December 26, 2025
Home » ଧର୍ମଗଡ ରେ ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ

ଧର୍ମଗଡ ରେ ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ

0
WhatsApp Image 2025-12-26 at 1.47.30 PM

ଓଡିଶାକୁ ସଶକ୍ତ ରାଜ୍ୟର ପରିଚୟ ଦେଇଥିଲା ବିଜେଡି….

ଗତ ୨୪ ବର୍ଷରେ ବିଜେଡି ଓଡ଼ିଶାକୁ ସାରା ଦୁନିଆରେ ଏକ ସଶକ୍ତ ରାଜ୍ୟର ପରିଚୟ ଦେଇଥିଲା। ଓଡ଼ିଶାରେ ଗରିବୀ କମି ଯାଇଛି।
ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ନୂଆ ପରିଚୟ ମଧ୍ୟ ସୃଷ୍ଟି କରିଛି । ଓଡ଼ିଶାବାସୀଙ୍କ ଭଲ ପାଇବା ପାଇଁ ବିଜେଡି ଏକ ଶକ୍ତିଶାଳୀ ଦଳରେ ପରିଣତ ହୋଇଛି।୧୮ ମାସ ଶାସନ କାଳ ମଧ୍ୟରେ ରାଜ୍ୟରେ ଶାସନାଧୀନ ବିଜେପି ସରକାର ଓଡିଶା ବାସୀଙ୍କ ସବୁ ସମସ୍ୟା କୁ ସମାଧାନ କରିବା ଦିଗରେ ବିଫଳ ହୋଇଛି।ଆଜି ବିଜୁ ଜନତା ଦଳ ଶାସନ ଗାଦୀରେ ନଥିଲେ ମଧ୍ୟ ଆମ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତି ଓ ବଳିଷ୍ଠ ନେତୃତ୍ୱରେ ଆମେ ଆଗାମୀ ଦିନରେ ଓଡ଼ିଶା ବିକାଶର ଏକ ନୂତନ ଯୁଗ ଆରମ୍ଭ ନିଶ୍ଚିତ ଭାବେ ହେବ ବୋଲି ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ରାଜ୍ଯ ସଂପାଦକ ପୁଷ୍ପେନ୍ଦ୍ର ସିଂଦେଓ ପ୍ରକାଶ କରିଛନ୍ତି।

ଧର୍ମଗଡ ବିଜୁ କଲ୍ୟାଣ ମଣ୍ଡପ ଠାରେ ବିଜୁ ଜନତା ଦଳର ଜିଲ୍ଲା ଉପସଭାପତି ଥବିର ପ୍ରସାଦ ସାହୁ ଙ୍କ ସଭାପତିତ୍ବ ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଧର୍ମଗଡର ପୂର୍ବତନ ବିଧାୟକ ତଥା ରାଜ୍ୟ ସମ୍ପାଦକ ପୁଷ୍ପେନ୍ଦ୍ର ସିଂହଦେଓ, ପୁର୍ବତନ ଧର୍ମଗଡ ବିଧାୟକ ମୌଷଧି ବାଗ, ରାଜ୍ୟ ମଙ୍ଗଳ ବୋର୍ଡ ର ପୁର୍ବତନ ସଭାପତି କଲ୍ୟାଣୀ ନାଏକ, ବିଜୁ ମହିଳା ସେଲ ତଥା ଧର୍ମଗଡ ଏନଏସି ର ପୂର୍ବତନ ଅଧ୍ୟକ୍ଷା ସୁଶ୍ରୀ ହୀରା ବାଗ,ନିର୍ବାଚନ ମଣ୍ଡଳୀ ସଭାପତି ମାନସ ବାଗ, ସରକାରୀ ଓକିଲ ଭବାନୀ ପଣ୍ଡା, ଧର୍ମଗଡ ଜିଲ୍ଲା ପରିଷଦ ସଭ୍ୟ ଶଙ୍କର ଜୁଏଡ, ପ୍ରଣବ ଭଏଁସାଲ, ଗୋପୀନାଥ ମହାନନ୍ଦ, କୋକସରା ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ସଦସ୍ୟା ନିବେଦିତା ହଂସ,କଲମପୁର ବ୍ଲକ ସଭାପତି ଅଭିମନ୍ୟୁ ବାଗ, କୋକସରା ବ୍ଲକ ସଭାପତି ସୁଧାଂଶୁ ବେହେରା,ଧର୍ମଗଡ ବ୍ଲକ ସଭାପତି ଡାକେ ଲହଜଲ, ଜିଲ୍ଲା ସଂପାଦକ ପ୍ରଶାନ୍ତ ତିୱାରୀ, କୋକ ସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ,ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦୁହିତା ମାଝୀ,ଅଶୋକ କୁମାର ପଟ୍ଟଯୋଷୀ, ପଞ୍ଚକ ପୋଡ,ଡାକେ ଲହଜଲ, ଧର୍ମଗଡ ବ୍ଲକ ମହିଳା ସଭାପତି ମିଥିଳା ପୁଞ୍ଜି, ଧର୍ମଗଡ ନଗର ସଭାପତି ମଦନ ନାଏକ,ସରକାରୀ ଓକିଲ ଭବାନୀ ପଣ୍ଡା, ଅଜିତ କୁମାର ସାହୁ,ସମେତ ଶତାଧିକ ବିଜୁ ଜନତା ଦଳର କର୍ମୀ ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସରକାରୀ ଓକିଲ ରାଜେନ୍ଦ୍ର ମୁନି ମଞ୍ଚ ପରିଚାଳନା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *