December 24, 2025
Home » ଦୁର୍ନୀତି ନିବାରଣ ସପ୍ତାହ -୨୦୨୫ ପାଳନ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶପଥପାଠ ଗ୍ରହଣ

ଦୁର୍ନୀତି ନିବାରଣ ସପ୍ତାହ -୨୦୨୫ ପାଳନ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶପଥପାଠ ଗ୍ରହଣ

0
WhatsApp Image 2025-10-28 at 6.52.23 AM

 

କଟକ: ଦୁର୍ନୀତି ନିବାରଣ ସପ୍ତାହ -୨୦୨୫ ପାଳନ ଅବସରରେ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷଠାରେ ଅତିରିକ୍ତ ଜିଲ୍ଲାପାଳ ଡଃ ଦିବ୍ୟଲୋଚନ ମହନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନଙ୍କୁ ନାଗରିକଙ୍କ ନିମନ୍ତେ ଉଦ୍ଦିଷ୍ଟ ସାଧୁତାର ଶପଥପାଠ କରାଇଥିଲେ ।

ଶପଥପତ୍ରରେ ଦେଶର ଆର୍ଥିକ, ରାଜନୈତିକ ଏବଂ ସାମାଜିକ ପ୍ରଗତି ପଥରେ ଦୁର୍ନୀତି ହିଁ ସବୁଠାରୁ ବଡ ପ୍ରତିବନ୍ଧକ ବୋଲି ଉଲ୍ଲେଖ ରହିଛି । ଏଥିସହ ଦୁର୍ନୀତିର ମୂଳୋତ୍ପଟନ ନିମନ୍ତେ ସମସ୍ତ ଅଂଶୀଦାର ଯଥା ସରକାର, ନାଗରିକ ସମୁଦାୟ ଓ ଘରୋଇ କ୍ଷେତ୍ର ଏକତ୍ର ହୋଇ କାର୍ଯ୍ୟ କରିବା ଆବଶ୍ୟକ । ପ୍ରତ୍ୟେକ ନାଗରିକ ସବୁ ସମୟରେ ସତର୍କତାର ସହିତ ସର୍ବାଧିକ ସାଧୁତା ଓ ସତ୍ୟନିଷ୍ଠାରେ ପ୍ରତିବଦ୍ଧ ରହି ଦୁର୍ନୀତି ବିରୁଦ୍ଧରେ ସଂଗଠିତ ସଂଗ୍ରାମକୁ ସମର୍ଥନ କରିବା ଆବଶ୍ୟକ ।

ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି ଶପଥପାଠ କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବହୁ ସଂଖ୍ୟାରେ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ଶପଥପାଠ କରିଥିଲେ । ଅକ୍ଟୋବର ୨୭ ତାରିଖଠାରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯିବା ନିମନ୍ତେ କେନ୍ଦ୍ରୀୟ ଦୁର୍ନୀତି ନିବାରଣ ଆୟୋଗ ସ୍ଥିରୀକୃତ କରି ଏ ସମ୍ବନ୍ଧରେ ରାଜ୍ୟ ସରକାରଙ୍କୁ ଅଗବତ କରାଇଛନ୍ତି । ତଦନୁଯାୟୀ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତ୍ୟେକ ଜିଲ୍ଲାରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ହେବା ସହ ଚଳିତବର୍ଷର ବିଷୟବସ୍ତୁ “ଦୁର୍ନୀତି ନିବାରଣ: ଆମ ସାମୁହିକ ଦାୟିତ୍ୱ”କୁ ଆଧାରକରି କଟକରେ ତା୦୧.୧୧.୨୦୨୫ରିଖ ପୂର୍ବାହ୍ନ ୧୧ଘଟିକାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସାଧାରଣ ସଭା ଆୟୋଜନ କରାଯିବ ।

 

 

କଟକ ଇପିଏ ରୁ ଲଳିତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *