ଧର୍ମଗଡ ଠାରେ କଳାହାଣ୍ଡି ଉତ୍ସବ ର ପ୍ରଥମ ଇଭେଣ୍ଟ ବେଡ ମିଣ୍ଟନ ପ୍ରତିଯୋଗିତା
ଧର୍ମଗଡ ଠାରେ କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୬ ପାଳନ ଅବସର ରେ ବେଡ ମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି । ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତା କୁ ଉତ୍ସବ କମିଟି ଅଧ୍ୟକ୍ଷ ତଥା ଉପ ଜିଲ୍ଲାପାଳ ପ୍ରେକ୍ଷ୍ଯା ଅଗ୍ରୱାଲ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।

ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଉପ ଜିଲ୍ଲାପାଳ ଅଜୟ ପ୍ରକାଶ ତିର୍କି, ସହଯୋଗୀ ଜିଲ୍ଲାପାଳ ଶ୍ରୀକାନ୍ତ ଶତପଥୀ, ବଣିକ ସଂଘ ସଭାପତି ବିଦ୍ୟାଧର ସାହୁ, ପୂର୍ବତନ ନାଗରପାଳ ସୁଶ୍ରୀ ହୀରା ବାଗ, ପ୍ରଚାର କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ଜାଲ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରି ଥିଲେ । ଏହି ପ୍ରତିଯୋଗିତାରେ କଳାହାଣ୍ଡି ଜିଲ୍ଲା ସମେତ ପଡୋଶୀ ଛତିଶ ଗଡ ରାଜ୍ୟ ର ପ୍ରତିଯୋଗୀ ମାନେ ମଧ୍ୟ ଅଂଶ ଗ୍ରହଣ କରିଥିଲେ । କନିଷ୍ଠ ଓ ବରିଷ୍ଠ ବର୍ଗ ରେ ଖେଳ ହୋଇ ଥିଲା । କ୍ରୀଡା କମିଟି ଅଧ୍ୟକ୍ଷ ସନ୍ତୋଷ କୁମାର ପାଣିଗ୍ରାହୀ ଓ କ୍ରୀଡ଼ା କମିଟି ସଦସ୍ୟ ମାନେ ସହଯୋଗ କରି ଥିଲେ ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ…..
