March 13, 2025
Home » ନବବର୍ଷ ପାଇଁ ଶ୍ରୀକ୍ଷେତ୍ର ଉତ୍ସବ ମୁଖର

ନବବର୍ଷ ପାଇଁ ଶ୍ରୀକ୍ଷେତ୍ର ଉତ୍ସବ ମୁଖର

0

ପୁରୀ: ଇଂରାଜୀ ନୂତନ ବର୍ଷ ପାଳନ କରି ବା ପାଇଁ ଶ୍ରୀକ୍ଷେତ୍ର ରେ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଙ୍କ ସମାଗମ ହୋଇଛି ରାତି ୧୨.୧୫ ମିନିଟ ରେ ଶ୍ରୀମନ୍ଦିର ଦ୍ବାର ଖୋଲା ଯାଇଥିଲା ଏହାପରେ ପରମ୍ପରା ଅନୁଯାୟୀ ସମସ୍ତ ନୀତି ସମ୍ପନ୍ନ ହୋଇଥିଲା ଶ୍ରଦ୍ଧାଳୁ ଭକ୍ତ ମାନେ ମାର୍କେଟ ଛକ ରୁ ବ୍ୟାରିକେଡ଼ ମଧ୍ୟରେ ଶୃଙ୍ଖଳିତ ଭାବେ ଲମ୍ବା ଧାଡି ରେ ଆସି ଶ୍ରୀମନ୍ଦିର ରେ ପ୍ରବେଶ କରିଥିଲେ ଭକ୍ତ ମାନେ ନବବର୍ଷ ର ପ୍ରଥମ ଦିନ ରେ ଚଦୁର୍ଦ୍ଧା ମୂର୍ତ୍ତି ଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ ,ଶ୍ରଦ୍ଧାଳୁ ଭକ୍ତ ମାନେ ଶ୍ରୀମନ୍ଦିର ସିଂହ ଦ୍ୱାର ପ୍ରବେଶ କରି ବେଢା ପରିକ୍ରମା କରିବା ପରେ ଅନ୍ୟ ୩ଟି ଦ୍ୱାର ରେ ପ୍ରସ୍ଥାନ କରିଥିଲେ ,ଭକ୍ତ ମାନଙ୍କ ର ଜୟ ଜଗନ୍ନାଥ ଓ ହୁଳହୁଳି ଧ୍ଵନି ରେ ବଡଦାଣ୍ଡ ପ୍ରକମ୍ପିତ ହୋଇ ଉଠିଥିଲା।

ସେହିପରି ବେଳାଭୂମି ରେ ନୂତନ ବର୍ଷ ର ପ୍ରଥମ ସୂର୍ଯ୍ୟଦୟ ଦର୍ଶନ କରିବା ପାଇଁ ବେଳା ଭୁମି ଲୋକାରଣ୍ୟ ହୋଇଥିଲା ।ପର୍ଯ୍ୟଟକ ମାନେ ମହୋଦଧି ରେ ସ୍ନାନ କରି ନୂତନ ବର୍ଷ ର ମଜା ଉପଭୋଗ କରିଥିଲେ ।ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।ଗତକାଲି ରାତି ୧୨ଟାରୁ ସହର ର ବିଭିନ୍ନ ହୋଟେଲ ଅନ୍ୟାନ୍ୟ କ୍ଲବ ସାଂସ୍କୃତିକ ଅନୁଷ୍ଠାନ ଗୁଡ଼ିକ ରେ ଜିରୋ ନାଇଟ ସେଲିବ୍ରେସନ କରାଯାଇଥିଲା।ମଧ୍ୟ ରାତ୍ରି ରେ ଲୋକମାନେ ବିଭିନ୍ନ ପ୍ରକାର ର ଆତସ ବାଜି ଫୁଟାଇ ୨୦୨୪କୁ ବିଦାୟ ଦେବା ସହ ୨୦୨୫କୁ ସ୍ୱାଗତ ଜଣାଇଥିଲେ ।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *

You may have missed