December 22, 2025
Home » ନକଲି ସିମ୍ କାର୍ଡ ବିକିବା ବେଳେ ଜଣେ ଧରା ପଡ଼ିଲେ ଦଲାଲ

ନକଲି ସିମ୍ କାର୍ଡ ବିକିବା ବେଳେ ଜଣେ ଧରା ପଡ଼ିଲେ ଦଲାଲ

0
WhatsApp Image 2025-03-28 at 4.24.43 PM

କେନ୍ଦୁଝର: ସିମ୍ କାର୍ଡ ଦେବା ବେଳେ ସରକାର ନାନା କଟକଣା କରିଛନ୍ତି ଯାହାକୁ ପାଳନ କରିବା ଉଚିତ। ଭାରତୀୟ ସିମ୍ କାର୍ଡ ବିଦେଶୀ ଆତଙ୍କବାଦୀ ମଧ୍ୟ ବ୍ୟବହାର କରୁଥିବା ଜଣାଯାଇଛି। ତେଣୁ ଦେଶର ସୁରକ୍ଷା ବିପନ୍ନ ହେଉଛି ଏଠାରୁ ତଥ୍ୟ ପାକିସ୍ଥାନ ଚାଇନା ଯାଉଛି। ସୂଚନା ମିଳିଛି ପାଟଣା ବ୍ଲକ ଅଞ୍ଚଳରେ ଜଣେ ସିମ କାର୍ଡ ଏଜେଣ୍ଟ ଓ ୨ ଜଣ ଲୋକଙ୍କୁ ପୋଲିସ ଗିରଫ କରିଛି। ମୋଟ ଚାରି ଜଣ ନକଲି ସିମ୍ କାର୍ଡ ବିକ୍ରୀ କରୁଥିବା ଅଭିଯୋଗ ଥିଲା। ଉକ୍ତ ଏଜେଣ୍ଟ ରାଜ୍ୟ ବାହାରେ ମଧ୍ୟ ସିମ୍ ବେପାର କରୁଥିବା କଥା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରିତିଶ ମହାପାତ୍ର କହିଛନ୍ତି। କେନ୍ଦୁଝର ସାଇବର ଥାନା ପକ୍ଷରୁ ଏହି ଚଢାଉ କରାଯାଇଥିଲା। ଗିରଫ ବ୍ୟକ୍ତି ଦୁଇ ଜଣ ହେଲେ କପୁଣ୍ଡି ଗ୍ରାମର ଲଳିତ ମହାନ୍ତ ଓ ସାହାରପଡ଼ା ପଧାନ ସାହିର ଧୀରଜ ମହାନ୍ତ। ପୋଲିସ ଅନ୍ୟାନ୍ୟ ଲୋକଙ୍କୁ ଏହି ମାମଲାରେ ଖୋଜୁଥିବା ଖବର ଆସିଛି।

କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *