August 27, 2025
Home » ଧର୍ମଗଡ଼ ଶ୍ରୀ ଜୀଉଙ୍କ ବାହୁଡା଼ ଯାତ୍ରା ମହା ସମାରୋହରେ ଅନୁଷ୍ଠିତ

ଧର୍ମଗଡ଼ ଶ୍ରୀ ଜୀଉଙ୍କ ବାହୁଡା଼ ଯାତ୍ରା ମହା ସମାରୋହରେ ଅନୁଷ୍ଠିତ

0
kalahandi

ଧର୍ମଗଡ଼ ବାହୁଡା଼ଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପଣ୍ଡିତ ପ୍ରଭାକର ନନ୍ଦ ଓ ମାଉସୀ ମା ମନ୍ଦିର ପୂଜକ ସାଗର ପାତ୍ରଙ୍କ ଦ୍ଵାରା ବିଧିମତେ ସମସ୍ତ ନୀତିକାନ୍ତି ପୂର୍ବକ ପୂଜାର୍ଚ୍ଚନା କରାଯାଇ ପହଣ୍ଡି ଯୋଗେ ଶ୍ରୀ ଜୀଉଙ୍କୁ ରଥାରୁଢ଼ କରାଯାଇଥିଲା। ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀ ଛେରା ପହରା କାର୍ଯ୍ୟ ତୁଲାଇଥିଲେ। ସମସ୍ତ ନୀତିକାନ୍ତି ଓ ଶୃଙ୍ଖଳିତ ରଥଟଣା ଯୋଗୁଁ ଠିକଣା ସମୟରେ ରଥ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ରେ ପହଞ୍ଚିଥିଲା।

ଟ୍ରଷ୍ଟ ର ସଭାପତି ଭାରପ୍ରାପ୍ତ ଉପଜିଲ୍ଲାପାଳ ଅଜୟ କୁମାର ତିର୍କୀ, ତହସିଲଦାର କୀର୍ତ୍ତିଚନ୍ଦ୍ର ପ୍ରଧାନ, ଥାନା ଅଧିକାରୀ ପ୍ରଶାନ୍ତ କୋଲ୍ଲାରସ, ଟ୍ରଷ୍ଟ ର ଉପ ସଭାପତି ତୁଷାର ରଞ୍ଜନ ପଟ୍ଟଯୋଷୀ,ସଂପାଦକ ନିରଞ୍ଜନ ମହାପାତ୍ର, ବରିଷ୍ଠ ସଦସ୍ୟ ବିଦ୍ୟାଧର ସାହୁ, ହୃଷୀକେଶ ମିଶ୍ର,ସୁରେନ୍ଦ୍ର ମୁନି,ସରୋଜ କୁମାର ସାହୁ,ଜନ୍ମେଜୟ ନାଏକ, ରାମଚନ୍ଦ୍ର ପାଣିଗ୍ରାହୀ, କମଲୁ ଅଗ୍ରୱାଲ, କଦମ୍ବ ନାଏକ, ଶିବ ମାଝୀ,ମାନସ ଆଚାର୍ଯ୍ୟ, କୁମୁଦ ଚନ୍ଦ୍ର ସାହୁ ସମେତ ଲଳିତ ଅଗ୍ରୱାଲ, ପ୍ରଦୀପ ନାଏକ, ଘନଶ୍ୟାମ ଅଗ୍ରୱାଲ ପ୍ରମୁଖ ସକ୍ରିୟ ସହଯୋଗ କରିଥଲେ।ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

କଳାହାଣ୍ଡି ଜିଲ୍ଲା ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *