March 5, 2026
Home » ଦୋଳପୂର୍ଣ୍ଣିମା ରେ ପୁରୀ ରେ ଅଘଟଣ

ଦୋଳପୂର୍ଣ୍ଣିମା ରେ ପୁରୀ ରେ ଅଘଟଣ

0
WhatsApp Image 2026-03-03 at 8.45.33 PM

ଦୋଳପୂର୍ଣ୍ଣିମା ରେ ପୁରୀ ରେ ଅଘଟଣ। ଦୋଳବେଦୀ ନିକଟ ରେ ଭକ୍ତ ଙ୍କ ମଧ୍ୟରେ ଠେଲାପେଲା ଯୋଗୁ ତଳେ ପଡିଗଲେ ଭକ୍ତ। ତେବେ ସଙ୍ଗେ ସଙ୍ଗେ ପୋଲିସ ଓ ସେବାୟତ ମାନେ ତଳେ ପଡ଼ିଯାଇଥିବା ଭକ୍ତ ଙ୍କୁ ତଳୁ ଉଠାଇଥିଲେ। ତେବେ କେହି ଗୁରୁତର ଆହତ ହୋଇନାହାନ୍ତି।ଫଳରେ ଏକ ଅଘଟଣ ଟଳିଯାଇଥିବା କୁହାଯାଇଛି । ତେବେ ଆଜି ଦୋଳବେଦୀ ନିକଟ ରେ କଡା ସୁରକ୍ଷା ସତ୍ୱେ ଏଭଳି ଅଘଟଣ କିଭଳି ଘଟିକା ସେ ନେଇ ପ୍ରଶ୍ନ ଉଠିଛି। ଦୋଳ ବେଦୀ ନିକଟ ରେ ଉପସ୍ଥିତ ଥିବା ଜଣେ ଶ୍ରଦ୍ଧାଳୁ ସନାତନ ଭୋଇ ନିଜ ପ୍ରତିକ୍ରିୟାରେ କୁହନ୍ତି, ପ୍ରଭୁ ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ଦୋଳ ବିମାନ ରେ ବିଜେ କରି ଦୋଳ ବେଦି ର ବାହ୍ୟ ପାର୍ଶ୍ୱକୁ ବିଧି ଅନୁଯାୟୀ ପ୍ରଦକ୍ଷଣ କରୁଥିଲେ। ତେବେ ଏହା ପରେ ଠାକୁର ଙ୍କ ବିମାନ ଦୋଳବେଦି ରେ ପ୍ରବେଶ କରିଥିଲା ।

ପରେ ଦୋଳବେଦୀ ରେ ପ୍ରବେଶ ପାଇଁ ଦୋଳବେଦୀ ବାହାରେ ଥିବା ଭକ୍ତ ଚେଷ୍ଟା କରିଥିଲେ। ଭିଡ ଅଧିକ ଥିବାରୁ ପୋଲିସ ଭିଡ ନିୟନ୍ତ୍ରଣ କରିପାରିନଥିଲା। ହଠାତ୍ ଭକ୍ତ ମାନେ ଧସେଇ ପଶିବାକୁ ଚେଷ୍ଟା କରିଥିଲେ। ଫଳରେ ଠେଲାପେଲା ପରିସ୍ଥିତ ସୃଷ୍ଟି ହୋଇଥିଲା। ୪ ରୁ ୫ ଜଣ ଭକ୍ତ ତଳେ ପଡ଼ିଯାଇଥିଲେ। ତେବେ ସେଠାରେ ଉପସ୍ଥିତ ଥିବା ପୋଲିସ ଓ ସେବାୟତ ମାନେ ଭିଡ କୁ ନିୟନ୍ତ୍ରଣ କରି ତଳେ ପଡ଼ିଯାଇଥିବା ଭକ୍ତ ଙ୍କୁ ତଳୁ ଉଠାଇ ଆଣିଥିଲେ।

ତେବେ ସୌଭାଗ୍ୟବଶତଃ କୌଣସି ଭକ୍ତ ଆହତ ହୋଇନାହାନ୍ତି। ତେବେ ଦୋଳବେଦୀ ନିକଟ ରେ ଭିଡ ନିୟନ୍ତ୍ରଣ ପାଇଁ କାହିଁକି ଅଧିକ ପୋଲିସ ମୁତୟନ ହୋଇନଥିଲା ସେ ନେଇ ସାଧାରଣ ରେ ପ୍ରଶ୍ନ ଉଠାଇଛନ୍ତି। ସେପଟେ ଉପସ୍ଥିତ ପୋଲିସ୍ ଅଧିକାରୀ କହିଛନ୍ତି ଦୋଳ ବେଦୀରେ ଶୃଙ୍ଖଳିତ ଦର୍ଶନ ପାଇଁ ଦୋଳବେଦୀରେ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯାଇଛି। ଭିଡ ନିୟନ୍ତ୍ରଣ ପାଇଁ ଅଧିକ ପୋଲିସ ମୁତୟନ କରାଯାଇଛି। ଭକ୍ତ ମାନେ ଶାନ୍ତି ଶୃଙ୍ଖଳା ରେ ମହାପ୍ରଭୁ ଙ୍କୁ ଦର୍ଶନ କରିବା ପାଇଁ ପୋଲିସ ଅଧିକାରୀ ଶ୍ରଦ୍ଧାଳୁ ଙ୍କୁ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *