August 27, 2025
Home » ଧର୍ମଗଡ ବରିଷ୍ଠ ନାଗରିକ ସଙ୍ଗଠନର ବୈଠକ

ଧର୍ମଗଡ ବରିଷ୍ଠ ନାଗରିକ ସଙ୍ଗଠନର ବୈଠକ

0
WhatsApp Image 2025-02-28 at 12.38.26 PM

ଆଜି ଧର୍ମଗଡ଼ ବରିଷ୍ଠ ନାଗରିକ ସଙ୍ଗଠନ ତରଫରୁ ଏହି ମାସରେ ଜନ୍ମଗ୍ରହଣ କରିଥିବା ସଦସ୍ୟ ମାନଙ୍କର ଜନ୍ମୋତ୍ସବ ପାଳନ କରାଯାଇଛି। ସର୍ବଶ୍ରୀ ଗୁଣନିଧି ମାଝୀ, ଜଗବନ୍ଧୁ ମିଶ୍ର, ସତ୍ୟବାଦୀ ମହାରଣା, ଅଶୋକ କୁମାର ମୁଣ୍ଡ, ଗୋପାଳ କୃଷ୍ଣ ସାହୁ, ରାଜେନ୍ଦ୍ର ପଣ୍ଡା, ବିଭୂତି ଭୂଷଣ ପୁରୋହିତ, ଚନ୍ଦ୍ର ମେହେର ଙ୍କ ଜନ୍ମ ଦିବସ ଉପଲକ୍ଷେ ସଙ୍ଗଠନ ର ସଭାପତି ହିମାଂଶୁ ଶେଖର ମୁଣ୍ଡ ଫୁଲ ତୋଡା ଦେଇ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ ଓ ସମସ୍ତ ସଦସ୍ୟମାନଙ୍କର ସୁସ୍ଥ ନିରାମୟ ଜୀବନ ଯାପନ କରିବା ପାଇଁ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରିଥିଲେ।
ଶେଷରେ ସ୍ବାଧୀନ ଭାରତର ପ୍ରଥମ ରାଷ୍ଟ୍ରପତି ସ୍ବର୍ଗତ ଡ, ରାଜେନ୍ଦ୍ର ପ୍ରସାଦ ଙ୍କ ପୁଣ୍ୟ ତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *