December 26, 2025
Home » ଦେଶରେ ବ୍ରାଜିଲିୟ ମଡେଲରେ ଭୋଟ ଚୋରି ହେଉଛି: ରାହୁଲ ଗାନ୍ଧୀ

ଦେଶରେ ବ୍ରାଜିଲିୟ ମଡେଲରେ ଭୋଟ ଚୋରି ହେଉଛି: ରାହୁଲ ଗାନ୍ଧୀ

0
WhatsApp Image 2025-11-06 at 8.13.51 PM

ଭୁବନେଶ୍ୱର:(ବିରଞ୍ଚି ନାରାୟଣ ପତ୍ରୀ ଙ୍କ ରିପୋର୍ଟ) କେନ୍ଦ୍ରରେ ଥିବା ବିଜେପି ସରକାର ସମସ୍ତ ରାଜ୍ୟରେ ନିର୍ବାଚନ ସମୟରେ ବ୍ରାଜିଲି ମଡେଲ ଠାରୁ ସଦ୍ଦାମ ହୁସେନ ପର୍ଯ୍ୟନ୍ତ… “H-ଫାଇଲ୍ସ”ରେ ରାହୁଲ ଗାନ୍ଧୀ ନିର୍ବାଚନ କମିଶନଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି।ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ ହରିୟାଣାରେ ପାଞ୍ଚଟି ବର୍ଗରେ ୨୫ ଲକ୍ଷ ଭୋଟ ଚୋରି ହୋଇଛି। ବର୍ଗ-ୱାଇ ତଥ୍ୟ ଉଦ୍ଧୃତ କରି ସେ କହିଛନ୍ତି ଯେ ୫୨୧,୦୦୦ ରୁ ଅଧିକ ଡୁପ୍ଲିକେଟ୍ ଭୋଟର ମିଳିଛି।ବିହାର ବିଧାନସଭା ନିର୍ବାଚନରେ ​​ପ୍ରଥମ ପର୍ଯ୍ୟାୟ ମତଦାନର ଗୋଟିଏ ଦିନ ପୂର୍ବରୁ ଓ ଓଡ଼ିଶାର ନୂଆପଡ଼ା ଉପନିର୍ବାଚନର ୯ ଦିନ ପୂର୍ବରୁ ରାହୁଲ ଗାନ୍ଧୀ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପିର “ଭୋଟ ଚୋରି” ଅଭିଯୋଗକୁ ପୁନର୍ବାର ଦୋହରାଇଥିଲେ।ନୂଆପଡ଼ା ଉପନିର୍ବାଚନରେ ବିଜେପି ଦଳକୁ ୫୦ ହଜାରରୁ ଅଧିକ ଭୋଟରେ ଉପନିର୍ବାଚନ ଜିତିବ ବୋଲି ବିଜେପି ନେତା ମାନେ ଭବିଷ୍ୟତ ବାଣୀ କରି ନିର୍ବାଚନ ମଣ୍ଡଳୀରେ ଖୁସି ଯାଉଥିବା ବେଳେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିର୍ବାଚନ କମିଶନ ଏବଂ ବିଜେପି ଉପରେ ସାମ୍ବାଦିକ ସମ୍ମିଳନୀରେ ଆଣିଥିବା ଅଭିଯୋଗକୁ ବିଚାରକୁ ନେଲେ ନୂଆପଡ଼ା ଉପନିର୍ବାଚନରେ ଶାସକ ଦଳର ବିଜୟ ସୁନିଶ୍ଚିତ ବୋଲି ବିଶ୍ୱାସ କରିବା ନିଶ୍ଚିତ ବୋଲି ସାଧାରଣରେ ଆଲୋଚ୍ଯର ବିଷୟ ହୋଇଛି।
ରାହୁଲ ଗାନ୍ଧୀ ନିର୍ବାଚନ କମିଶନ ଏବଂ ବିଜେପି ସରକାର ଉପରେ ସେ କହିଛନ୍ତି ଯେ ତାଙ୍କ ଦଳ ପାଖରେ ୧୦୦% ପ୍ରମାଣ ଅଛି ଯେ ହରିୟାଣାରେ ପ୍ରାୟ ୨୫ ଲକ୍ଷ ଭୋଟର ନକଲି କିମ୍ବା ଭୋଟର ତାଲିକା ସହିତ ହେରଫେର କରାଯାଇଛି।କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଶଙ୍କା ପ୍ରକାଶ କରିଥିଲେ ଯେ ହରିୟାଣାରେ ସରକାର ଚୋରି ହୋଇଛି ଏବଂ ବିହାର ପରବର୍ତ୍ତୀ ହୋଇପାରେ। ସେ ଦାବି କରିଥିଲେ ଯେ ନିର୍ବାଚନ କମିଶନ କେନ୍ଦ୍ର ବିଜେପି ସରକାରଙ୍କ ସହ ମିଶି କାମ କରୁଛନ୍ତି ଏବଂ ଉଭୟ ଦେଶର ସାମ୍ବିଧାନିକ ଢାଞ୍ଚାକୁ ନଷ୍ଟ କରିବା ପାଇଁ ସହଯୋଗ କରିଛନ୍ତି। ସେ କହିଛନ୍ତି, “ଆମ ପାଖରେ ‘H-ଫାଇଲ୍ସ’ ଅଛି, ଯେଉଁଥିରେ ବର୍ଣ୍ଣନା କରାଯାଇଛି ଯେ କିପରି ଏକ ସମଗ୍ର ରାଜ୍ୟରୁ ସୂଚନା ଚୋରି ହୋଇଥିଲା। ଆମେ ସନ୍ଦେହ କରୁଛୁ ଯେ ଏହା କେବଳ ଗୋଟିଏ ନିର୍ବାଚନମଣ୍ଡଳୀରେ ନୁହେଁ, ବରଂ ରାଜ୍ୟ ଏବଂ ଜାତୀୟ ସ୍ତରରେ ଘଟୁଛି।” ନୂଆପଡ଼ା ଉପନିର୍ବାଚନ ଆଉ ମାତ୍ର ୮ ଦିନ ଥିବା ବେଳେ ବର୍ତ୍ତମାନ କୋମନା ବ୍ଲକ୍‌ ପାଇଁ ତିନିଟି ଯାକ ଦଳ ସ୍ବତନ୍ତ୍ର ରଣନୀତି କରି ଫୋକସ୍ କରୁଛନ୍ତି। ନୂଆପଡ଼ା ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ଦୁଇଟି ବ୍ଲକ୍ ଓ ଦୁଇଟି ଏନ୍‌ଏସି ମଧ୍ୟରେ କୋମନାରେ ସର୍ବାଧିକ ଭୋଟର୍‌ ରହିଛନ୍ତି। ଏହି ବ୍ଲକ୍‌ ହିଁ ନିର୍ବାଚନୀ ଫଳାଫଳକୁ ସର୍ବାଧିକ ପ୍ରଭାବିତ କରିବ। ପୂର୍ବ ନିର୍ବାଚନରେ ବିଜେଡି ଏଠାରୁ ଅଧିକ ଭୋଟ୍‌ ପାଇଥିଲା ଓ ସେବେ ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝୀ (ବର୍ତ୍ତମାନର କଂଗ୍ରେସ ପ୍ରାର୍ଥୀ) ଦ୍ବିତୀୟ ସ୍ଥାନରେ ଥିଲେ। ତାଙ୍କର ଏଠାରେ ସ୍ବତନ୍ତ୍ର ଭୋଟ୍‌ ବ୍ୟାଙ୍କ ରହିଛି। କିନ୍ତୁ ଏହି ବ୍ଲକ୍‌ରେ ଗତ ନିର୍ବାଚନର ସ୍ଥିତି ନାହିଁ। ପୂର୍ବ ନିର୍ବାଚନର ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଏବେ ବିଜେପି ପ୍ରାର୍ଥୀ। ତେଣୁ ଏଠାରେ ମତଦାନକୁ ନେଇ ଆକଳନ କରିବା ମୁସ୍କିଲ୍‌। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଗସ୍ତ ପରେ ପୁରୁଣା ବିଜେଡି ଭୋଟକୁ ବାନ୍ଧି ରଖିବା ପାଇଁ ନେତାମାନେ ଜୋରଦାର ଚେଷ୍ଟା କରୁଛନ୍ତି। ତେବେ ବିଜେପିକୁ ଅଧିକ ବଳ ‌ଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏଠାରେ ସଭା ଓ ରୋଡ୍‌ ସୋ’ କରିଛନ୍ତି।ଉପନିର୍ବ‌ାଚନକୁ ବିଜେଡି ସମ୍ମାନ ଭାବେ ନେଇଛି। ଏଣୁ ୭ ତାରିଖରେ ଦ୍ବିତୀୟଥର ପାଇଁ ନବୀନ ନୂଆପଡ଼ାକୁ ଆସି ପ୍ରଚାର କରିବେ। ଏହା ସହ ଖରିଆର୍‌ ରୋଡ୍‌ ଓ ନୂଆପଡ଼ା ଏନ୍‌ଏସିରେ ରୋଡ୍‌ ସୋ କରିବାର କାର୍ଯ୍ୟକ୍ରମ ରହିଛି। ଏଥି ପାଇଁ ବିଜେଡି ନେତାମାନେ ଘନ ଘନ ପ୍ରସ୍ତୁତି ବୈଠକ ଚଳାଇଛନ୍ତି। ପ୍ରାର୍ଥିପତ୍ର ଦାଖଲ ପରେ ଏ ଯାଏଁ ବିଜେପିର ବଡ଼ ସଭା ହୋଇନାହିଁ। ଦଳର ୪୦ରୁ ଅଧିକ ବିଧାୟକ ଏଠାରେ ଡେରା ପକାଇଛନ୍ତି। ୮ ମନ୍ତ୍ରୀ ୮ଟି ‌ଜୋନ୍‌ ଦାୟିତ୍ବ ନେଇଥିଲେ ବି ଅନ୍ୟ ମନ୍ତ୍ରୀମାନେ ମଧ୍ୟ ମଝିରେ ମଝିରେ ଆସି ପ୍ରଚାର ଅଭିଯାନରେ ସାମିଲ ହେଉଥିବା ଦେଖିବାକୁ ମିଳୁଛି। ନବୀନଙ୍କ କୋମନା ସଭାଠାରୁ ଯେପରି ଅଧିକ ଲୋକ ଯୋଗଦେବେ, ତା’ଉପରେ ଜୋର ଦିଆଯାଉଛି। ଅର୍ଥ ପାଇଁ କଂଗ୍ରେସରେ କୌଣସି ବଡ଼ସଭା ଏ ପର୍ଯ୍ୟନ୍ତ ହୋଇନଥିବା ଚର୍ଚ୍ଚାର ବିଷୟ ହୋଇଛି।
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *