September 13, 2026
Home » ଧର୍ମଗଡ ରେ ମାତ୍ର ୧୫ ମିନିଟ ବର୍ଷା…. ଏସ ଟି ସ୍କୁଲ ଛକ ର ହାଲ ବେହାଲ

ଧର୍ମଗଡ ରେ ମାତ୍ର ୧୫ ମିନିଟ ବର୍ଷା…. ଏସ ଟି ସ୍କୁଲ ଛକ ର ହାଲ ବେହାଲ

0
WhatsApp Image 2026-09-13 at 3.18.42 PM

 

ଅବ୍ୟବସ୍ଥିତ ଡ୍ରେନେଜ୍ ବ୍ୟବସ୍ଥାକୁ ନେଇ ଜନ ଅସନ୍ତୋଷ।

ଧର୍ମଗଡ଼ ସହର ଆଜି ମାତ୍ର ୧୫ ମିନିଟ ବର୍ଷାରେ ଧର୍ମଗଡ଼ ଏସ ଟି ସ୍କୁଲ ଛକରେ ପୁଣି ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।ଏନ୍ ଏଚ୍ ବିଭାଗ ର ତ୍ରୁଟିପୂର୍ଣ୍ଣ ଡ୍ରେନଜ ବ୍ୟବସ୍ଥା ଯୋଗୁଁ ବାରମ୍ବାର ପ୍ରତି ବର୍ଷ ଉକ୍ତ ଛକରେ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। ଆଜି ସାମାନ୍ୟ ବର୍ଷାରେ ସହର ମଧ୍ୟରେ ଥିବା ଅନେକ ଡ୍ରେନ୍ ଠିକ ଭାବେ ଜଳ ନିଷ୍କାସନ ହୋଇ ନ ପାରିବାରୁ ଧର୍ମଗଡ ସହରର କେନ୍ଦ୍ରସ୍ଥଳୀ କୁହା ଯାଉଥିବା ଏସ ଟି ସ୍କୁଲ୍ ଛକ ଠାରେ ଆଣ୍ଠୁଏ ପାଣି ଜମା ହୋଇ ରହିବା ସହ ନିକଟସ୍ଥ ଘର ଓ ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କୁ ବର୍ଷାଜଳ ପଶିଯିବା ସହ ସହରରେ ଟ୍ରାଫିକ ପରିସ୍ଥିତି ସୃଷ୍ଟି ହୋଇଥଲାଆଗକୁ ନୂଆଖାଇ ଥିବାରୁ ସହର ରେ ପ୍ରବଳ ଭିଡ଼ ଥିବା ବେଳେ ଡ୍ରେନ ର ମଇଳା ପାଣି ଗୁଡ଼ିକ ଛକର ଦୋକାନ ଗୁଡିକରେ ପଶିଯାଇଥିଲା। ଏବଂ ପୂତି ଗନ୍ଧମୟ ପରିବେଶ ସୃଷ୍ଟି ହୋଇଥଲା।ସ୍ଥାନୀୟ ବ୍ୟବସାୟୀ ମାନେ ସ୍ଥାନୀୟ ଏନ୍ ଏ ସି କର୍ତ୍ତୃପକ୍ଷ ଙ୍କୁ ଯୋଗାଯୋଗ କରି ଆଶୁ କାର୍ଯ୍ୟନୁଷ୍ଠାନ ଦାବୀ କରିଥଲେ।ଖବର ପାଇ ଏନ୍ ଏସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି ଘଟଣା ସ୍ଥଳରେ ପହଞ୍ଚି ଫାୟାର ବିଗ୍ରେଡ ଗାଡ଼ି କୁ ଡକାଇ ଛକ ଅଞ୍ଚଳରୁ ପାଣି ନିଷ୍କାସନ ର ଵ୍ୟଵସ୍ଥା କରାଇ ଥିଲେ।

ଚାରୋଟି ଡ୍ରେନ ରେ ପାଣି ଏସ ଟି ସ୍କୁଲ ଛକ କୁ ଆସୁଛି କିନ୍ତୁ ଗୋଟିଏ ସଂକୀର୍ଣ୍ଣ ଡ୍ରେନ ରେ ପାଣି ନିଷ୍କାସନ ହୋଇପାରୁନାହିଁ l ଏନ୍ ଏଚ୍ ବିଭାଗ ଓ ଏନଏସି କୁ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ ଏହି ସମସ୍ୟା ର ସମାଧାନ ହୋଇ ପାରୁ ନାହିଁ।ଏଠାରେ ଥିବା ଡ୍ରେନରେ ପାଣି ନିଷ୍କାସିତ ହୋଇ ନ ପାରି ସ୍ଥାନେ ସ୍ଥାନେ ଢାଙ୍କୁଣି ନଥିବାରୁ ଜଳ ଜମି ରହି ପୂତି ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ଫଳରେ ଏହା ଡେଙ୍ଗୁ, ମ୍ୟାଲେରିଆ ଭଳି ରୋଗ କୁ ଆମନ୍ତ୍ରଣ କରୁଛି।

 

ପୁନଶ୍ଚ ଏହି ମୁକୁଳା ଡ୍ରେନ ଯୋଗୁଁ ବିଭିନ୍ନ ସମୟରେ ଦୁର୍ଘଟଣା ମାନ ଘଟୁଛି। ଏ ସମ୍ପର୍କରେ ବାରମ୍ୱାର ଅଭିଯୋଗ ପରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଡ୍ରେନ୍ ନିର୍ମାଣ କାର୍ଯ୍ୟ କରିଥିଲେ ହେଁ ନିମ୍ନ ମାନର କାମ ଓ ରୀତି ମତ ଭାବେ ଡ୍ରେନ ସଫେଇ ହେଉ ନ ଥିବାରୁ ଟିକେ ବର୍ଷା ହେଲେ ଉକ୍ତ ଛକରେ ବାରମ୍ୱାର ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଉଛି। ଛକ ରେ ଥିବା ବାସିନ୍ଦା ଓ ବ୍ୟବସାୟୀ ମାନଙ୍କ ହାରି ଗୁହାରି ସତ୍ତ୍ବେ ଜାତୀୟ ରାଜପଥ ଵିଭାଗ କୌଣସି ଠୋସ ପଦକ୍ଷେପ ଗ୍ରହଣ କରୁ ନାହିଁ। ଏନ୍ ଏ ସି କର୍ତ୍ତୃପକ୍ଷ ମଧ୍ୟ ଅଭିଯୋଗ ସତ୍ତ୍ୱେ ଠିକଣା ସମୟରେ ଡ୍ରେନ ସଫେଇ କରୁ ନ ଥିବା କିମ୍ୱା ବର୍ଷ ବର୍ଷ ଧରି ସାମାନ୍ୟ ବର୍ଷାରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହେଉଥିବା ସିଟି ସ୍କୁଲ ଛକ ରେ ବିକଳ୍ପ ବ୍ୟବସ୍ଥା କରାଯାଉ ନ ଥିବାରୁ ଜନ ଅସନ୍ତୋଷ ପ୍ରକାଶ ପାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *