July 14, 2026
Home » ଦ୍ବି ଦିବସୀୟ ତାଲିମ ଶିବିର ଉଦଯାପିତ l

ଦ୍ବି ଦିବସୀୟ ତାଲିମ ଶିବିର ଉଦଯାପିତ l

0
WhatsApp Image 2026-07-14 at 12.06.54 PM

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଣ୍ଡକି ଟାଲ ଠାରେ ଟାଟା ପାୱାର ପଶ୍ଚିମ ଓଡ଼ିଶା ବିଦ୍ୟୁତ ବିତରଣ ସେବା ସହଯୋଗ ଓ ରେଆର ସୁବର୍ଣ୍ଣପୁର ଅନୁଷ୍ଠାନ ଆନୁକୂଲ୍ୟରେ ଦ୍ଵି ଦିବସୀୟ ଆୟ ଅଭିବୃଦ୍ଧି କାର୍ଯ୍ୟକ୍ରମ ଭାବରେ କୁକୁଡ଼ା ଓ ଛେଳି ପାଳନ ବିଷୟରେ ତାଲିମ କାର୍ଯ୍ୟକ୍ରମ ଶେଷ ହୋଇଥିଲା।ଏହି ତାଲିମ ଶିବିର ରେ ମୁଖ୍ୟ ଅତିଥି ଭାବରେ ଡୁଙ୍ଗୁରିପାଲି ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ମୌସୁମୀ ମାଇଟି, ମହିଳା ପର୍ଯ୍ୟବେକ୍ଷକ ଜୟଶ୍ରୀ ବରିହା,ସମାଜ ସେବୀ ଲୋଚନ ସାହୁ,ଭିନ୍ନକ୍ଷମ ମଞ୍ଚ ଡୁଙ୍ଗୁରିପାଲି ସଭାପତି ବିପିନ ଷlଣ୍ଢ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସାଧନ କର୍ମୀ ପ୍ରାଣୀ ଚିକିତ୍ସକ ଡାକ୍ତର ଆଲୋକ କୁମାର ସାହୁ ଭିନ୍ନକ୍ଷମ ମାନଙ୍କୁ ଛେଳି ଓ କୁକୁଡ଼ା ପାଳନ ବିଷୟରେ ଶିକ୍ଷା ଦେବା ସହ ଉନ୍ନତ ମାନର କୁକୁଡ଼ା ଓ ଛେଳି ମାନଙ୍କ ରୋଗ, କାରଣ ନିରାକରଣ ବିଷୟରେ ଟିଖି ନିଖି ଶିକ୍ଷା ଦେଇଥିଲେ। କର୍ଯ୍ୟକ୍ରମରେ 36 ଜଣ ଅଂଶଗ୍ରହଣକାରୀ ଯୋଗଦେଇ ସକ୍ରିୟ ଅଂଶଗ୍ରହଣ କରିଥିଲେ ।ଏହି କାର୍ଯ୍ୟକ୍ରମ କୁ କର୍ଯ୍ୟକ୍ରମ ସଂଯୋଜକ ଶ୍ରୀ ମନଗଡୁ ଯୁଆଡି ସଂଯୋଜନା କରି ପ୍ରକଲ୍ପ ର ଆଭିମୁଖ୍ୟ ଓ ରେଆର ଅନୁଷ୍ଠାନ ର ସମସ୍ତ ପ୍ରକଳ୍ପ ବିଷୟରେ ଆଲୋକପାତ କରିଥିଲେ। ଶେଷରେ CBR କର୍ମୀ ସମ୍ବିତ ନେଗୀ ଧନ୍ୟବାଦ ଜ୍ଞାପନ କରି ଥିବା ବେଳେ CBR କର୍ମୀ ରାଜିନ୍ଦ୍ର ପୁଟେଲ,ନବୀନ ବଗର୍ତ୍ତି ଏବଂ ରାଜୀନ୍ଦ୍ର ସାଲମା ସହଯୋଗ କରିଥିଲେ ।

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *