July 2, 2025
Home » ଧର୍ମଗଡ ଠାରେ ୭୬ ତମ ସାଧାରଣତନ୍ତ୍ର ଦିବସ…. ବିଭିନ୍ନ ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ପାଇଁ ସମସ୍ତଙ୍କର ସହଯୋଗ ପାଇଁ ଉପଜିଲ୍ଲାପାଳଙ୍କ ଆହ୍ଵାନ।

ଧର୍ମଗଡ ଠାରେ ୭୬ ତମ ସାଧାରଣତନ୍ତ୍ର ଦିବସ…. ବିଭିନ୍ନ ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ପାଇଁ ସମସ୍ତଙ୍କର ସହଯୋଗ ପାଇଁ ଉପଜିଲ୍ଲାପାଳଙ୍କ ଆହ୍ଵାନ।

0
WhatsApp Image 2025-01-27 at 1.24.36 PM

ଧର୍ମଗଡ ଠାରେ ୭୬ ତମ ସାଧାରଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି। ଉପଜିଲ୍ଲାପାଳ ଧିମାନ ଚକମା,ଆଇଏଏସ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରି ଉପଖଣ୍ଡ ସ୍ତରୀୟ ମିଳିତ ପ୍ୟାରେଡ୍ ର ଅଭିବାଦନ ଗ୍ରହଣ କରି ଗଣତନ୍ତ୍ର ଦିବସର ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରି ଅଞ୍ଚଳରେ ହେଉଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ।ଅନୁଷ୍ଠିତ ମିଳିତ ପ୍ୟାରେଡ୍ ରେ ସହରର ବିଭିନ୍ନ ଶିକ୍ଷାନଷ୍ଠାନର ଛାତ୍ର ଛାତ୍ରୀ ମାନେ ଭାଗ ନେଇଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନଷ୍ଠାନର ଛାତ୍ର ଛାତ୍ରୀ ମାନେ ଚିତ୍ତାକର୍ଷକ ଦେଶାତ୍ମବୋଧକ ନୃତ୍ୟ ପରିବେଷଣ କରିଥିଲେ।

ପ୍ୟାରେଡ୍ ରେ ଇ.ଟି.ଇ.ଆଇ ସିନିଅର ଗ୍ରୁପ ପ୍ରଥମ ସ୍ଥାନ ଓ ମହିଳା ମହାବିଦ୍ୟାଳୟ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଜୁନିୟର ଗ୍ରୁପ ରେ ସ୍କୋଲାର ମଡେଲ ସ୍କୁଲ ପ୍ରଥମ ଓ ଓ ସୋମ ପବ୍ଲିକ ସ୍କୁଲ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ।ସାଂସ୍କୃତିକ କାର୍ଯ୍ୟକ୍ରମରେ ପଞ୍ଚାୟତ ମହାବିଦ୍ୟାଳୟ ପ୍ରଥମ ଓ ସେଣ୍ଟ ଜାଭିୟର ସ୍କୁଲ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ। କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅଜିତ କୁମାର ସାହୁ, ସମାଜ ସେବା କ୍ଷେତ୍ରରେ ଉମାକାନ୍ତ ସୁନାନୀ, ଉଦ୍ୟାନ କ୍ଷେତ୍ରରେ ଦେବୀ ପ୍ରସାଦ ତାଣ୍ଡି, ଅଗ୍ନି ଶ୍ରମ ବିଭାଗର ଅମ୍ରିସ ଭୋଇ, କଳା ନାଟ୍ୟ କ୍ଷେତ୍ର ରେ ସୂର୍ଯ୍ୟମଣି ଶବର, ପିତାମ୍ବର ଖମାରୀ, ଗୌରାଙ୍ଗ ଭଇଁସାଲ ଙ୍କୁ ବିଭିନ୍ନ ସମ୍ମାନରେ ଉପଜିଲ୍ଲାପାଳ ସମ୍ମାନୀତ କରିଥଲେ। ଗଣତନ୍ତ୍ର ଦିବସ ପାଳନ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତା ର କୃତୀ ଛାତ୍ର ଛାତ୍ରୀ ଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥଲେ।
ମାଧବ ଲହଜଲ୍ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସୂଚନା ଓ ଲୋକସଂପର୍କ ଅଧିକାରୀ ରମେଶ ଚନ୍ଦ୍ର ସିଂ ଧନ୍ୟବାଦ ଅର୍ପଣ କରିଥିଲେ। ତହସିଲଦାର ସଞ୍ଜୟ କୁମାର ସାମନ୍ତରା, ଉପଖଣ୍ଡ ପୋଲିସ ଅଧିକାରୀ ମନୋଜ କୁମାର ବେହେରା, ଥାନା ଅଧିକାରୀ ଦାମୋଦର ବିହାରୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ ପଙ୍କଜିନୀ ମାଝୀ ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ଜୁଲି ମେହେର, ପୁର୍ବତନ ଏନଏସି ଅଧ୍ୟକ୍ଷା ସୁଶ୍ରୀ ହୀରା ବାଗ, ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ସାହୁ, ହୃଷିକେଶ ମିଶ୍ର,ସରକାରୀ ଓକିଲ ରାଜେନ୍ଦ୍ର ମୁନି ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।
ଉପଜିଲ୍ଲାପାଳ ସ୍ୱଧାର ଗୃହ, ସବ୍ ଜେଲ, ମିସିନାରିଜ୍ ଅଫ ଚ୍ୟାରିଟି, ଯଶୋଦା ଅନାଥ ଆଶ୍ରମ ର ଅନ୍ତେଃବାସୀ ତଥା ସରକାରୀ ଚିକିତ୍ସାଲୟର ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ……

Leave a Reply

Your email address will not be published. Required fields are marked *