August 27, 2025
Home » ଧର୍ମଗଡ ଠାରେ ୭୯ ତମ ଉପଖଣ୍ଡ ସ୍ତରୀୟ ସ୍ବାଧୀନତା ଦିବସ

ଧର୍ମଗଡ ଠାରେ ୭୯ ତମ ଉପଖଣ୍ଡ ସ୍ତରୀୟ ସ୍ବାଧୀନତା ଦିବସ

0
WhatsApp Image 2025-08-15 at 2.32.38 PM

ବ୍ୟକ୍ତିଗତ ଜୀବନର ସୂଚନାକୁ ସୋସିଆଲ ମିଡିଆରେ ପ୍ରକାଶ ନ କରିବାକୁ ଆହ୍ବାନ….

ଧର୍ମଗଡ ଠାରେ ୭୯ତମ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ଧର୍ମଗଡ ଉପ ଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ, ଆଇଏଏସ ଜାତୀୟ ପତାକା ଉତ୍ତୋଳନ କରି ଉପଖଣ୍ଡ ସ୍ତରୀୟ ପ୍ୟାରେଡ ର ଅଭିବାଦନ ଗ୍ରହଣ କରିଥିଲେ। ଦେଶ ସ୍ବାଧୀନତା ପ୍ରାପ୍ତି ର ୭୯ ବର୍ଷ ପୁରଣ କରିଛି। ଭାରତ ସ୍ୱାଧନତାର ଅଗ୍ରଦୂତ ମହାପୁରୁଷ ମାନଙ୍କୁ ଏହି ଅବସରରେ ସେ ସ୍ମରଣ କରିଥିଲେ। ଏହାରି ଭିତରେ ଆମରି ଦେଶ ବହୁତ ଉନ୍ନତି କରିଛି। ପ୍ରାକୃତିକ ବିପର୍ଯ୍ୟୟ, ଜଳବାୟୁ ପରିବର୍ତ୍ତନ ଓ ଆତଙ୍କବାଦ ଭଳି ସମସ୍ୟାର ସାମ୍ନା କରିଛି। ଏହି ସବୁ ସମସ୍ୟାର ସମାଧାନ ଆଗକୁ ଆମକୁ ହିଁ କରିବାକୁ ପଡ଼ିବ। ଦେଶ ପାଇଁ ଗୌରବ ଆଣି ଥିବା ବ୍ୟକ୍ତିତ୍ଵ ମାନଙ୍କ ର ପ୍ରେରଣାକୁ ନେଇ ଆଗେଇବାକୁ ପଡ଼ିବ। ଯୁବ ବର୍ଗ ଓ ଆପଣଙ୍କ ପାଖରେ ସୂଚନାର ଅଭାବ ନାହିଁ। କିନ୍ତୁ ଏହାକୁ ପାଳନ ନେଇ ସମସ୍ୟା ରହିଛି।ଭଲ ଓ ଖରାପ ସୁଚନା କୁ ଆପଣ ଅଲଗା କରିବାକୁ ପଡ଼ିବ। ନିଜର ବ୍ୟକ୍ତିଗତ ଜୀବନର ସୂଚନାକୁ ସୋସିଆଲ ମିଡିଆରେ ବେଶି ପ୍ରକାଶ କରନ୍ତୁ ନାହିଁ। ଆପଣଙ୍କ ଆଖିରେ ମୁଁ ଭବିଷ୍ୟତ କୁ ଦେଖୁଛି , ଆପଣ ମାନଙ୍କ ର ସ୍ବପ୍ନ ଏହି ଦେଶର ସ୍ବପ୍ନ। ତେଣୁ ଆଜିର ଦିନରେ ଆମକୁ ଶପଥ ଗ୍ରହଣ କରିବାକୁ ପଡ଼ିବ ଯେ, ଜୀବନର ମୂଲ୍ୟବୋଧ, ନୈତିକତା ଓ ସଦଭାବ କୁ ଆପଣେଇ ଆମର ଦେଶକୁ ବିଶ୍ଵର ସବୁଠାରୁ ମହାନ ସ୍ଥାନରେ ପହଞ୍ଚାଇବାର ଅଛି ବୋଲି ସେ ପ୍ରକାଶ କରିଥିଲେ।

ଦେଶ ରାଜନୈତିକ ସ୍ବାଧିନତାର ୭୯ ବର୍ଷ ପୂର୍ଣ୍ଣ କରିଥଲେ ହେଁ, ଅର୍ଥନୈତିକ, ଶୈକ୍ଷିକ ଓ ସାମାଜିକ ସ୍ଵାଧୀନତା ଲାଭ କରିବାର ସଂଗ୍ରାମ ଏବେ ବି ଜାରି ରହିଛି। ଏଥିପାଇଁ ଆମକୁ ସୁଚାରୁରୂପେ ଯୋଜନା କରି ସମସ୍ତ ନାଗରିକ ଙ୍କୁ ଏକ ସମ୍ମାନଯୋଗ୍ୟ ସ୍ତରକୁ ଉନ୍ନୀତ କରିବାର ପ୍ରୟାସ ଜାରୀ ରହିଛି ବୋଲି ଧର୍ମଗଡ ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ, ଆଇଏଏସ, ଆହ୍ବାନ ଦେଇଛନ୍ତି। ଏହି ଅବସରରେ ସ୍ଵାଧୀନତା ଦିବସ ଉପଲକ୍ଷେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ତଥା ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତିବିଶେଷ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଛାତ୍ରୀ ମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ।

ସ୍ୱାଧୀନତା ଦିବସ ପାଳନ ଅବସରରେ ସକାଳୁ ପ୍ରଭାତ ଫେରି ଓ ରାମଧୁନ, ସହରରେ ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରଯାଇଥିଲା ଓ ପଡ଼ିଆରେ ଉତ୍ସବ ଶେଷ ହେବା ପରେ ମୁଖ୍ୟ ଅତିଥି ଧର୍ମଗଡ ସ୍ଥିତ ଶକ୍ତି ସଦନ ଗୃହ, ସରକାରି ଡାକ୍ତରଖାନା, ସବ୍ ଜେଲ ଏଵଂ ଯଶୋଦା ଅନାଥ ଆଶ୍ରମ କୁ ଯାଇ ଅନ୍ତେବାସି, ଓ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ।ଅଧ୍ୟାପକ ମାଧବ ଲହଜଲ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଧର୍ମଗଡ ଡିଏସପି ଡୋଲାମଣି ଭୋଇ, ବିଡ଼ିଓ ସଦାଶିବ ପାତ୍ର,ତହସିଲଦାର କୀର୍ତ୍ତିଚନ୍ଦ୍ର ପ୍ରଧାନ, ପୂର୍ବତନ ଅଧ୍ୟକ୍ଷା ସୁଶ୍ରୀ ହୀରା ବାଗ, ଆଚାର୍ଯ୍ୟ ହୃଷୀକେଶ ମିଶ୍ର, ରାଜେନ୍ଦ୍ର କୁମାର ମୁନି, ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ସାହୁ, ବିରଞ୍ଚି ନାରାୟଣ ଜାଲ, ଇଙ୍ଗିତ ପଣ୍ଡା,ବଙ୍କିମ ସାଗର ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ସିଂ ଧନ୍ୟବାଦ୍ ପ୍ରଦାନ କରିଥିଲେ।

epa ru ବିଦ୍ୟାଧର ସାହୁଙ୍କ ରିପୋର୍ଟ nka report epa news

Leave a Reply

Your email address will not be published. Required fields are marked *