.30.04 PM

ମାଲକାନଗିରି ଦୁର୍ନୀତି ନିବାରଣ ଶାଖା ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଅକ୍ଟୋବର ୨୮ରୁ ନଭେମ୍ବର ୩ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଉଛି। ଦୁର୍ନୀତି ନିବାରଣ ସପ୍ତାହ ପାଳନ ନେଇ ମାଲକାନଗିରି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମହାବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ଆୟୋଜନ କରାଯାଇଛି। ମାଲକାନଗିରି ଦୁର୍ନୀତି ନିବାରଣ ଶାଖା ଡିଏସପି ସଦାନନ୍ଦ ପାଣି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ଵନାଥ ସାହୁ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ, ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଦୁଷ୍ମନ୍ତ ଜେନା ଓ ମାଲକାନଗିରି ମହାବିଦ୍ୟାଳୟ ଅଧ୍ୟାପକ ଡ଼ଃ ରଞ୍ଜନ ସ୍ୱାଇଁ ଉପସ୍ଥିତ ରହି ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ।

ଡିଏସପି ଶ୍ରୀ ପାଣି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇ ଭବିଷ୍ୟତରେ ଜଣେ ସୁନାଗରିକ ହୋଇ ଦେଶ ଗଠନରେ ନିଜକୁ ସାମିଲ କରିବା ପାଇଁ ଆହ୍ଵାନ କରିଥିଲେ। ଜିଲ୍ଲା ଶିକ୍ଷା ବିଭାଗ, ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ, ଜିଲ୍ଲା ପରିଷଦ ଓ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ତତ୍ତ୍ଵାବଧାନରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଜିଲ୍ଳାର ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରବନ୍ଧ, ବକ୍ତୃତା ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇଥିଲେ। ପ୍ରତିଯୋଗିତା ପରିଚାଳନା କରିବାରେ ରଞ୍ଜନ ମହାନ୍ତି, ଇନ୍ଦୁରେଖା ପଟ୍ଟନାୟକ ଓ କୃଷ୍ଣଚନ୍ଦ୍ର ସେଠୀ ସହଯୋଗ କରିଥିଲେ। ନଭେମ୍ବର ୨ ରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳନ ହେବ। ଏହି ଅବସରରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ। ଅନ୍ୟ ମାନଙ୍କ ମଧ୍ୟରେ ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପକ ଉପସ୍ଥିତ ଥିଲେ।

ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *