ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚାଷୀଙ୍କ ସମସ୍ୟା ସମାଧାନ ଲାଗି ଦାବି।

କେନ୍ଦୁଝର ଓଡ଼ିଶା ରେ ୮୫ ପ୍ରତିଶତ ଲୋକେ ଚାଷୀ କିମ୍ବା ଚାଷ ଉପରେ ନିର୍ଭରଶୀଳ। ତେବେ ଚାଷୀ ଏବେ ଧାନ ବିକିବାକୁ ଶୋଷଣର ଶିକାର ହେଉଥିବା ଅଭିଯୋଗ କରି ନବ ନିର୍ମାଣ କୃଷକ ସଂଗଠନ ତରଫରୁ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଏବେ ୮ ଦିନ ହେବ ଓପାସ ରହି ହରତାଳ କରିଛନ୍ତି। ତେଣୁ ତାଙ୍କର ଦାବି ପୁରଣ ଲାଗି କେନ୍ଦୁଝର ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କେନ୍ଦୁଝର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ରରେ ମୁଖ୍ୟମନ୍ତ୍ରୀଙ୍କ ସହ ଅତୀତରେ ଚାଷୀ ସମସ୍ୟା ନେଇ ଶ୍ରୀ ଅକ୍ଷୟ କୁମାର ଆଲୋଚନା କରିଥିଲେ ସରକାରଙ୍କ ପକ୍ଷରୁ ସମସ୍ୟା ସମାଧାନ ହେବ ବୋଲି ସେତେବେଳେ ପ୍ରତିଶ୍ରୁତି ମିଳିଥିଲା। ହେଲେ ଏବେ ଚାଷୀ ଧାନ ଧରି ମଣ୍ଡିକୁ ଆସିବା ପରେ ବ୍ୟାପକ ଶୋଷଣର ଶିକାର ହୋଇଛି ବୋଲି ଅଭିଯୋଗ ଆସିଛି ଏହାର ପ୍ରତିକାର ହେଉନି। ଧାନ କିଣିବା ବେଳେ ବ୍ୟାପକ କଟନି ଛଟନି ହେଉଛି ପ୍ରତିବାଦ କଲେ ମେସିନ ଆସିବ ମାନ ପରୀକ୍ଷା କରିବ କହି ପକେଇ ରଖା ଯାଇଛି ଫଳରେ ଚାଷୀ ହତାଶ ହୋଇ ୫/୧୦ କିଲୋ ଧାନ କାଟି ଦେଇ ଦେଉଛି। ଚାଷୀଙ୍କୁ ମିଛରେ ଧାନ ସହ ବାଲି ଗୋଡ଼ି ଅଛି ଦର୍ଶା ଯାଇ କଟନି କରାଯାଉଛି। ଏହିପରି ଚାଷୀ ହତାଶ ହୋଇ ଦଲାଲଙ୍କ କ୍ଵିଣ୍ଟାଲ ୨୦୦୦ ହଜାର ଟଙ୍କା ଭିତରେ ଧାନ ଦେଇ ଦେଉଛି ସେମାନେ ତାହାକୁ ମଣ୍ଡିରେ ଦେଇ କଳାବଜାରୀ କରୁଛନ୍ତି। ଏହିପରି ସମସ୍ୟା ସମାଧାନ କରି ଚାଷୀଙ୍କୁ ନ୍ୟାୟ ଦେବାକୁ ରାଷ୍ଟ୍ରୀୟ ସଂଯୋଜକ ଅନଶନ କରୁଛନ୍ତି ଯାହାକୁ ସବୁଆଡୁ ସମର୍ଥନ ମିଳୁଛି। ତେଣୁ ଜିଲ୍ଲା ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲାଗି ଦାବି କରି ନିମ୍ନ ଦାବି ରଖା ଯାଇଛି । ସେଗୁଡିକ ହେଲା କଟନି ଛଟନି ବନ୍ଦ କରାଯାଉ। ଏଫଏକ୍ୟୁ ମାନ ପରୀକ୍ଷା ନାମରେ ଚାଷୀଙ୍କୁ ହତାଶ କରା ନଯାଉ। ଧାନର ଉପଯୁକ୍ତ ମାନ ସାର୍ବଜନୀନ କରାଯାଉ। ହଇରାଣ କରୁଥିବା ମିଲର ମାଲିକ ଓ ସମ୍ପାଦକଙ୍କୁ ବହିଷ୍କାର କରାଯାଉ। ଧାନ କାଟି ଥିଲେ ଟଙ୍କା ଫେରସ୍ତ ମିଳୁ। ଚାଷୀଙ୍କୁ ଟୋକନ୍ ଦେଇ ପ୍ରାପ୍ୟ ଦିଆଯାଉ। ଏଥିସହ ଜିଲ୍ଲାପାଳଙ୍କ ସମେତ ବ୍ଲକ୍ ଅଧିକାରୀମାନେ ମଣ୍ଡି ନିଜେ ଯାଇ ବୁଲି ସମସ୍ୟା ଦେଖନ୍ତୁ ବୋଲି ଦାବି କରାଯାଇଛି। ଆଜି ନବନିର୍ମାଣ କୃଷକ ସଂଗଠନ କେନ୍ଦୁଝର ଜିଲ୍ଲା ଶାଖା ସଭାପତି ଲକ୍ଷ୍ମୀଧର ବିଶ୍ଵାଳ,ଖଗେଶ୍ବର ମହାନ୍ତ,ସୁମିତ୍ରା ମାରାଣ୍ଡି,ବିଳାସ ମହାନ୍ତ,ଦୁର୍ଯୋଧନ ମହାନ୍ତ ଆଦି ଦାବିପତ୍ର ପ୍ରଦାନ କରିଥିଲେ।
କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ