March 25, 2026
Home » ନବ ନିର୍ମାଣ କୃଷକ ସଂଗଠନ ଜିଲ୍ଲା ସଂଯୋଜକ ଙ୍କୁ ବିନା କାରଣ ରେ ଗିରଫ : ନିରପେକ୍ଷ ତଦନ୍ତ ପାଇଁ ଦାବି l

ନବ ନିର୍ମାଣ କୃଷକ ସଂଗଠନ ଜିଲ୍ଲା ସଂଯୋଜକ ଙ୍କୁ ବିନା କାରଣ ରେ ଗିରଫ : ନିରପେକ୍ଷ ତଦନ୍ତ ପାଇଁ ଦାବି l

0
WhatsApp Image 2026-03-23 at 5.32.08 PM

ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା ରେ ଗତ 19-03-2026 ତାରିଖ ଦିନ ପଞ୍ଜୀକୃତ ହେଇଥିବା FIR NO- 0081 ଯାହା କି ରାମପୁର ଗ୍ରାମ ର ଉମେଶ କୁମାର ପୂଜାରୀ ନାମକ ଜଣେ ବ୍ୟକ୍ତି ନବ ନିର୍ମାଣ କୃଷକ ସଂଗଠନ ର ସୁବର୍ଣ୍ଣପୁର ଜିଲ୍ଲା ସଂଯୋଜକ ପ୍ରଦ୍ୟୁମ୍ନ କୁମାର ପାଢ଼ୀଙ୍କ ନାମ ରେ ଦେଇଥିଲେ । ଯେଉଁଥିରେ ସେ ଦର୍ଶେଇଥିଲେ ପ୍ରଦ୍ୟୁମ୍ନ ପାଢ଼ୀ ତାଙ୍କୁ ରାମପୁର ରେ ଥିବା ଖେଳ ପଡ଼ିଆ ରେ ଗତ 18-03-26 ତାରିଖ ସନ୍ଧ୍ୟା 5 ଟା ସମୟ ରେ 50000 ଟଙ୍କା ମାଗିଥିଲେ ଓ ସେ ନ ଦେବା ରୁ ତାଙ୍କ ଠାରୁ 6300 ଟଙ୍କା ବନ୍ଧୁକ ଦେଖାଇ ଲୁଟି ନେଇଥିଲେ l ଏହି ଅଭିଯୋଗ ଆଧାର ରେ ରାମପୁର ପୋଲିସ ଗତ 20-03-26 ଦିନ 11 ଟା ସମୟ ରେ ତାଙ୍କ ଘରୁ ତାଙ୍କ ମାଆ ଙ୍କୁ ଦୁର୍ବ୍ୟବହାର କରି ପ୍ରଦ୍ୟୁମ୍ନ ପାଢ଼ୀ ଙ୍କୁ ତାଙ୍କ ଘରୁ ଉଠେଇ ନେଇଥିଲା l ଏପରିକି ପ୍ରଦ୍ୟୁମ୍ନ କୁମାର ପାଢ଼ୀ ଙ୍କୁ ପଦେ ମଧ୍ୟ ପଚରା ଉଚୁରା ନ କରି ତାଙ୍କୁ କୋର୍ଟ କୁ ପଠାଇଦେଇଥିଲା l ପ୍ରଦ୍ୟୁମ୍ନ କୁମାର ପାଢ଼ୀ ଗତ 18- 3-26 ଦିନ 1 .00 ରୁ ରାତି 8 ଟା ପର୍ଯ୍ୟନ୍ତ ସୋନପୁର ସହର ରେ ଥିବା ତାଙ୍କ ଦାଦା ଙ୍କ ଦୋକାନରେ ଥିଲେ ଓ ତାହା ସିସିଟିଭି ଫୁଟେଜରେ ପ୍ରମାଣ ଅଛି l ସେହି ପ୍ରମାଣ କୁ ପୋଲିସ ଅଣଦେଖା କରିଛି ବୋଲି ଅଭିଯୋଗ ହୋଇଛି l ପୋଲିସ ପ୍ରଦ୍ୟୁମ୍ନ ର ମୋବାଇଲ ଲୋକେସନ କୁ ଦେଖି ପାରିଥାନ୍ତା l କିନ୍ତୁ କିଛି ନ କରି ତଦନ୍ତ କୁ ଏକ ପାଖିଆ କରା ହୋଇଛି ଓ ଜାଣି ଶୁଣି ପ୍ରଦ୍ୟୁମ୍ନ ପାଢ଼ୀ କୁ ଜେଲ୍ ପଠା ହୋଇଛି ବୋଲି ଦାବି ପତ୍ର ରେ ଉଲ୍ଲେଖ କରାଯାଇଛି l ଏ ନେଇ ଆଜି ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ କୁ ଆସି ଠିକ୍ ଭାବରେ ତଦନ୍ତ କରିବା ପାଇଁ ଓ ସତ୍ୟ କୁ ସାମ୍ନା କୁ ଆଣିବା ପାଇଁ ଆରକ୍ଷୀ ଅଧିକ୍ଷକ ଙ୍କ ନିକଟ ରେ ସୁବର୍ଣ୍ଣପୁର ଜିଲ୍ଲା ନବ ନିର୍ମାଣ କୃଷକ ସଂଗଠନ ର ଉପ ସଭାନେତ୍ରୀ ସୋନାଲି ବିଶି ଙ୍କ ନେତୃତ୍ୱ ରେ ଏକ ଦାବି ପତ୍ର ଦିଆଯାଇଛି l ଅତି ଶୀଘ୍ର ନିର୍ଦ୍ଦୋଷ ରେ ପ୍ରଦ୍ୟୁମ୍ନ ପାଢ଼ୀ ଙ୍କୁ ଛଡ଼ା ଯାଉ ନ ହେଲେ ଭୟା ଭୟ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ

Leave a Reply

Your email address will not be published. Required fields are marked *