March 20, 2026
Home » ଦ୍ୱିତୀୟ ବର୍ଷରେ ରାଧାକୃଷ୍ଣ ପଂଚଦେବ ମନ୍ଦିରରେ ରେ ବାସନ୍ତିକ ଦୁର୍ଗାପୂଜା

ଦ୍ୱିତୀୟ ବର୍ଷରେ ରାଧାକୃଷ୍ଣ ପଂଚଦେବ ମନ୍ଦିରରେ ରେ ବାସନ୍ତିକ ଦୁର୍ଗାପୂଜା

0
WhatsApp Image 2026-03-20 at 11.25.30 AM

 

ଅଞ୍ଚଳରେ ଚୈତ୍ର କାଳୀନ ବାସନ୍ତିକ ଦୁର୍ଗାପୂଜା ନେଇ ଚଳଚଞ୍ଚଳ ସହର….

ଧର୍ମଗଡ ସ୍ଥିତ ସର୍ବ ପୂରାତନ ଶ୍ରୀ ବ୍ରଜମୋହନ ପଞ୍ଚଦେବ ମନ୍ଦିର ପରିସରରେ ନୂତନ ଭାବେ ନିର୍ମିତ ମାତା ଦୁର୍ଗା ଙ୍କର ବାସନ୍ତିକ ଚୈତ୍ର ନବରାତ୍ର ପୂଜା ଆରମ୍ଭ ହୋଇଛି।

ଏନେଇ ଗତ ୧୮ ତାରିଖ ଦିନ ଏକ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ମାର୍ଚ୍ଚ ୧୯ ତାରିଖରେ ଘଟ ସ୍ଥାପନା ଓ ମା ଶୈଲ୍ୟ ପୁତ୍ରୀ ଙ୍କ ପୂଜା ହୋଇଥିବା ବେଳେ ମା ବ୍ରହ୍ମଚାରିଣି ଙ୍କ ଆରାଧନା ହେଵ। ମାର୍ଚ୍ଚ ୨୧ ରେ ମା ଚନ୍ଦ୍ରଘଣ୍ଟା ,୨୨ ତାରିଖରେ ମା କୁଷ୍ମାଣ୍ଡ,୨୩ ତାରିଖରେ ମା ସ୍କନ୍ଦମାତା ୨୪ ତାରିଖରେ ମା କାତ୍ୟାୟନୀ,୨୫ ତାରିଖରେ ମା କାଳରାତ୍ରୀ ,୨୬ ତାରିଖରେ ମା ମହାଗୌରୀ ଓ ମାର୍ଚ୍ଚ ୨୭ ତାରିଖରେ ମା ସିଦ୍ଧି ଦାତ୍ରୀ ଙ୍କ ଆରାଧନା ସହ ପୂର୍ଣ୍ଣାହୁତି ହେଵ।

ଏହି ଅବସରରେ ପ୍ରତ୍ୟେକ ସନ୍ଧ୍ୟା ୭ଘଣ୍ଟା ସମୟରେ ସାନ୍ଧ୍ୟ ମହା ଆଳତୀ ଦର୍ଶନ ଓ ଶୁକ୍ଳ ପ୍ରସାଦ ବିତରଣ ର ବ୍ୟବସ୍ଥା କରାଯାଇଛି।ମୁଖ୍ୟ କର୍ତ୍ତା ଭାବେ ଶ୍ରୀମତୀ ସୁଚିସ୍ମିତା ପାତ୍ର ଓ ସାଗର ଚରଣ ପାତ୍ର ଦାୟିତ୍ଵ ତୁଲାଉଛନ୍ତି।ମୁଖ୍ୟ ପୂଜକ ଭାବେ କୈଳାସ ଚନ୍ଦ୍ର ଶତପଥୀ(ପୁରୀ) ଓ ସହଯୋଗୀ ପୂଜକ ଭାବେ ସଞ୍ଜୀବ ଅଗସ୍ତି ପୂଜା ଦାୟିତ୍ବ ତୁଲାଉଥିବା ବେଳେ ନବରାତ୍ର ପାଳନ କମିଟି ର ସଭାପତି ସାଇ ଗୋପାଳ ସାହୁ,ସଂପାଦକ ଜନ୍ମେଜୟ ନାଏକ, କୋଷାଧକ୍ଷ ସୁବାସ ଅଗ୍ରୱାଲ ଓ ଶ୍ରୀ ଶ୍ରୀ ବ୍ରଜମୋହନ ପଞ୍ଚଦେବ ଓ ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ସଦସ୍ୟ ମାନଙ୍କ ସହଯୋଗରେ ମା ଦୁର୍ଗା ଙ୍କର ବାସନ୍ତିକ ଚୈତ୍ର ନବରାତ୍ର ମହାସମାରୋହରେ ପାଳିତ ହେଉଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *