ଧାନ କାର୍ଡ ପଞ୍ଜିକରଣ ସକାଶେ ପେକ୍ସ ରେ ଚାଷୀଙ୍କ ଲମ୍ବା ଲାଇନ

ଭେଡେନ ପ୍ରାଥମିକ କୃଷି ସେବା ସମବାୟ ସମିତି ରେ ଚାଷୀ ଙ୍କ କାର୍ଡ ପଞ୍ଜିକରଣ ସକାଶେ ବର୍ତ୍ତମାନ ଲମ୍ବା ଲାଇନ ହୋଇ ଛିଡା ହେଉଥିବା ଦେଖିବାକୁ ମିଳୁଅଛି । ଚାଷୀ ପଞ୍ଜିକରଣ ସକାଶେ ସରକାରଙ୍କ ନିର୍ଧାରିତ ତାରିଖ ଆଉ ମାତ୍ର ଦିନ ଟିଏ ଥିବା ବେଳେ ସରକାର ଙ୍କ ଜଟିଳ ପଦ୍ଧତିରେ ଚାଷୀ ନାହିଁ ନ ଥିବା ହଇରାଣ ହେଉଛନ୍ତି ।
ଆଜି ଚାଷୀ ଙ୍କ ଠାରୁ ଫୋନ ଯୋଗେ ଅଭିଯୋଗ ପାଇବା ପରେ ଭେଡେନ ପ୍ରାଥମିକ କୃଷି ସମବାୟ ସମିତି ର ସଭାପତି ହରିଶଙ୍କର ବେହେରା ଭେଡେନ ସ୍ଥିତ ନିୟନ୍ତୀତ କୃଷକ ବଜାର ପ୍ରାଙ୍ଗଣରେ ହେଉଥିବା ଚାଷୀ ପଞ୍ଜିକରଣ କେନ୍ଦ୍ର ଙ୍କୁ ପରିଦର୍ଶନ କରି ଚାଷୀ ଙ୍କ ଅସୁବିଧା କୁ ନିଜ ଆଖିରେ ଦେଖିଥିଲେ । ପୁଣି ଚାଷୀ ଙ୍କ ଠାରୁ ବିଭିନ୍ନ ଅସୁବିଧା ଗୁଡ଼ିକ ବୁଝିତାର ସମାଧାନ ପାଇଁ ପେକ୍ସ କର୍ମଚାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଚାଷୀ ନରସିଂହ ରଥ ଚାଷୀ ରେଜିଷ୍ଟ୍ରେସନ ର ଅବଧି ବଢ଼ାଇବା ପାଇଁ ଦାବି କରିଥିଲେ । ଯଦି ସରକାର ଅବଧି ନ ବଢେଇବେ ବହୁ ଚାଷୀ ପଞ୍ଜିକରଣ ରୁ ବାଦ୍ ପଡିବେ ବୋଲି କହିଥିଲେ । ଏ ସମ୍ବନ୍ଧରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ପାଇଁ ପେକ୍ସ ସଭାପତି ଶ୍ରୀ ବେହେରା ପ୍ରତିଶୃତି ପ୍ରଧାନ କହିଥିଲେ ।
ବରଗଡ଼ ଜିଲ୍ଲା ଭେଡେନ ବ୍ଳକ ଇପିଏ ରୁ କ୍ଷମାନିଧି ବଣ୍ଡୁକି ଙ୍କ ରିପୋର୍ଟ (ଇଷ୍ଟର୍ଣ୍ଣ ପ୍ରେସ ଏଜେନସୀ)