ଧାନ କ୍ରୟ ଓ ରବିଚାଷ ପାଇଁ ଜଳଯୋଗାଣ କଳାହାଣ୍ଡି ଜିଲ୍ଲା କୃଷକ ସଂଘ ପକ୍ଷରୁ ମୂଖ୍ୟମନ୍ତ୍ରୀ ଙ୍କୁ ଦାବୀପତ୍ର
ରବିଚାଷ ପାଇଁ ଜଳଯୋଗାଣ ଓ ବ୍ୟବସ୍ଥିତ ଭାବେ ଚାଷୀଙ୍କ ଧାନ କ୍ରୟ କରିବା ନେଇ କଳାହାଣ୍ଡି ଜିଲ୍ଲା କୃଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଦାବୀ କରଯାଇଛି।କୃଷକ ସଂଘର ଆବାହକ ଡମ୍ବରୁଧର ଲହଜଲ ଙ୍କ ନେତୃତ୍ୱରେ ଆଇନଜିବୀ ଦିଗାମ୍ବର ଦୁରିଆ, ଧର୍ମଗଡ ବ୍ଲକ ବିଜେଡି ସଭାପତି ଡାକେ ଲହଜଲ, ସମାଜ ବାଦି ପାର୍ଟି ଜିଲ୍ଲା ସମ୍ପାଦକ ସନ୍ତୋଷ ଭୋଇ, ଓବିସି ବ୍ଲକ ସଭାପତି ପ୍ରମୋଦ ଚନ୍ଦ୍ର ହଂସ, ସନ୍ତୋଷ ପାଢ଼ୀ, ରତନ ନାଏକ, ଆଦିତ୍ୟ ପାତ୍ର, କବିରାଜ ଦୁର୍ଗା, ରଜନୀ ମୁଣ୍ଡ, ସୌମ୍ୟ ରଞ୍ଜନ ନାଏକ,ପିତାମ୍ବର ଖର୍ସେଲ ପ୍ରମୂଖ ଆଜି ଧର୍ମଗଡ ଉପଜିଲ୍ଲାପାଳ ଙ୍କୁ ଭେଟି ମୂଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ସାତ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ।

ଧାନ କ୍ରୟ ପାଇଁ କଳାହାଣ୍ଡି ଜିଲ୍ଲାର ସବୁ ଧାନ ମାଣ୍ଡିକୁ ତୁରନ୍ତ କାର୍ଯ୍ୟକ୍ଷମ କରାଯିବା,ଧାନ ବିକ୍ରି ପାଇଁ ଚାଷୀ ମାନଙ୍କୁ ତୁରନ୍ତ ଟୋକାନ ଇସ୍ୟୁ କରାଯିବା,ସମୟ ଶେଷ ହୋଇଯାଇଥିବା ଚାଷୀ ମାନଙ୍କ ପାଇଁ ଆଉଥରେ ଟୋକନ ରି ଇସ୍ୟୁ କରାଯିବା,ମଣ୍ଡି ମାନଙ୍କରେ କଟନୀ-ଛଟନୀ ସଂପୂର୍ଣ୍ଣ ବନ୍ଦ କରାଯିବା,ଚାଷୀ ମାନଙ୍କୁ ଆବଶ୍ୟକ ସଂଖ୍ୟାରେ ଅଖା ବସ୍ତା ସବୁ ଯୋଗାଇ ଦିଆଯିବା, ସବୁ ମଣ୍ଡିରେ ସେଡ଼ ତିଆରି ସହିତ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ କରାଯାଉ,ଆସନ୍ତା ରବି ଚାଷ ପାଇଁ ଧର୍ମଗଡ ବ୍ଲକର ଖଇରପଦର, ତମ୍ବାଛଡା ଓ ଟିପିଗୁଡା ଅଞ୍ଚଳକୁ କେନାଲ ପାଣି ଯୋଗାଇଦେବା ସହିତ ମେଗା ଲିଫ୍ଟ କେନାଲ ଯୋଗେ ଦଣ୍ଡପାଟ ଅଞ୍ଚଳର ଜଳସେଚିତ ହେଉଥିବା ସବୁ ଗାଁ କୁ ପାଣି ଯୋଗାଇ ଦିଆଯାଉ ବୋଲି ଉକ୍ତ ଦାବୀ ପତ୍ର ଦ୍ୱାରା ମୂଖ୍ୟମନ୍ତ୍ରୀ ଙ୍କୁ ଦାବୀ କରଯାଇଛି।
କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
