March 19, 2026
Home » ଧର୍ମଗଡ଼ ଶକ୍ତି ସଦନ ରେ ରାଜ୍ୟ ମହିଳା କମିଶନ ଶ୍ରୀମତୀ ଶୋଭନା ମହାନ୍ତି

ଧର୍ମଗଡ଼ ଶକ୍ତି ସଦନ ରେ ରାଜ୍ୟ ମହିଳା କମିଶନ ଶ୍ରୀମତୀ ଶୋଭନା ମହାନ୍ତି

0
WhatsApp Image 2026-03-19 at 3.29.33 PM

 

ରାଜ୍ୟ ମହିଳା କମିଶନ ଶ୍ରୀମତୀ ଶୋଭନା ମହାନ୍ତି ଧର୍ମଗଡ଼ ଠାରେ ଭାରତୀୟ ଆଦିମ ଜାତି ସେବା ସଙ୍ଘ ଦ୍ୱାରା ପରିଚାଳିତ ଶକ୍ତି ସଦନକୁ ପରିଦର୍ଶନ ରେ ଆସିଥିଲେ। କାଉନସେଲର ମାନେ ମହିଳା କମିଶନ ଙ୍କ ସମ୍ମୁଖରେ ଶକ୍ତି ସଦନରେ ଥିବା ଅନ୍ତେବାସୀ ମାନଙ୍କର ସମସ୍ୟା ଗୁଡ଼ିକ ପଚାରି ବୁଝିଥିଲେ। ମହିଳା କମିଶନ ଶ୍ରୀମତୀ ମହାନ୍ତି ଅନ୍ତେବାସୀ ମାନେ କିପରି ଆତ୍ମନିର୍ଭରଶୀଳ ସେହି ବିଷୟରେ ଆଲୋଚନା କରିଥଲେ। ଅନ୍ତେବାସୀ ଯେଉଁ ବିଷୟରେ ଆଗ୍ରହ ପ୍ରକାଶ କରିବେ ତାଙ୍କୁ ସେହି ବିଷୟରେ ଦକ୍ଷତା ତାଲିମ ପ୍ରଦାନ ପ୍ରୋତ୍ସାହନ ଯୋଗାଇ ଦେବା ପାଇଁ ମହିଳା କମିଶନ ଶ୍ରୀମତୀ ମହାନ୍ତି ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହି ଅବସରରେ ମହିଳା କମିଶନ ସଦସ୍ୟା ଶ୍ରୀମତୀ ମୁକ୍ତା ସାହୁ, କାଉନସେଲର ଶ୍ରୀମତୀ ବନ୍ଦନା ପଟ୍ଟନାୟକ, ଶ୍ରୀମତୀ ପ୍ରିୟଦର୍ଶିନୀ ଆଚାର୍ଯ୍ଯ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମୁଜିବୁନ ନିଶା, ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ଶ୍ରୀମତୀ ସନ୍ଧ୍ୟାରାଣୀ ନାଏକ, ମହିଳା ସଶସ୍ତିକରଣ ସଂଯୋଜକ ଯୋଗେଶ୍ୱର ବୁଦ୍ଧିଆ,ମହିଳା ସଶସ୍ତିକରଣ ଜେଣ୍ଡର ସ୍ପେଶିଆଲିଷ୍ଟ ରାମଚନ୍ଦ୍ର ବାଗ ପ୍ରମୁଖ ଏହି ଅବସରରେ ଉପସ୍ଥିତ ରହି ଅନ୍ତେବାସୀ ମାନଙ୍କ ସହିତ ବିଭିନ୍ନ ପ୍ରସଙ୍ଗ ରେ ଆଲୋଚନା କରିଥଲେ। ଶକ୍ତି ସଦନ ର ପରିଚାଳିକା ସସ୍ମିତା ପାତ୍ର ଓ ଅନ୍ୟାନ୍ୟ କର୍ମଚାରୀ ଏହି ଅବସରରେ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Leave a Reply

Your email address will not be published. Required fields are marked *