November 7, 2026
Home » ଧର୍ମଗଡ ତାଲୁକ ଆଇନ ସେବା ପକ୍ଷରୁ ଜାତୀୟ ଆଇନ ସେବା ଦିବସ ଉପଲକ୍ଷେ ଆଇନ ସଚେତନତା କାର୍ଯ୍ୟକ୍ରମ।

ଧର୍ମଗଡ ତାଲୁକ ଆଇନ ସେବା ପକ୍ଷରୁ ଜାତୀୟ ଆଇନ ସେବା ଦିବସ ଉପଲକ୍ଷେ ଆଇନ ସଚେତନତା କାର୍ଯ୍ୟକ୍ରମ।

0
WhatsApp Image 2026-11-07 at 2.59.57 PM

 

ଧର୍ମଗଡ଼: ତାଲୁକ ଆଇନ ସେବା କମିଟି, ଧର୍ମଗଡ଼ ପକ୍ଷରୁ ଜାତୀୟ ଆଇନ ସେବା ଦିବସ ଉପଲକ୍ଷେ ସପ୍ତାହ ବ୍ୟାପି ଚାଲିଥିବା ଆଇନ ସଚେତନତା କାର୍ଯ୍ୟକ୍ରମ ଅବସରରେ ଆଜି ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ପରିସରରେ ତାଳୁକ ଆଇନ ସେବା ସମିତିର ଅଧ୍ୟକ୍ଷ ଗୁଣ୍ଡିଚା ସାମନ୍ତସିଂହାରଙ୍କ ଅଧ୍ୟକ୍ଷତାରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା ସାଧାରଣ ଜନତାଙ୍କ ମଧ୍ୟରେ ଆଇନଗତ ଅଧିକାର, ମାଗଣା ଆଇନ ସହାୟତା ଏବଂ ନ୍ୟାୟ ପାଇବାର ସୁଯୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା।ଏହି କାର୍ଯ୍ୟକ୍ରମରେ ସମ୍ମାନନୀୟ ଅତିଥି ଭାବରେ ବରିଷ୍ଠ ଦେୱାନୀ ବିଚାରପତି ଇପ୍ସି ମହାନ୍ତି, ଉପଖଣ୍ଡ ବିଚାର ବିଭାଗୀୟ ବିଚାରପତି ଶ୍ରୀକାନ୍ତ ପାଢ଼ୀ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି, ଶ୍ରୀଚନ୍ଦନ ସେଠି, ଅତିରିକ୍ତ ଜିଲ୍ଲାପାଳ ରୋଜାଲିନ ଜେନା , ପାନେଲ ଓକିଲ ସଂଯୁକ୍ତା ପଣ୍ଡା, ତାଲୁକ ଆଇନ ସେବା ସମିତି ସଦସ୍ୟ ମିହିର ରଞ୍ଜନ ପଟ୍ଟଯୋଶୀ ତଥା ସ୍ଥାନୀୟ ବିଜ୍ଞ୍ୟାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି ପ୍ରମୁଖ ମଞ୍ଚାସିନ ହୋଇଥିଲେ।

କାର୍ଯ୍ୟକ୍ରମରେ ଉପସ୍ଥିତ ବକ୍ତାମାନେ ଆଇନ ସେବା ପ୍ରାଧିକରଣର ଭୂମିକା, ଆର୍ଥିକ ଦୁର୍ବଳ ଓ ଅସହାୟ ବର୍ଗଙ୍କ ପାଇଁ ଉପଲବ୍ଧ ନିଃଶୁଳ୍କ ଆଇନ ସହାୟତା, ମହିଳା, ଶିଶୁ, ବରିଷ୍ଠ ନାଗରିକ ତଥା ସମାଜର ଅବହେଳିତ ବର୍ଗଙ୍କ ଆଇନଗତ ଅଧିକାର ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିସହ ନ୍ୟାୟ ପାଇବା ପାଇଁ ଆର୍ଥିକ ସ୍ଥିତି ଯେପରି କୌଣସି ବାଧକ ନ ହୁଏ, ସେଥିପାଇଁ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଯୋଗାଇ ଦିଆଯାଉଥିବା ସହାୟତାର ସୁଯୋଗ ନେବାକୁ ଜନସାଧାରଣଙ୍କୁ ଆହ୍ୱାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ କୁ ପାନେଲ ଓକିଲ ସଂଯୁକ୍ତା ପଣ୍ଡା ପରିଚାଳନା କରିଥିଲେ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷ ଶ୍ରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭାରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିବାରେ ବିଜ୍ଞାପିତ ଅଞ୍ଚଳ ପରିଷଦର କର୍ମଚାରୀ ସବିଶେଷ ସହଯୋଗ ପ୍ରଦାନ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *